ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଯବାନ ଆହତ, ଜଣେ ଗୁରୁତର

Advertisment

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଆହତ, ଜଣେ ଗୁରୁତର । ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି ।  ଛୋଟାନାଗରା ଥାନା ଅଞ୍ଚଳର ଚଡ଼ିଡେରା ଗାଁ ନିକଟରେ ବିସ୍ଫୋରଣ ଘଟିଥିବା ଜଣାଯାଇଛି ।

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଆହତ, ଜଣେ ଗୁରୁତର । ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି ।  ଛୋଟାନାଗରା ଥାନା ଅଞ୍ଚଳର ଚଡ଼ିଡେରା ଗାଁ ନିକଟରେ ବିସ୍ଫୋରଣ ଘଟିଥିବା ଜଣାଯାଇଛି ।

Sundargarh

କନକ ବ୍ୟୁରୋ : ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଆହତ, ଜଣେ ଗୁରୁତର । ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି ।  ଛୋଟାନାଗରା ଥାନା ଅଞ୍ଚଳର ଚଡ଼ିଡେରା ଗାଁ ନିକଟରେ ବିସ୍ଫୋରଣ ଘଟିଥିବା ଜଣାଯାଇଛି । ସୂଚନା ଅନୁସାରେ, ସିଆରପିଏଫ୍‌ର କୋବ୍ରା ବଟାଲିଅନ-୨୦୯ ଓ ଜିଲ୍ଲା ପୁଲିସ ମିଶି ମାଓ ବିରୋଧୀ ଅଭିଯାନ ଚାଳାଉଥିବା ବେଳେ ଏ ବିସ୍ଫୋରଣର ଶିକାର ହୋଇଛନ୍ତି । ଏଥିରେ ହବିଲଦାର ଦିନେଶ ରାଉତ ଗୁରୁତର ଆହତ ହୋଇଛନ୍ତି।

 ତାଙ୍କ ବାମଗୋଡ଼ରେ ଗଭୀର ଆଘାତ ଲାଗିଛି । ଅନ୍ୟଜଣେ ଯବାନ ବଲଜିନ୍ଦର୍ ସିଂ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଏୟାରଲିଫ୍ଟ କରି ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ଘଟଣା ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ଅଧିକ ପଢନ୍ତୁ : ଓଡ଼ିଶା ସୀମାନ୍ତ ସାରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆରପିଏଫର ମିଳିତ ଚଢ଼ାଉ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନିକଟରେ ସୁରକ୍ଷାବଳ ନକ୍ସଲବିରୋଧୀ ଅଭିଯାନରେ ଅନେକ ସଫଳତା ପାଇଥିବାବେଳେ ଏହାର ପ୍ରତିଶୋଧ ନେବାକୁ ନକ୍ସଲମାନେ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ପୋତି ଯବାନଙ୍କୁ ଟାର୍ଗେଟ କରୁଥିବା ସନ୍ଦେହ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ପ୍ରବେଶ ନ କରିବାକୁ ଅନୁରୋଧ କରାଯାଇଛି । କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ ଦେଖିଲେ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe