୨ଟି ଅଖରୋଟ୍  କମାଲ କରିବ; ଏକାଧିକ ସମସ୍ୟାରୁ ଦେବ ମୁକ୍ତି

ପ୍ରତିଦିନ ଦୁଇଟି ଅଖରୋଟ୍ ଖାଇବା ଦ୍ବାରା ମାନସିକ ଅବସାଦ ନହୋଇ ବରଂ ମନରେ ସ୍ଥିରତା ଆସିବା ସହ କ୍ୟାନ୍ସରର ବିପଦ ବି ହ୍ରାସ ପାଏ । କ୍ୟାନ୍ସର ଭଳି ଘାତକ ରୋଗରୁ ନିଜକୁ ସୁରକ୍ଷିତ ରଖିବାକୁ ପ୍ରତିଦିନ ଅଖରୋଟ୍ ଖାଇବା ଏକ ବେଷ୍ଟ ଅପ୍ସନ ।

Two-Skhrots-

କନକ ବ୍ୟୁରୋ:  ଆଜିକାଲି ଫୁଡ୍ ଟ୍ରେଣ୍ଡରେ ଅଛି ଡ୍ରାଏ ଫ୍ରୁଟ୍ସ । ଏହାକୁ ରାତିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବାର ତରିକା ଅନେକ ଆପଣାଇବାରେ ଲାଗିଲେଣି । କାରଣ ବିଭିନ୍ନ ଡ୍ରାଏ ଫ୍ରୁଟ୍ସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ଶରୀରରେ ଭରପୂର ଏନର୍ଜି ଦେଇଥାଏ   । ଦିନ ସାରା ଫୂର୍ତ୍ତି ଅନୁଭବ ହୁଏ । 

ସବୁ ଡ୍ରାଏ ଫ୍ରୁଟ୍ସ ଭିତରେ ଅଖରୋଟକୁ ରାଜା ବୋଲି କୁହାଯାଏ । କାରଣ ଏଥିରେ ସର୍ବାଧିକ ପୋଷକ ତତ୍ତ୍ବ ଥାଏ । ଅଖରୋଟରେ ଭିଟାମିନ୍ସ, ମିନେରାଲ୍ସ, ଫାଇବର, ଆଇରନ୍, କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍, ଫସଫରସ୍, ସେଲିନିୟମ୍ ,ଆଣ୍ଟି ଅକ୍ସିଡାଣ୍ଟସ୍ ଆଦି ଭରପୂର ଅଛି ।

ଲଗାତାର ଥକ୍କା ଲାଗୁଥିଲେ ସାବଧାନ! : ହୋଇପାରେ କିଡନି ସମସ୍ୟାର ଲକ୍ଷଣ

ହେଲ୍ଥ ଏକ୍ସପର୍ଟସଙ୍କ କହିବା ଅନୁସାରେ, ପ୍ରତିଦିନ ଦୁଇଟି ଅଖରୋଟ୍ ଖାଇବା ଦ୍ବାରା ମାନସିକ ଅବସାଦ ନହୋଇ ବରଂ ମନରେ ସ୍ଥିରତା ଆସିବା ସହ କ୍ୟାନ୍ସରର ବିପଦ ବି ହ୍ରାସ ପାଏ । କ୍ୟାନ୍ସର ଭଳି ଘାତକ ରୋଗରୁ ନିଜକୁ ସୁରକ୍ଷିତ ରଖିବାକୁ ପ୍ରତିଦିନ ଅଖରୋଟ୍ ଖାଇବା ଏକ ବେଷ୍ଟ ଅପ୍ସନ । ଏକ୍ସପର୍ଟସଙ୍କ ମୁତାବକ, ପ୍ରତିଦିନ ଦୁଇଟି ଲେଖାଏଁ ଭିଜା ଅଖରୋଟ ଖାଇଲେ କ୍ୟାନ୍ସରର ବିପଦ ଅନେକ ମାତ୍ରାରେ ହ୍ରାସ ପାଏ । ତେଣୁ ଅଖରୋଟକୁ ଡେଲି ଡାଏଟରେ ସାମିଲ କରିବାକୁ ଭୁଲନ୍ତୁନାହିଁ ।

କେବଳ କ୍ୟାନ୍ସର ନୁହେଁ, ଅଖରୋଟରେ କ୍ୟାଲସିୟମ୍ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ପ୍ରତିଦିନ ୨୫ ଗ୍ରାମ ଅଖରୋଟ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରୁହେ  । ଏହାସହ କୋରୋନାରୀ ଆର୍ଟରି ଡିଜିଜ୍ ଏବଂ ଷ୍ଟ୍ରୋକର ଆଶଙ୍କା ବି କମିଯାଏ ।

ଅଖରୋଟରେ ଓମେଗା -୩, ଫ୍ୟାଟି ଏସିଡର ମାତ୍ରା ଅଧିକ ମାତ୍ରାରେ ଥିବାରୁ ମାନସିକ ଅବସାଦକୁ କମାଇଥାଏ । ଏହାସହ ମାନସିକ କ୍ଷମତା ବି ବୃଦ୍ଧି ପାଏ। ପିଲାମାନଙ୍କୁ ବି ଅଖରୋଟ ପ୍ରତିଦିନ ଖାଇବାକୁ ଦେବା ଦରକାର । ମହିଳାମାନେ ଗର୍ଭବତୀ ଥିବା ସମୟରେ ପ୍ରତିଦିନ ଅଖରୋଟ୍ ଖାଇଲେ ଗର୍ଭସ୍ଥ ଶିଶୁର ମାନସିକ ବିକାଶ ବେଶ୍ ଭଲ ହୋଇଥାଏ ।

ଆଜିକାର ଧାଁଦୌଡ ଭିତରେ ଅନେକ ଥକିଯିବା ଭଳି ସମସ୍ୟା ସାମାନ୍ୟ ହେଲାଣି । ଯଦି ଆପଣ ବି ଏଭଳି ସମସ୍ୟା ଭୋଗୁଛନ୍ତି ତାହେଲେ ଆଜିଠୁ ହିଁ ଅଖରୋଟ ଖାଇବା ଆରମ୍ଭ କରିଦିଅନ୍ତୁ । ଭିଜା ଅଖରୋଟ ଖାଇବା ଦ୍ବାରା ଶରୀରରେ ମେଲାଟୋନିନ୍ ହର୍ମୋନ୍ ତିଆରି ହୁଏ , ଯାହା ଭଲ ନିଦ ପାଇଁ ବେଶ୍ ସହାୟକ ହୋଇଥାଏ ।

 ଏହାସହ ଅଖରୋଟରେ ଭିଟାମିନ୍ ବି -୭ ମାତ୍ରା ପ୍ରଚୂର ଥିବାରୁ କେଶମୂଳ ମଜଭୂତ ହେବା ସହ କେଶର ଝଡ଼ିବା ବନ୍ଦ ହେବା ସହ କେଶ ମୁଲାୟମ୍ ଓ ଘନ ହୋଇଥାଏ  । ତାହେଲେ ଆଉ ଡେରି କାହିଁକି । ମାତ୍ର ଦୁଇଟି ଅଖରୋଟ ଯଦି ଆପଣଙ୍କୁ ଏତେସବୁ ଉପାୟରେ ଫିଟ ରହିବାର ଖୋରାକ ଦେବ ତାହେଲେ ଏହାକୁ ନିଶ୍ଚୟ ନିଜ ସକାଳ ଖାଇବା ସାରଣୀରେ ସାମିଲ କରନ୍ତୁ ।

  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe