ଜଳ ସଂକଟ ଭିତରେ ଚମକାଇ ଦେଲା ଜାତିସଂଘ ରିପୋର୍ଟ : ଦିଲ୍ଲୀ, ବେଙ୍ଗାଲୁର,ମୁମ୍ବାଇରେ ଭୟଙ୍କର ସ୍ଥିତି

Advertisment

ବିଶ୍ଵର ଅଧା ଜନସଂଖ୍ୟା ଏବେ ଜଳ ସଙ୍କଟ ଦେଇ ଗତି କରୁଛି। ଜାତିସଙ୍ଘ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଉଦ୍‌ବେଗ ଜନକ ତଥ୍ୟ ଦିଆଯାଇଛି ।  କେବଳ ସେତିକି ନୁହେଁ; ବିଶ୍ଵର ୧୦୦ଟି ବୃହତ୍ତମ ସହର ମଧ୍ୟରୁ ଅଧା ଅର୍ଥାତ ୫୦ଟି ସହର ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ବିଶ୍ଵର ଅଧା ଜନସଂଖ୍ୟା ଏବେ ଜଳ ସଙ୍କଟ ଦେଇ ଗତି କରୁଛି। ଜାତିସଙ୍ଘ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଉଦ୍‌ବେଗ ଜନକ ତଥ୍ୟ ଦିଆଯାଇଛି ।  କେବଳ ସେତିକି ନୁହେଁ; ବିଶ୍ଵର ୧୦୦ଟି ବୃହତ୍ତମ ସହର ମଧ୍ୟରୁ ଅଧା ଅର୍ଥାତ ୫୦ଟି ସହର ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

14

Photograph: (kanaknews)

କନକବ୍ୟୁରୋ : ବିଶ୍ଵର ଅଧା ଜନସଂଖ୍ୟା ଏବେ ଜଳ ସଙ୍କଟ ଦେଇ ଗତି କରୁଛି। ଜାତିସଙ୍ଘ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଉଦ୍‌ବେଗ ଜନକ ତଥ୍ୟ ଦିଆଯାଇଛି ।  କେବଳ ସେତିକି ନୁହେଁ; ବିଶ୍ଵର ୧୦୦ଟି ବୃହତ୍ତମ ସହର ମଧ୍ୟରୁ ଅଧା ଅର୍ଥାତ ୫୦ଟି ସହର ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।  ଏଥିରେ ଦିଲ୍ଲୀ, ବେଜିଂ, ନ୍ୟୁୟର୍କ ଓ ରିଓ ଭଳି ସହର ଅନ୍ତର୍ଭୁକ୍ତ ।  ଏପଟେ ଓଡ଼ିଶା ତଥା ରାଜଧାନୀ ଭୁବନେଶ୍ୱରରେ ଜଳ ସଂକଟ ସ୍ଥିତି ମଧ୍ୟ ଉଦବେଗଜନକ ରହିଛି । 

ଅଧିକ ପଢନ୍ତୁ.. ଜୀବନ ଯୁଦ୍ଧରେ ହାରିଗଲେ ମେଲୋଡି କିଙ୍ଗ ଅଭିଜିତ ମଜୁମଦାର : ଚିକିତ୍ସାଧିନ ଅବସ୍ଥାରେ ଏମ୍ସରେ ବୁଜିଲେ ଆଖି

ଜାତିସଂଘ ଜଳ ସଂକଟକୁ ନେଇ ରିପୋର୍ଟ ଜାରି କରି ସାରା ବିଶ୍ବକୁ ସତର୍କ କରିଛି । ରିପୋର୍ଟରେ ୨୯ଟି ସହରର ସ୍ଥିତି ଅତ୍ୟନ୍ତ ଗମ୍ଭୀର ବୋଲି ଦର୍ଶାଯାଇଛି। ଏଥିରେ ଭାରତର ରାଜଧାନୀ ଦିଲ୍ଲୀ ଚତୁର୍ଥ ସ୍ଥାନରେ ଥ‌ିବା ବେଳେ କୋଲକାତା ନବମ, ମୁମ୍ବାଇ ଦ୍ବାଦଶ, ବେଙ୍ଗାଲୁରୁ ୨୪ ଓ ଚେନ୍ନାଇ ୨୯ତମ ସ୍ଥାନରେ ରହିଛି । ହାଇଦ୍ରାବାଦ, ଅହମଦାବାଦ, ସୁରତ ଓ ପୁଣେ ମଧ୍ୟ ଦୀର୍ଘକାଳୀନ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏପଟେ ଓଡ଼ିଶାରେ ମଧ୍ୟ ସ୍ଥିତି ଉଦବେଗଜନକ ରହିଛି । ମୁଖ୍ୟମନ୍ତ୍ରୀ ଗତବର୍ଷ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ  ଓଡ଼ିଶାର ୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର
୨୦୨୪ ସୁଦ୍ଧା ଭୂତଳ ଜଳ ୦.୫୩ ମିଟର ତଳକୁ ଖସିଛି ।

ବିଶେଷକରି ଝାରସୁଗୁଡ଼ା, ଗଜପତି, ଅନୁଗୁଳ, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲାରେ ଭୂତଳ ଜଳସ୍ତର ତଳକୁ ଖସିବା ଚିନ୍ତା ବଢ଼ାଇ ଦେଇଛି ।  ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭୂତଳ ଜଳ ଦ୍ରୁତ ଗତିରେ ତଳକୁ ଖସୁଛି। ଭିଆଇପି ରହୁଥିବା ଅଞ୍ଚଳ ଓ ଜନବହୁଳ ଅଞ୍ଚଳରେ ଭୂମିତଳେ ଥିବା ଜଳ ତଳକୁ ତଳକୁ ଖସିବାରେ ଲାଗିଛି। ସହିଦନଗର ଅଞ୍ଚଳରେ ଭୂତଳ ଜଳସ୍ତର ତଳକୁ ଖସୁଥିବା ଜଣାପଡିଛି। ଏକ ରିପୋର୍ଟ ଅନୁସାରେ ସହିଦ ନଗରରେ ୨୦୦୬ରେ ଭୂତଳ ଜଳସ୍ତର ୪.୪ ମିଟର ଥିବାବେଳେ ୨୦୧୫ ବେଳକୁ ୫.୩ ମିଟରକୁ ଖସି ଯାଇଛି।  ଭୂତଳ ଜଳର ବହୁଳ ବ୍ୟବହାର, ବର୍ଷା ଜଳ ସଂରକ୍ଷଣର ଅଭାବ, କମ୍ ବୃଷ୍ଟିପାତ ଯୋଗୁ ଭୂତଳ ଜଳ ରିଚାର୍ଜ ହେଉନାହିଁ ।  

ଏହାଛଡ଼ା ସଂଖ୍ୟାଧିକ ବୋରୱେଲ ଯୋଗେ ଭୂତଳରୁ ପାଣି ଉଠାଇ ବ୍ୟବହାର କରାଯାଉଛି ।  ତେଣୁ ଭୂତଳ ଜଳ ତଳକୁ ତଳକୁ ଖସିବାରେ ଲାଗିଛି ।  ପୂର୍ବରୁ ଜଳଶକ୍ତି ମନ୍ତ୍ରାଳୟ ୨୦୧୯-୨୦୨୦ରେ କରିଥିବା ସର୍ଭେ ଅନୁସାରେ କପିଳ ପ୍ରସାଦ, କାରଗିଲ ବସ୍ତି, ପୋଖରୀପୁଟ, ଲକ୍ଷ୍ମୀସା ଗର, ଡେଲଟା ଛକ ଏରିଆ, ଗାଡ଼କଣ, ଡୁମଡୁମା ଅଞ୍ଚଳରେ ଭୂତଳ ଜଳ ଦ୍ରୁତ ଗତିରେ ହ୍ରାସ ପାଉଥିବା ରିପୋର୍ଟ ଆସିଥିଲା । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe