କନକ ବ୍ୟୁରୋ : ବାରହା ଫାଶରେ ପଡ଼ି ୨ଯୁବକଙ୍କ ମୃତ୍ୟୁ, ଘଟଣାପରେ ଗାଁରେ ଉତ୍ତେଜନା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରୁ ଆସିଛି ଏହି ଅଭାବନୀୟ ଖବର । ମୃତକ ଦୁଇଜଣ ପିପଳ ପଦର ଓ କେନ୍ଦୁପାଇ ଗାଁର ଗାହେଲା ମାଣ୍ଡିଙ୍ଗା ଓ ଗାହେଲା ମାଣ୍ଡିଙ୍ଗା ବୋଲି ଜଣାପଡିଛି । ଗାଁ ନିକଟସ୍ଥ ଡ଼ଙ୍ଗର ରାସ୍ତା ଦେଇ ଗାଈ ଖୋଜିବାକୁ ଯାଇ ଥିବା ବେଳେ ବାରହା ଫାଶରେ ଲାଗି ଉଭୟଙ୍କ ମୃତ୍ୟୁ ଘଟିଛି । ମୃତଦେହ ପାହାଡ ଉପରେ ପଡ଼ିରହିଥିବା ବେଳେ ପୁଲିସ୍ କି ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି, ଯାହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ--ହଜିଲା ପୁଅର ଫୋଟ ଧରି ଗାଁ ଗାଁ ବୁଲି ଖୋଜୁଛି ଅସହାୟ ବାପା
ପୂର୍ବରୁ ମଧ୍ୟ ବାରହା ଫାଶରେ ପଡ଼ି ଜୀବନ ଯିବାର ଖବର ସାମ୍ନାକୁ ଆସିଛି ତଥାପି ସଚେତନ ହେଉନାହାନ୍ତି ଲୋକମାନେ । ତେବେ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ଅନେକ ସମୟରେ ବିଦ୍ୟୁତ ଆଘାତରେ ବନ୍ୟଜନ୍ତୁ ଓ ମଣିଷଙ୍କ ମୃତ୍ୟୁ ହେଉଛି । ବାରହା ଶିକାର କରାଯାଉଥିବା ବେଳେ ବନ ବିଭାଗ ଚୁପ ବସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/07/death-2025-11-07-16-26-12.jpg)