କନକ ବ୍ୟୁରୋ : ଜାଡ଼ରେ ଥରୁଛି ଓଡ଼ିଶା, ଆଗାମୀ ୪ରୁ ୫ଦିନ ଯାଏ ଜାଡ଼ରୁ ମିଳିବନି ନିସ୍ତାର । ଆଜି ପାଇଁ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବା ଫଳରେ ଶୀତ ବଢ଼ିବାର ବି ଆଶଙ୍କା ରହିଛି । ୨ ଦିନ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାରେ ଶୀତ ଲହରି ରହିବ ।

Advertisment

ଅଧିକ ପଢ଼ନ୍ତୁ : ରାଜସ୍ଥାନରେ ପାଣି ବରଫ ପାଲଟିଲା: ଉତ୍ତର ପ୍ରଦେଶ-ଝାଡ଼ଖଣ୍ଡ ପାଇଁ ଶୀତ ଲହରୀ ୟେଲୋ ୱାର୍ଣ୍ଣିଂ ଜାରି

ଏଥିସହ ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସମସ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ିର ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରା ପରିବର୍ତ୍ତନର ସମ୍ଭାବନା ନାହିଁ ।

ଉତ୍ତର ଏବଂ ମଧ୍ୟ ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି ।  ପ୍ରବଳ ଥଣ୍ଡା ଏବଂ କୁହୁଡ଼ି ଅନେକ ଭାରତୀୟ ରାଜ୍ୟରେ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଛି । ରାଜସ୍ଥାନରେ ତାପମାତ୍ରା ଶୂନ ତଳେ ରହିଛି ।  ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜସ୍ଥାନର ଫତେହପୁରରେ ତାପମାତ୍ରା ଶୂନ ତଳେ ରହିଛି । ଆଗାମୀ ଦିନରେ ଏକ ପଶ୍ଚିମା ପବନ ପାଗକୁ ଆହୁରି ଖରାପ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପ୍ରବଳ ଥଣ୍ଡା ରାଜସ୍ଥାନରେ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ କରିଛି । ରାଜ୍ୟର ଅନେକ ଜିଲ୍ଲାରେ ଲଗାତାର ଦ୍ୱିତୀୟ ଦିନ ପାଇଁ ତାପମାତ୍ରା ମାଇନସ୍ ରେକର୍ଡ କରାଯାଇଛି । ସିକରର ଫତେହପୁର ଏବଂ ପଲସାନାରେ ତାପମାତ୍ରା ମାଇନସ୍ ୪ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି । ସ୍ଥିତି ଏଭଳି ହୋଇଛି ପାତ୍ରରେ ରହିଥିବା‌ ପାଣି ଜମାଟ ବାନ୍ଧି ଯାଉଛି ।