ସହିଦ୍ ଯବାନଙ୍କୁ ଅନ୍ତିମ ବିଦାୟ : ଗତକାଲି କୋବ୍ରା ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ନିପାତ ହୋଇଥିଲା ଜଣେ ନକ୍ସଲ୍ ଏବଂ ସହିଦ୍ ହୋଇଥିଲେ ୨ ଯବାନ

463

ଛତିଶଗଡ ବିଜାପୁର ଜିଲ୍ଲାର ଇରାପଲ୍ଲୀ ଗାଁରେ ନକ୍ସଲ ଏବଂ କୋବ୍ରା ଯବାନଙ୍କ ମଧ୍ୟରେ ଗତକାଲି ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ସହିଦ୍ ହୋଇଥିଲେ । ଆଜି ସହିଦ୍ ଯବାନଙ୍କୁ ରାୟପୁରଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସହିଦ ହୋଇଥିବା ଦୁଇ ଯବାନ ହେଲେ କନେଷ୍ଟବଳ ବିକାଶ କୁମାର ଓ କନେଷ୍ଟବଳ ପୁର୍ଣ୍ଣାନନ୍ଦ ।

ସୂଚନାନୁସାରେ, ଛତିଶଗଡ ଜିଲ୍ଲାରେ ସୋମବାର ଦିନ ସକାଳେ କୋବ୍ରା ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେଶନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଗୁଳି ବର୍ଷା ହୋଇଥିଲା । ଗୁଳିବିନିମୟରେ ୪ ଜଣ ଯବାନ ଗୁରୁତର ହୋଇଥିବା ବେଳେ ୨ ଜଣ ସହିଦ୍ ହୋଇଥିଲେ । ଏହି ଅପରେସନ୍ ରେ ଜଣେ ନକ୍ସଲ ମଧ୍ୟ ନିପାତ ହୋଇଛି ।