କନକ ବ୍ୟୁରୋ : ଚୁଲି ନିଆଁରେ ପଡ଼ିଗଲା ୨ ମାସର ଶିଶୁ । ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଚାଲିଛି ଚିକିତ୍ସା । ବାଲେଶ୍ୱର ଜଳେଶ୍ୱର ଥାନା ଚାଲନ୍ତି ଗାଁରେ ବଡ଼ ଅଘଟଣ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚୁଲି ନିଆଁରେ ଶେକି ହେଉଥିବାବେଳେ ଅସାବଧାନତା ବସତଃ କୋଳରେ ଥିବା ୨ ମାସର ଶିଶୁ ଚୁଲିରେ ପଡ଼ିଯାଇଥିଲା । ଗାଁର ତାରନ ହେମ୍ବ୍ରମଙ୍କ ସ୍ତ୍ରୀ ଛୁଆକୁ ଧରି ଚୁଲି ପାଖରେ ଥିବା ସମୟରେ, ମା'ର ଅସାବଧାନତା ପାଇଁ ପିଲାଟି ଚୁଲି ରେ ପଡି ଯାଇଥିଲା ।
ଅଧିକ ପଢ଼ନ୍ତୁ : ଜାଡ଼ରେ ଥରୁଛି ଓଡ଼ିଶା; ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ର
ତେବେ ତୁରନ୍ତ ଚୁଲି ଭିତରୁ ପିଲାକୁ ପରିବାର ଲୋକେ ଉଦ୍ଧାର କରିଥିବାବେଳେ ଶିଶୁ ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି । ଗୁରୁତର ଶିଶୁକୁ ପ୍ରଥମେ ବସ୍ତା ମେଡିକାଲ ପରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁଟି ଗୁରୁତର ଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/14/two-month-old-baby-2026-01-14-11-07-33.jpg)