କନକବ୍ୟୁରୋ : ସିବିଆଇ ଜାଲରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା। ବାସଭବନରୁ ଜବତ ହେଲା ୨.୨୩ କୋଟି ନଗଦ ଟଙ୍କା । ସିବିଆଇ ଶନିବାର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କୁ ଗିରଫ କରିଛି, ଯିଏ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଡିଫେନ୍ସ ପ୍ରଡକ୍ସନ ବିଭାଗରେ କାର୍ଯ୍ୟରତ ଥିଲେ ।  ସେ ବେଙ୍ଗାଳୁରୁ ସ୍ଥିତ ଏକ କମ୍ପାନୀରୁ ୩ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।  

Advertisment

ଅଧିକ ପଢନ୍ତୁ.. ଅଡୁଆରେ ବିଜେଡି ନେତା ପ୍ରଣବ ବଳବନ୍ତରାୟ : ଫାର୍ମହାଉସରେ ଗଣ୍ଡଗୋଳ ଘଟଣାରେ ନୋଟିସ୍ ଜାରି

ଲେଫ୍ଟନାଣ୍ଟ କର୍ଣ୍ଣେଲ ଶର୍ମା ନିୟମିତ ଭାବରେ ଦୁର୍ନୀତି ଏବଂ ଅବୈଧ କାର୍ଯ୍ୟରେ ଲିପ୍ତ ଥିଲେ। ପ୍ରତିରକ୍ଷା ଉତ୍ପାଦନ ନିର୍ମାଣ, ରପ୍ତାନି ଆଦିରେ କାରବାର କରୁଥିବା ବିଭିନ୍ନ ଘରୋଇ କମ୍ପାନୀର ପ୍ରତିନିଧିମାନଙ୍କ ସହିତ ଅପରାଧିକ ଷଡ଼ଯନ୍ତ୍ରରେ ସେମାନଙ୍କୁ ଅଯଥା ସୁବିଧା ପ୍ରଦାନ ବଦଳରେ ଲାଂଚ ନେଉଥିଲ ।  ସିବିଆଇକୁ ବେଙ୍ଗାଳୁରୁ ସ୍ଥିତ ଏକ କମ୍ପାନୀରୁ ସମ୍ଭାବ୍ୟ ଲାଂଚ ଦେବା ବିଷୟରେ ତଥ୍ୟ ମିଳିଥିଲା। ଏକ କମ୍ପାନୀ ନିର୍ଦ୍ଦେଶରେ ବିନୋଦ କୁମାର ନାମକ ଜଣେ ବ୍ୟକ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କୁ ୩ ଲକ୍ଷ ଟଙ୍କା ଲାଂଚ ପ୍ରଦାନ କରିଥିଲେ।  ଏହି ମାମଲାରେ ବିନୋଦ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି। ଶର୍ମାଙ୍କ ଦିଲ୍ଲୀର ତାଙ୍କ ବାସଭବନରୁ ୨.୨୩ କୋଟି ଟଙ୍କା ନଗଦ ଏବଂ ୩ ଲକ୍ଷ ଲାଂଚ ଟଙ୍କା ଜବତ କରିଛି ସିବିଆଇ। ଏଥିସହ ତାଙ୍କ ପତ୍ନୀଙ୍କ ଶ୍ରୀ ଗଙ୍ଗାନଗର ବାସଭବନରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି ।