କନକବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ । ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି । ଦୁଇ ଅଭିଯୁକ୍ତ ଶୂନ୍ୟ ଦାସ ଓ ସୁନୀଲ ହୋତାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରୁଛି । ପୂର୍ବରୁ ହତ୍ୟାକାରୀ ଓ ସୁଟର ଯୋଗାଡ଼ କରିଥିବା ଅଭିଯୁକ୍ତଙ୍କୁ ଦୁଇଥର ରିମାଣ୍ଡରେ ନେଇ ପୁଲିସ ତଥ୍ୟ ଉଗାଳିଛି । ଏବେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କ ଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ପାଇଁ ଚେଷ୍ଟା ଚାଲିଛି ।
ସେହିପରି ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି । ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି । ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ପୁଲିସ ଘଣ୍ଟାଚକଟା କରିଛି । ତେବେ ଏହି ମାମଲାରେ ଆଉ କିଏ ସବୁ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି ।
ଅନ୍ୟପଟେ ପୁଲିସ ମାମଲାର ଚାର୍ଜସିଟ୍ ଠିକ୍ ସମୟରେ କରିବାକୁ ଯୋଜନା କରିଛି । ଏଥିପାଇଁ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ପୁଲିସ ଯୋଗାଡ଼ କରିଛି । ଆଉ କିଛି ପ୍ରମାଣ ଏବେ ବି ସଂଗ୍ରହ ଚାଲିଛି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ଠାରୁ ପୁଲିସ ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ଏହାର ପ୍ରମାଣ ନ ମିଳିବା ଯାଏଁ ହତ୍ୟାକାଣ୍ଡ ପଛରେ ସୁପାରି ଦିଗଟି ଦୁର୍ବଳ ହେବାର ଆଶଙ୍କା ରହିଛି । ଯେହେତୁ ମାମଲାରେ ଏଯାଏଁ ଟଙ୍କା ଜବତ ନେଇ ପୁଲିସ ମୁହଁ ଖୋଲିନି ତେଣୁ ଚାର୍ଜସିଟ୍ ପୂର୍ବରୁ ତାହାକୁ ପ୍ରମାଣିତ କରିବା ଜରୁରି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/pitabas-crime-2025-11-28-09-13-27.jpg)