କନକ ବ୍ୟୁରୋ : ବନ୍ଧାହେଲେ ନକଲି ନକ୍ସଲ୍ । ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ । ଦୁଇଜଣ ହେଲେ ରାୟଗଡ଼ା ସହରର ୱେବ୍ ଚ୍ୟାନେଲ ସାମ୍ବାଦିକ ଅନୁବ୍ରତ ବାରା ଓରଫ୍ ରଞ୍ଜୁ ଓ ଅନ୍ୟଜଣେ କାଶୀପୁର ଥାନା କଞ୍ଜାମମାଣ୍ଡି ଗାଁର ବଳି ମାଝୀ । ଗତ ୧୩ ତାରିଖରେ ଜିଲ୍ଲାର ତିନୋଟି ସ୍ଥାନରେ ଲାଗିଥିଲା ମାଓ ବ୍ୟାନର, ବିଭିନ୍ନ କମ୍ପାନିକୁ ଦିଆଯାଇଥିଲା ଧମକ ।
ଅଧିକ ପଢନ୍ତୁ : ଯବାନଙ୍କ ଗୁଳି ମାଡରେ ଦୁଇ ମାଓବାଦୀ ମୃତ : ବିଜାପୁରରେ ଏବେ ବି ଏନକାଉଣ୍ଟର ଜାରି
ବଳି ମାଝୀ ଏଥି ପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା । ମାଓ ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗତ ଦୁଇ ଦିନ ତଳେ ଜିଲ୍ଲାର ତିନୋଟି ସ୍ଥାନରେ ନକଲି ମାଓ ପୋଷ୍ଟର ଲଗାଯାଇଥିଲା । ଗିରଫ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ନେଇ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଧର ।
Follow Us