ଗାଈ ଖୋଜିବାକୁ ଯିବା ବେଳେ ଅଘଟଣ ; ବାରହା ଫାଶରେ ପଡ଼ି ୨ ଯୁବକଙ୍କ ମୃତ୍ୟୁ

ବାରହା ଫାଶରେ ପଡ଼ି ୨ଯୁବକଙ୍କ ମୃତ୍ୟୁ, ଘଟଣାପରେ ଗାଁରେ ଉତ୍ତେଜନା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରୁ ଆସିଛି ଏହି ଅଭାବନୀୟ ଖବର ।

Death

Death Photograph: (kanak news)

କନକ ବ୍ୟୁରୋ : ବାରହା ଫାଶରେ ପଡ଼ି ୨ଯୁବକଙ୍କ ମୃତ୍ୟୁ, ଘଟଣାପରେ ଗାଁରେ ଉତ୍ତେଜନା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରୁ ଆସିଛି ଏହି ଅଭାବନୀୟ ଖବର । ମୃତକ ଦୁଇଜଣ ପିପଳ ପଦର ଓ କେନ୍ଦୁପାଇ ଗାଁର ଗାହେଲା ମାଣ୍ଡିଙ୍ଗା ଓ ଗାହେଲା ମାଣ୍ଡିଙ୍ଗା ବୋଲି ଜଣାପଡିଛି । ଗାଁ ନିକଟସ୍ଥ ଡ଼ଙ୍ଗର ରାସ୍ତା ଦେଇ ଗାଈ ଖୋଜିବାକୁ ଯାଇ ଥିବା ବେଳେ ବାରହା ଫାଶରେ ଲାଗି ଉଭୟଙ୍କ ମୃତ୍ୟୁ ଘଟିଛି । ମୃତଦେହ ପାହାଡ ଉପରେ ପଡ଼ିରହିଥିବା ବେଳେ ପୁଲିସ୍ କି ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି, ଯାହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । 

ଅଧିକ ପଢ଼ନ୍ତୁ--ହଜିଲା ପୁଅର ଫୋଟ ଧରି ଗାଁ ଗାଁ ବୁଲି ଖୋଜୁଛି ଅସହାୟ ବାପା

ପୂର୍ବରୁ ମଧ୍ୟ ବାରହା ଫାଶରେ ପଡ଼ି ଜୀବନ ଯିବାର ଖବର ସାମ୍ନାକୁ ଆସିଛି ତଥାପି ସଚେତନ ହେଉନାହାନ୍ତି ଲୋକମାନେ । ତେବେ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ଅନେକ ସମୟରେ ବିଦ୍ୟୁତ ଆଘାତରେ ବନ୍ୟଜନ୍ତୁ ଓ ମଣିଷଙ୍କ ମୃତ୍ୟୁ ହେଉଛି । ବାରହା ଶିକାର କରାଯାଉଥିବା ବେଳେ ବନ ବିଭାଗ ଚୁପ ବସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe