କନକ ବ୍ୟୁରୋ : ନିଜ ପିଲାକୁ ଆଖି ଆଗରୁ ଦୂରେଇବାକୁ କୋଉ ବାପା ମାଆ ଯେ ଚାହେଁ । କ୍ଷଣିଏ ନିଜ ଛୁଆକୁ ନ ପାଇଲେ ବାପା ମାଆଙ୍କ ମୁଣ୍ଡ କାମ କରେନି , ଆଉ ଭେଣ୍ଡିଆ ପୁଅଟିକୁ ନପାଇ କେମିତି ବା ସହିବ ଗୋଟିଏ ବୁଢ଼ା ବାପା । ପୁଅକୁ ନପାଇ ବାପା ପାଗଳ ପ୍ରାୟ , ଫଟୋଟିଏ ଧରି ଏଣେ ତେଣେ ଖୋଜିବୁଲୁଛନ୍ତି ନିଜ ଛୁଆକୁ ।
/filters:format(webp)/kanak/media/media_files/2025/11/07/son-missing-2025-11-07-12-24-18.png)
ହଜିଲା ପୁଅର ଫୋଟ ଧରି ଗାଁ ଗାଁ ବୁଲି ଖୋଜୁଛି ବାପା । ଜଣେ ୫୦ ବର୍ଷୀୟ ଅସହାୟ ବାପା ନିଖୋଜ ଭେଣ୍ଡିଆ ପୁଅର ଫୋଟ ହାତରେ ଧରି ସାଇକେଲରେ ଗାଁ କୁ ଗାଁ ବୁଲୁଛନ୍ତି । ଲୋକଙ୍କ ଫଟୋ ଦେଖାଇ ପୁଅ ବିଷୟରେ ପଚାରୁଛନ୍ତି । ପରିଣତ ବୟସରେ ସାହାରା ହେବାକୁ ଥିବା ପୁଅ ୧୩ ଦିନ ହେଲା କେଉଁଆଡ଼େ ଚାଲି ଯାଇଛି । ଗଂଜାମ ଧରାକୋଟ ମେଡିକାଲ ସାହିର ଅଭିମାନ୍ୟ ନାୟକଙ୍କ ୨୨ ବର୍ଷୀୟ ପୁଅ ଅମର ନାୟକ । ଗତ ୨୪ ତାରିଖରୁ କେଉଁ ଆଡେ ଚାଲି ଯାଇଛି । ଏନେଇ ବାପା ଅଭି ନାୟକ ଧରାକୋଟ ଥାନାରେ ଅଭିଯୋଗ ବି କରିଛନ୍ତି ।
/filters:format(webp)/kanak/media/media_files/2025/11/07/son-missing-2025-11-07-12-25-02.png)
ଏ ନେଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରୁଥିଲେ ବି ଯୁବକଙ୍କୁ ଖୋଜି ଠାବ କରିବାରେ ବିଫଳ ହୋଇଛି । ହେଲେ ବି ବାପାର ମନ ମାନୁନି । ଅଖିଆ ଅପିଆ ୧୦ ଦିନ ହେବ ଆଖ ପାଖର ଗୋଟିଏ ଗୋଟିଏ ଗାଁ କୁ ଯାଇ ପୁଅକୁ ଖୋଜୁଛନ୍ତି । ହାତରେ ପୁଅର ଫୋଟ ଟିଏ ଧରି ଯାହାକୁ ଦେଖିବେ ପୁଅକୁ ଦେଖିଛ କି ବୋଲି ପଚାରି ଆଗକୁ ବଢ଼ୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/07/missing-son-2025-11-07-12-30-26.jpg)