କନକବ୍ୟୁରୋ : ଶିମିଳିପାଳ ବାଘ ସଂରକ୍ଷିତ ଜଙ୍ଗଲ ଭିତରେ ଶିକାର କରୁଥିବା ଦୁଇ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଶିକାରୀଙ୍କ ଘରୁ ଗଣ୍ଡା ମାଂସ, ଧନୁ ତୀର ଓ ୧୬୦ଟି ଫାଶ ଜବତ କରିଛି ବନ ବିଭାଗ । ଗତ ୨୧ ନଭେମ୍ବର ତାରିଖରେ କେନ୍ଦୁମୁଣ୍ଡି ବନ୍ୟଜନ୍ତୁ ରେଞ୍ଜ ଅଧୀନସ୍ଥ ଶମିଳିପାଳ ଉତ୍ତର ବନ ଖଣ୍ଡ ଭିତରେ ଲଗାଯାଇଥିବା , ଇନଫ୍ରା-ରେଡ୍ କ୍ୟାମେରା ବା ଟ୍ରାପ କ୍ୟାମେରାରେ ଏହି ଦୁଇ ଶିକାରୀ ଧରାପଡ଼ିଛନ୍ତି ।
ଅଧିକ ପଢନ୍ତୁ.... ନୂଆବର୍ଷା ତୋରଣକୁ ନେଇ ଗୋଷ୍ଠୀ ବିବାଦ : ମାସକ ପର୍ଯ୍ୟନ୍ତ ଲାଗୁ ହେଲା ବିଏନଏସ- ୧୬୩ ଧାରା
କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପହଞ୍ଚିଯାଇଥିଲା ବନ ବିଭାଗ । ଶିମିଳିପାଳ ଉତ୍ତର ବନ ଖଣ୍ଡ ଅଧିକାରୀ ତଥା ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ବନ କର୍ମୀ ଦଳ ଜଲଡ଼ା ଗ୍ରାମରେ ପହଞ୍ଚି ଉଭୟଙ୍କ ଘରେ ତଲାସି କରିବା ପରେ ଦୁଇ ଜଣଙ୍କୁ ବନ୍ଧାଯାଇଛି । ଦୁଇ ଗିରଫ ଶିକାରୀ ହେଲେ ଭାଗିରତୀ ବୁଲିଉଲି ଓ ବୁଧୁରାମ କନ୍ଦାଙ୍କେଲ ।
ଶିକାରୀଙ୍କୁ ଧରାଇଲା ଏଆଇ କ୍ୟାମେରା । କୁଳଡ଼ିଆ ଅଭୟାରଣ୍ୟ ଜଡ଼ାଚୁଆ ଅଞ୍ଚଳରୁ ଦୁଇ ଶିକାରୀ ଗିରଫ ସହ ଗୋଟିଏ ବନ୍ଧୁକ ଜବତ ଓ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଗିରଫ ଶିକାରୀ ହେଲେ ତରତରି ଟୁଲୁକଡ଼ାବ ଅଞ୍ଚଳର ସୁକାନ୍ତ ଖଣ୍ଡେଇ ଓ ନିରଞ୍ଜନ ମଢେଇ ।
ଶିକାରୀଙ୍କ ଠାରୁ ବନ୍ଧୁକ, ଧନୁ ତୀର ଫାସ ଆଦି ଜବତ କରିଛି। ତେବେ ବନ ବିଭାଗ ଦୁଇ ଶିକାରୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଥିବା କହିଛନ୍ତି କୁଳଡ଼ିହା ଏସିଏଫ୍ ସୁବ୍ରତ କୁମାର ବେହେରା । ସେପଟେ କୁଳଡ଼ିହା ଅଭୟାରଣ୍ୟରେ ଟ୍ରାପ୍ କ୍ୟାମେରା ଲାଗିଥିବା ଯୋଗୁଁ ବିଗତ କିଛି ଦିନ ହେବ ଶିକାରୀଙ୍କୁ ଧରିବାରେ ସକ୍ଷମ ହେଉଛି ବନ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/7-2025-12-09-08-59-32.jpg)