କନକ ବ୍ୟୁରୋ: ଶିକ୍ଷା ବର୍ଷ ସରିବାକୁ ବସିଥିବା ବେଳେ ଅଧିକାଂଶ ସ୍କୁଲ୍ ରେ ଛାତ୍ର ଛାତ୍ରୀ ୟୁନିଫର୍ମ ପାଇ ନ ଥିବା ଖବର ପ୍ରସାରଣ ପରେ ଆକ୍ସନ ମୁଡ୍ କୁ ଆସିଥିଲା ଗଣଶିକ୍ଷା ବିଭାଗ । ଦୃତ ଗତିରେ ବଣ୍ଟା ହେଲା ୟୁନିଫର୍ମ । ସବୁ ପିଲାଙ୍କୁ ୟୁନିଫର୍ମ ମିଳିଯାଇଛି ବୋଲି ବାହାସ୍ପୋଟ ମାରିଲେ ଅଧିକାରୀ, ମନ୍ତ୍ରୀ । ହେଲେ ମିଛ ର ମୁଖ। ଖୋଲିଲା ମାଟ୍ରିକ ପରୀକ୍ଷା । ଏଯାଏଁ ପୋଷାକ ମିଳିନଥିବାରୁ ନବମରେ ମିଳିଥିବା ୟୁନିଫର୍ମ ପିନ୍ଧି ପରୀକ୍ଷା ଦେବାକୁ ଆସିଛନ୍ତି ଛାତ୍ରଛାତ୍ରୀ ।
ଏହା ବି ପଢ଼ନ୍ତୁ: ଓଡ଼ିଶା ବଜେଟ୍ : ମାଗିଥିଲେ କ’ଣ, ମିଳିଲା କ’ଣ ?
ପୋଷାକ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବାଲେଶ୍ବରର ଦଶମ ଶ୍ରେଣୀ ଛାତ୍ରୀ । ପୋଷାକ ମଳିନଥିବାରୁ ବାଧ୍ୟ ହୋଇ ପୁରୁଣା ୟୁନିଫର୍ମ ପିନ୍ଧି ଆସିଛନ୍ତି । ଏ ସଂକ୍ରାନ୍ତରେ DEOଙ୍କୁ ଫୋନ ରେ ପଚାରିବାରୁ ସବୁ ପିଲାଙ୍କୁ ଡ୍ରେସ୍ ଦିଆ ଯାଇଥିବା କହିଥିଲେ । ଘଟଣା ଜାଣିବାକୁ ଆମେ ଛାତ୍ରୀମାନେ ପଢୁଥିବା ସ୍କୁଲରେ ପହଞ୍ଚିଲୁ । ଭ।ରପ୍ର।ପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଭେଣ୍ଡର ଡ୍ରେସ୍ ଏଯାଏଁ ଦେଇ ନ ଥିବା କହିଥିଲେ । ଆସିଗଲେ ଦେଇଦେବି ବୋଲି କହିଥିଲେ ।
ମାଟ୍ରିକର ଦୁଇଟି ପରୀକ୍ଷା ତ ସରି ଗଲାଣି । ଏବେ ନୂଆ ୟୁନିଫର୍ମ ପିଲାଙ୍କର କଣ ବା ହେବ ସେ ନେଇ ପ୍ରଶ୍ନ ଉଠୁଛି । ଯଦି ଡ୍ରେସ୍ ଆସିନାହିଁ, ପିଲା ପାଇ ନାହାନ୍ତି, ଶତ ପ୍ରତିଶତ ରିପୋର୍ଟ ଗଲା କେମିତି ? ବ୍ଲକ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କାହିଁକି ଉତ୍ତରଦାୟୀ କରାଯିବ ନାହିଁ ? ଖାଲି ଏଇ ସ୍କୁଲ ନା ଅନ୍ୟ ସ୍କୁଲରେ ବି କେବଳ କାଗଜ କଲମରେ ଦିଆଯାଇଛି ଡ୍ରେସ୍ ଦିଆଯାଇଛି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/21/no-dress-2026-02-21-20-24-17.jpg)