କନକ ବ୍ୟୁରୋ : ମଣିପୁରରେ ଜାରି ରହିଥିବା ରାଷ୍ଟ୍ରପତି ଶାସନକୁ ଆଜି ପ୍ରତ୍ୟାହାର କରାଯାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ସମୟ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ର ବିଧାୟକମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି ।
ରାଜ୍ୟରେ ଚାଲିଥିବା ରାଷ୍ଟ୍ରପତି ଶାସନ ଶେଷ ହେବା ସହ ଏବେ ମଣିପୁରରେ ଏକ ନିର୍ବାଚିତ ସରକାର ଶାସନ ଭାର ସମ୍ଭାଳିବାକୁ ପ୍ରସ୍ତୁତ ହେଉଛି । ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କରାଯିବା ପରେ ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ପୁଣି ଥରେ କାର୍ଯ୍ୟକାରୀ ହେବାକୁ ଯାଉଛି ।
ଅଧିକ ପଢ଼ନ୍ତୁ---ରଭନୀତଙ୍କୁ ବିଶ୍ଵାସଘାତକ କହିଲେ ରାହୁଲ ଗାନ୍ଧୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/manipur-2026-02-04-15-53-53.jpg)