TV Photograph: (KANAK NEWS)
କନକ ବ୍ୟୁରୋ: ବଢ଼ିବ ଟିଭି ଆଉ ସ୍ମାର୍ଟଫୋନ୍ ଦାମ । ଆପଣ ଜାଣିଥିବେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ GST ହ୍ରାସ ପାଇବା ପରେ, ଅନେକ ଉତ୍ପାଦର ମୂଲ୍ୟ ହ୍ରାସ ପାଇଥିଲା । ଯାହାଫଳରେ ପୂର୍ବରୁ ୨୮% GST ଲାଗୁଥିବା ସ୍ମାର୍ଟ ଟିଭିଗୁଡ଼ିକ ଉପରେ ଏବେ ୧୮% GST ଲାଗୁଛି । ତେଣୁ GST ହ୍ରାସ ସହିତ ସ୍ମାର୍ଟ ଟିଭି ଦାମ ଶସ୍ତା ହୋଇଛି, ହେଲେ ଏବେ କିନ୍ତୁ ଏହାର ଦାମ ବୃଦ୍ଧି ପାଇପାରେ। ମିଳିଥିବା ସୂଚନା ଅନୁସାରେ, ସ୍ମାର୍ଟ ଟିଭିର ମୂଲ୍ୟ ବୃଦ୍ଧିର ଦୁଇଟି କାରଣ କୁହାଯାଉଛି । ପ୍ରଥମ କଥା ହେଲା ସ୍ମାର୍ଟ ଟିଭିରେ ବ୍ୟବହୃତ ଏଆଇ ଚିପ୍ସ ଏବଂ ଦ୍ୱିତୀୟ କଥା ହେଲା କ୍ରମାଗତ ଭାବରେ ଟଙ୍କାର ମୂଲ୍ୟ ହ୍ରାସ। ଏହି ଦୁଇଟି କାରଣରୁ ଆଗାମୀ ଦିନରେ ଟିଭି ଏବଂ ସ୍ମାର୍ଟଫୋନର ମୂଲ୍ୟ ବୃଦ୍ଧି କରିପାରେ।
ଆପଣ ଭଲ ଭାବେ ଜାଣିଥିବେ, ବର୍ତ୍ତମାନ ଟଙ୍କା ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏବେ ୯୦ ଟଙ୍କା ପାର୍ କରିଛି । SPPL ସିଇଓ ଅବନୀତ ସିଂହ ମାରୱାହଙ୍କ କହିବା କଥା, ଟଙ୍କାର ମୂଲ୍ୟ ହ୍ରାସ ଏବଂ ମେମୋରୀ ଚିପ୍ସର ବୃଦ୍ଧି ପାଉଥିବା ମୂଲ୍ୟ ହେତୁ ଟିଭି ଏବଂ ସ୍ମାର୍ଟଫୋନର ଦାମ ବଢ଼ିପାରେ ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଟିଭି ଏବଂ ସ୍ମାର୍ଟଫୋନରେ ବ୍ୟବହାର ହେଉଥିବା ଚିପ୍ସର ଦାମ ଗତ ଚାରି ମାସରେ ଛଅ ଗୁଣ ବୃଦ୍ଧି ପାଇଛି। ଯେଉଁ କାରଣରୁ ଟିଭି ଏବଂ ସ୍ମାର୍ଟଫୋନର ମଧ୍ୟ ଦାମ ବଢ଼ିବାକୁ ଯାଉଛି । ଗଲା କିଛି ଦିନ ଧରି ବଜାରରେ ଫ୍ଲାସ୍ ମେମୋରୀର ଅଭାବ ଦେଖାଦେଇଛି। ଯାହାକି ଟିଭି ସହିତ ସ୍ମାର୍ଟଫୋନ ବଜାରକୁ ମଧ୍ୟ ପ୍ରଭାବିତ କରୁଛି ।
ଆହୁରି ପଢ଼ନ୍ତୁ : ‘ବନ୍ଦେ ମାତରମ୍’କୁ ନେଇ ଆଜି ସଂସଦରେ ଆଲୋଚନା: ଏପଟେ SIRକୁ ନେଇ ସରକାରକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ
ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ AI ଡାଟା ସେଣ୍ଟର ଯୋଗୁଁ DDR3 ଏବଂ DDR4 ମେମୋରୀ ଚିପ୍ସର ଯୋଗାଣ କମ୍ ହେଉଛି। AI ଡାଟା ସେଟ୍ DDR6 ଏବଂ DDR7 ଚିପ୍ ବ୍ୟବହାର କରନ୍ତି। ତଥାପି ବର୍ଦ୍ଧିତ ଚାହିଦା ଯୋଗୁଁ, ଚିପ୍ ନିର୍ମାତାମାନେ ଯୋଗାଣ ପୂରଣ କରିପାରୁ ନାହାଁନ୍ତି। ଚିପ୍ ଅଭାବକୁ ଦୂର କରିବା ପାଇଁ, AI ଡାଟା ସେଣ୍ଟରଗୁଡ଼ିକୁ DDR3 ଏବଂ DDR4 ଚିପ୍ସ ମଧ୍ୟ ଯୋଗାଇ ଦିଆଯାଉଛି। ଏହା ସ୍ମାର୍ଟଫୋନ୍ ଏବଂ ସ୍ମାର୍ଟ ଟିଭି ନିର୍ମାତାମାନଙ୍କୁ ଏକ ଚ୍ୟାଲେଞ୍ଜ ଦେଉଛି । ଅଧିକାଂଶ ଫ୍ଲାସ୍ ମେମୋରି ଚୀନ୍ରୁ ଆମଦାନୀ କରାଯାଏ ଏବଂ ଟିଭି, ମୋବାଇଲ୍ ଫୋନ୍, ଲାପଟପ୍, ଫ୍ଲାସ୍ ଡ୍ରାଇଭ୍ ଏବଂ USB ଡିଭାଇସ୍ଗୁଡ଼ିକରେ ବ୍ୟବହୃତ ହୁଏ। ତେଣୁ ଏହାର ଦାମ ବୃଦ୍ଧି ପାଉଥିବା ହେତୁ ମୋବାଇଲ୍ ଏବଂ ଟିଭିର ଦାମ ବୃଦ୍ଧି ପାଇପାରେ ବୋଲି ଚର୍ଚ୍ଚା ହେଉଛି ।
Follow Us