Encounter Photograph: (kanak news)
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାର ପାର୍ବତ୍ୟ ତଥା ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ଦୁଇ ଦିନ ଧରି ସର୍ଚ୍ଚ ଅପରେସନ ଜାରି ରହିଛି ।
ଏନକାଉଣ୍ଟରରେ ଦୁଇ ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ
ସର୍ଚ୍ଚ ଅପରେସନ ସମୟରେ ସେନା ଜୈଶ-ଏ-ମହମ୍ମଦର ଦୁଇ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଛନ୍ତି। ରିପୋର୍ଟ ଅନୁଯାୟୀ, ଜିଲ୍ଲାର ରାମନଗର ଓ ବସନ୍ତଗଡ଼ ମଧ୍ୟରେ ଥିବା ଏକ ଦୁର୍ଗମଅଞ୍ଚଳ ଚିଗଲା ବାଲୋଟାରେ ସନ୍ଦିଗ୍ଧ ଆତଙ୍କବାଦୀ ଗତିବିଧି ବିଷୟରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ। ଏହା ପରେ, ସେନା, ସିଆରପିଏଫ ଓ ଜମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବରେ ଏକ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା।
ଅଧିକ ପଢ଼ନ୍ତୁ---ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ; ସରକାର ଗଢ଼ିବାକୁ ଦାବି ଜଣାଇଲେ NDA ନେତା
ଏନକାଉଣ୍ଟର ଉଦ୍ଧମପୁରର ପାହାଡିଆ ଜଙ୍ଗଲ ଘେରା ଅଞ୍ଚଳରେ
ସୁରକ୍ଷା ବାହିନୀ ଆଗକୁ ବଢ଼ିବା ସମୟରେ ଜାଗ୍ରେଡା ଅଞ୍ଚଳର ଘନ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ଅତିରିକ୍ତ ସୁରକ୍ଷା ବାହିନୀକୁ ଘଟଣାସ୍ଥଳକୁ ଡକାଯାଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି। ବରିଷ୍ଠ ପୁଲିସ ଓ ସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଭିଯାନ ଉପରେ ନଜର ରଖିଛନ୍ତି।
ସୁରକ୍ଷା ବାହିନୀଙ୍କ ଅପରେସନ୍ କେୟାକୁ ସଫଳତା
ସେନାର ହ୍ୱାଇଟ୍ ନାଇଟ୍ କର୍ପସ କହିଛି, ଗୁପ୍ତ ସୂଚନା ଆଧାରରେ କରାଯାଉଥିବା ଏହି ମିଳିତ ଅଭିଯାନକୁ ଅପରେସନ୍ କେୟା ନାମ ଦିଆଯାଇଛି ।
Follow Us