ଚୁଲି ନିଆଁରେ ପଡ଼ିଗଲା ୨ ମାସର ଶିଶୁ; ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଚାଲିଛି ଚିକିତ୍ସା

Advertisment

ବାଲେଶ୍ୱର ଜଳେଶ୍ୱର ଥାନା ଚାଲନ୍ତି ଗାଁରେ ବଡ଼ ଅଘଟଣ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚୁଲି ନିଆଁରେ ଶେକି ହେଉଥିବାବେଳେ ଅସାବଧାନତା ବସତଃ କୋଳରେ ଥିବା ୨ ମାସର ଶିଶୁ ଚୁଲିରେ ପଡ଼ିଯାଇଥିଲା ।

ବାଲେଶ୍ୱର ଜଳେଶ୍ୱର ଥାନା ଚାଲନ୍ତି ଗାଁରେ ବଡ଼ ଅଘଟଣ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚୁଲି ନିଆଁରେ ଶେକି ହେଉଥିବାବେଳେ ଅସାବଧାନତା ବସତଃ କୋଳରେ ଥିବା ୨ ମାସର ଶିଶୁ ଚୁଲିରେ ପଡ଼ିଯାଇଥିଲା ।

Two-Month-Old Baby

Two-Month-Old Baby Photograph: (Kanak News)

କନକ ବ୍ୟୁରୋ : ଚୁଲି ନିଆଁରେ ପଡ଼ିଗଲା ୨ ମାସର ଶିଶୁ । ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଚାଲିଛି ଚିକିତ୍ସା । ବାଲେଶ୍ୱର ଜଳେଶ୍ୱର ଥାନା ଚାଲନ୍ତି ଗାଁରେ ବଡ଼ ଅଘଟଣ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚୁଲି ନିଆଁରେ ଶେକି ହେଉଥିବାବେଳେ ଅସାବଧାନତା ବସତଃ କୋଳରେ ଥିବା ୨ ମାସର ଶିଶୁ ଚୁଲିରେ ପଡ଼ିଯାଇଥିଲା । ଗାଁର ତାରନ ହେମ୍ବ୍ରମଙ୍କ ସ୍ତ୍ରୀ ଛୁଆକୁ ଧରି ଚୁଲି ପାଖରେ ଥିବା ସମୟରେ, ମା'ର ଅସାବଧାନତା ପାଇଁ ପିଲାଟି ଚୁଲି ରେ ପଡି ଯାଇଥିଲା ।

ଅଧିକ ପଢ଼ନ୍ତୁ : ଜାଡ଼ରେ ଥରୁଛି ଓଡ଼ିଶା; ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ର

ତେବେ ତୁରନ୍ତ ଚୁଲି ଭିତରୁ ପିଲାକୁ ପରିବାର ଲୋକେ ଉଦ୍ଧାର କରିଥିବାବେଳେ ଶିଶୁ ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି । ଗୁରୁତର ଶିଶୁକୁ ପ୍ରଥମେ ବସ୍ତା ମେଡିକାଲ ପରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁଟି ଗୁରୁତର ଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe