କନକବ୍ୟୁରୋ : ନୂଆବର୍ଷ ତୋରଣକୁ ନେଇ ଗୋଷ୍ଠୀ ବିବାଦ ।   ଆଳି ନୂଆବଜାର ଦୁର୍ଗାମଣ୍ଡପ ଠାରେ ତୋରଣ ପୋତାଯିବାକୁ ନେଇ ମୁହାଁମୁହିଁ ସ୍ଥିତି ।   ପ୍ରଶାସନ ପକ୍ଷରୁ ମାସେ ଯାଏ ଲାଗୁ ହୋଇଛି ୧୬୩ ବିଏନଏସଏସ ଧାରା  ।   ସୋମବାର ସକାଳେ ଆଳି ବଜାର ମଧ୍ୟରେ ଥିବା ଦୁର୍ଗାମଣ୍ଡପ ଛକ ନିକଟରେ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ନିମନ୍ତେ ଏକ ଗୋଟିଏ ଗୋଷ୍ଠୀ ପକ୍ଷରୁ ତୋରଣ ବନ୍ଧା ଯିବା ନିମନ୍ତେ ବାଉଁଶ ପୋତା ଯାଇଥିଲା ।

Advertisment

ଅଧିକ ପଢନ୍ତୁ.... ତୁଟୁନି କୋଟିଆ କଳି : ଥମୁନି ଆନ୍ଧ୍ର ଏଜେଣ୍ଟଙ୍କ ଦାଦାଗିରି

 ଏହା ପରେ ବିବାଦ ଦେଖା ଦେଇଥିଲା । ଖବର ପାଇ ଘଟଣା ସ୍ଥଳରେ ଆଳି ପୁଲିସ୍ ଓ ତହସିଲଦାର ପହଞ୍ଚି ଏହାକୁ ବନ୍ଦ କରିଥିଲେ ।  ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ  ଆଳି ଦେମାଳ ପଞ୍ଚାୟତ ଅଫିସ ନିକଟରୁ ଦୁର୍ଗାମଣ୍ଡପ ଛକ ଓ ଆଳି ଆଠ କଣିଆ ଛକ ଠାରୁ ଭୂଇଁପୁର ଛକ ପର୍ଯ୍ୟନ୍ତ ଅଞ୍ଚଳରେ ୧୬୩ ବିଏନଏସଏସ  ଧାରା ଏକ ମାସ ପର୍ଯ୍ୟନ୍ତ ଜାରି କରିଛନ୍ତି । ଏହି ଅଞ୍ଚଳରେ କୌଣସି ଶୁଭେଚ୍ଛା ତୋରଣ, ବ୍ୟାନର ବନ୍ଧା ଯିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି ।