delhi Photograph: (kanak news)
କନକ ବ୍ୟୁରୋ : ଦିଲ୍ଲୀର ବିବେକ ବିହାର ଅଞ୍ଚଳରୁ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ମାତ୍ର ୨୦ ଟଙ୍କା ପାଇଁ ଦୁଇଜଣଙ୍କ ଜୀବନ ଚାଲିଯାଇଛି । କସ୍ତୁରବା ନଗର ବସ୍ତିର ଗୋଟିଏ ଘରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ସୂଚନା ଅନୁସାରେ ମୃତ ମହେନ୍ଦ୍ର କୌରଙ୍କ ପୁଅ ଶିବ ଚରଣ ପୁଲିସକୁ ଜଣାଇଛନ୍ତି ଯେ ସିଗାରେଟ୍ ପାଇଁ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ୨୦ ଟଙ୍କା ମାଗିଥିଲେ , ଯାହାକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ସେ ବାପାଙ୍କ କହିବା ଅନୁସାରେ କିଛି ସମୟ ପାଇଁ ବାହାରକୁ ସିଗାରେଟ୍ ଆଣିବାକୁ ଯାଇଥିଲେ । ଫେରିବା ପରେ ତାଙ୍କ ପିତା କୁଲୱନ୍ତ ସିଂ ତାଙ୍କୁ ପୁଣି ମିଛରେ ବାହାନା କରି ଔଷଧ ଆଣିବାକୁ ବାହାରକୁ ପଠାଇ ଦେଲେ ଏବଂ ତାଙ୍କୁ ଘର ଭିତରକୁ ଯିବାକୁ ଦେଲେ ନାହିଁ । ଯେତେବେଳେ ସେ ଭିତରକୁ ଯିବାକୁ ଜିଦ୍ କଲେ, ତାଙ୍କ ପିତା ତାଙ୍କୁ ଧକ୍କା ମାରି ସେଠାରୁ ଫେରାର ହୋଇଯାଇଥିଲେ ।
ଅଧିକ ପଢ଼ନ୍ତୁ---ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ନଈ ପୋଲ ତଳୁ ମିଳିଲା ମୃତଦେହ
ପୁଅ ଯେତେବେଳେ ଘର ଭିତରକୁ ଗଲେ, ସେ ଦେଖିଲେ ଯେ ତାଙ୍କ ମା’ ବିଛଣାରେ ମୃତ ଅବସ୍ଥାରେ ପଡ଼ିଛନ୍ତି ଏବଂ ତାଙ୍କ ବେକରେ ଓଢ଼ଣୀ ଦ୍ୱାରା ଶ୍ୱାସରୁଦ୍ଧ କରାଯିବାର ଚିହ୍ନ ରହିଛି । ଏହା ପରେ ପୁଲିସ ସେ ପୁଲିସକୁ ଜଣାଥିଲେ । ଅଭିଯୁକ୍ତ କୁଲୱନ୍ତ ସିଂ ରେଳ ଧାରଣା ପାଖରେ ବସିଥିବାର ଖବର ପୁଲିସ ପାଇଥିଲା । ପୁଲିସ ଓ ପରିବାର ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ ସେ ଏକ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।
ପୁଲିସର ସୂଚନା ଅନୁସାରେ, ମାତ୍ର ୨୦ ଟଙ୍କାକୁ ନେଇ ସୃଷ୍ଟି ହୋଇଥିଲା କଳହ । ତେବେ ଘରୋଇ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତର ମୃତ୍ୟୁ ହୋଇସାରିଥିବାରୁ ପୁଲିସ ଏହି ମାମଲାରେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
Follow Us