ଜଳ ଯନ୍ତ୍ରଣାରେ ଛଟପଟ ହେଉଛି ଦୂୁଇଟି ଗାଁ, ଫେଲ ମାରିଛି ବସୁଧା ଯୋଜନା, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

Advertisment

ଦୁଇଟି ଗାଁରେ ପାଖାପାଖି ୮ ଶହ ଲୋକ ବସବାସ କରନ୍ତି। ୨୦୨୪ରେ ବସୁଧା ଯୋଜନାରେ ୬୮ ଲକ୍ଷ ବ୍ୟୟରେ ନିର୍ମାଣ ହେଲା ୫୦ ହଜାର ଲିଟର ପାଣି ଟାଙ୍କି । ଘରେ ଘରେ ଷ୍ଟାଣ୍ଡ ପୋଷ୍ଟ ଲାଗିଲା । ୨ ମାସ ପାଣି ପାଇଲେ, ତା’ ପରଠୁ ଅଚଳ! ଅଭିଯୋଗ କଲେ ବି ସୁଫଳ ମିଳୁନି। ଅନ୍ୟପଟେ ଏନେଇ ପାନୀୟ ଜଳ ପ୍ରକଳ୍ପର ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଦୁଇ ଚାରି ଦିନ ଭିତରେ ପାଣି ଚାଲିବ ବୋଲି ପ୍ରତିଶ୍ରୁତି ମିଳିଛି।   

bls

କନକ ବ୍ୟୁରୋ : ଫେଲ୍‌ ମାରିଛି ବସୁଧା ଯୋଜନା । ମାସ ମାସ ଧରି ଅଚଳ ହୋଇପଡ଼ିଛି, ନଳକୂପରୁ ବି ସଠିକ୍‌ ଭାବେ ପାଣି ବାହାରୁନି । ଫଳରେ ଜଳ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି କଟକ ଜିଲ୍ଲା ନିଆଳି ଅଲଣା ପଞ୍ଚାୟତର ୨ଟି ଗାଁ । ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ । ବାଲଟି ଧରି ଧାଡ଼ି ହୋଇ ଚାଲିଛନ୍ତି ମହିଳା । ଯିଏ ଆଗେ ପହଞ୍ଚିବ ସିଏ ପ୍ରଥମେ ପାଣି ନେଇ ଘରକୁ ଆସିବ। ଖରା ଆସିନି, ଏବେ ଠୁ ଏପରି ଦୃଶ୍ୟ ଦେଖିବାକୁ ମିଳିଲାଣି । ଏମିତି ନୁହଁ ଗାଁରେ ପାନୀୟ ଜଳର ବ୍ୟବସ୍ଥା ନାହିଁ । ଅଛି କିନ୍ତୁ କାମ କରୁନି। ଗାଁ ମହିଳାଙ୍କ କହିବା କଥା ୩୦ ବର୍ଷ ତଳେ ପୋଖରୀ ପାଣି ପିଉଥିଲୁ । ସରକାର ଦୁଃଖ ବୁଝି ୨ଟି ନଳକୂପ ନିର୍ମାଣ କଲେ । ପରେ ଓଭର୍‌ ହେଡ୍‌ ଟାଙ୍କି ନିର୍ମାଣ କରାଗଲା । ଜଳ କଷ୍ଟ ଦୂର ହେଲାନି। ଟାଙ୍କି ଅଚଳ, ନଳକୂପରୁ କେବେ ପାଣି ବାହାରେ ଆଉ କେବେ ବାହାରେନି । ଏମିତି ଜଳକଷ୍ଟ ଭୋଗୁଛି ନିଆଳି ବ୍ଲକ ଅଲଣା ପଞ୍ଚାୟତର ୨ଟି ରାଜସ୍ବ ଗାଁ ଗୋବିନ୍ଦପଦା ଓ ଖଣ୍ଡେଶ୍ୱର।  

ଅଧିକ ପଢ଼ନ୍ତୁ :  ଫେଲ୍‌ ମାରିଲା ବସୁଧା ଯୋଜନା ; ଝରଣା ପାଣି ଭରସାରେ ଗାଁ

ଦୁଇଟି ଗାଁରେ ପାଖାପାଖି ୮ ଶହ ଲୋକ ବସବାସ କରନ୍ତି। ୨୦୨୪ରେ ବସୁଧା ଯୋଜନାରେ ୬୮ ଲକ୍ଷ ବ୍ୟୟରେ ନିର୍ମାଣ ହେଲା ୫୦ ହଜାର ଲିଟର ପାଣି ଟାଙ୍କି । ଘରେ ଘରେ ଷ୍ଟାଣ୍ଡ ପୋଷ୍ଟ ଲାଗିଲା । ୨ ମାସ ପାଣି ପାଇଲେ, ତା’ ପରଠୁ ଅଚଳ! ଅଭିଯୋଗ କଲେ ବି ସୁଫଳ ମିଳୁନି। ଅନ୍ୟପଟେ ଏନେଇ ପାନୀୟ ଜଳ ପ୍ରକଳ୍ପର ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଦୁଇ ଚାରି ଦିନ ଭିତରେ ପାଣି ଚାଲିବ ବୋଲି ପ୍ରତିଶ୍ରୁତି ମିଳିଛି।   

ରାତି ପାହିଲେ ଗାଁ ଦାଣ୍ଡରେ ମହିଳାଙ୍କ ପାଣି ପାଇଁ ପ୍ରତିଯୋଗିତା ଦେଖିବାକୁ ମିଳୁଛି । କେବେ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହେବ ଆଉ ଲୋକଙ୍କ ଜଳ କଷ୍ଟ ଦୂର ହେବ ତାକୁ ଅପେକ୍ଷା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe