Photograph: (KANAKNEWS)
କନକବ୍ୟୁରୋ : ସରକାରୀ ଜମିରେ ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପ୍ରଶାସନ ଜାରି କଲା ବିଏନ୍ଏସ୍ ୧୬୩ ଧାରା । ଜଙ୍ଗଲ କିସମ ଜମିରେ ଧାନ କଟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପେଟଛିଲା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ଦିନ ହେବ ମୁହାଁମୁହଁ ପରିସ୍ଥିତି ଉପୁଜିଛି । ସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ସୂଚନା ଅନୁସାରେ, ଗାଁର କିଛି ବଙ୍ଗଭାଷୀ ଭାଗ ଚାଷୀ ବାପା ଜେଜେବାପା ଅମଳରୁ ସେଠାରେ ଚାଷ କରି ପରିବାର ପ୍ରତି ପୋଷଣ କରୁଥିଲେ । ଏବେ ସେହି ଜମିକୁ କିଛି ବ୍ୟକ୍ତି କିଣିଛନ୍ତି ବୋଲି ପ୍ରଶାସନ ତରଫରୁ ନୋଟିସ ଲଗାଯାଇଛି । ତେବେ ଭାଗ ଚାଷୀ ମାନେ ଉକ୍ତ ଜମିରୁ ଧାନ କାଟୁଥିବା ସମୟରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ବାରଣ କରିଥିଲା ।
ସିବିଆଇ ଜାଲରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା : ବାସଭବନରୁ ଜବତ ହେଲା ୨.୨୩ କୋଟି ନଗଦ ଟଙ୍କା
ଏହାକୁ ନମାନିବାରୁ ପୁଲିସ ଉପସ୍ଥିତିରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବିଏନ୍ଏସ୍ ୧୬୩ ଧାରା ଜାରି କରାଯାଇଛି । ସେପଟେ ଭୁବନେଶ୍ବର ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ I ଗତକାଲି ସନ୍ଧ୍ୟା ସାଢ଼େ ୬ଟା ବେଳେ, ପାର୍କ ଭିତରେ ଅସଦାଚରଣ କରାଯାଇଥିବା ଅଭିଯୋଗ ଆସିଛି । ୨ ଜଣକୁ ଅଟକ ରଖି କ୍ୟାପିଟାଲ ଥାନା ପୁଲିସ ଖୋଳତାଡ଼ ଚଳାଇଛି । ରାଜଧାନୀରେ ପୁଣି ଏକ ପାର୍କ ଭିତରେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି।
Follow Us