କନକ ବ୍ୟୁରୋ : ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ ବ୍ଲାକମେଲ । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋରଖି କରୁଥିଲେ ବ୍ଲାକମେଲ କରୁଥିଲେ ପୀତବାସ । ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବତନ ବିଧାୟକଙ୍କ ଆପତ୍ତିଜନକ ଫଟୋ ଲିଙ୍କ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପତ୍ତିଜନକ ଫଟୋ ପୀତବାସଙ୍କ ପାଖେ ରହିଥିଲା । ତାହାକୁ ସର୍ବସାଧାରଣରେ ଭାଇରାଲ କରିଦେବେ ବୋଲି ପୀତବାସ ଧମକ ଦେଉଥିଲେ ।
ସେହି ଫଟୋକୁ ପୁଲିସ ଜବତ କରିଥିବା ଜଣାପଡ଼ିଛି । ପୀତବାସଙ୍କ ଆଲମିରା ସିକ୍ରେଟ୍ ଚାମ୍ବରରୁ ଏକ ଲଫାଫା ମିଳିଥିବା ବେଳେ ତା ଭିତରେ ଥିଲା ବିକ୍ରମଙ୍କ ୪ଟି ଆପତ୍ତିଜନକ ଫଟୋ । ଏପରିକି ଏକ ପେନ୍ ଡ୍ରାଇଭ୍ରେ ସେହି ଫଟୋର ଡିଜିଟାଲ୍ କପି ବି ଥିଲା । ଯାହାକୁ ଜବତ କରିଥିବା ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି । ପୀତବାସ ହତ୍ୟାକାଣ୍ଡ ପଛରେ ରାଜନୈତିକ ଓ ବ୍ୟାବସାୟିକ ଶତ୍ରୁତା ଥିବା ପୁଲିସ ପ୍ରେସମିଟରେ କହିଥିଲା ବେଳେ ଏବେ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ଲିଙ୍କ ମାମଲାକୁ ଆହୁରି ଜଟିଳ କରିଛି ।
ଅଧିକ ପଢନ୍ତୁ : ପୀତବାସ ପଣ୍ଡାଙ୍କ ପରିବାରକୁ ହତ୍ୟା ଧମକ : ଫୋନ୍ କରି ମାମଲା ଉଠାଇବାକୁ ଚେତାବନୀ
ପୀତବାସ ହତ୍ୟା ମାମଲାରେ ଟୁଇଷ୍ଟ
ହତ୍ୟାକାଣ୍ଡ ପଛରେ ଆପତ୍ତିଜନକ ଫଟୋ
ପୂର୍ବତନ ବିଧାୟକଙ୍କ ଆପତ୍ତିଜନକ ଫଟୋ ଲିଙ୍କ
ପୀତବାସଙ୍କ ଘରୁ ମିିଳିଛି ଆପତ୍ତିଜନକ ଫଟୋ
ଫଟୋରେ ଅଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
ଲଫାଫା ଭିତରେ ଥିଲା ୪ଟି ଆପତ୍ତିଜନକ ଫଟୋ
ପେନ୍ ଡ୍ରାଇଭ୍ରେ ବି ରହିଛି ଫଟୋର ଡିଜିଟାଲ କପି
Follow Us