ଟ୍ରମ୍ପଙ୍କ ପୁଣି ଟାରିଫ୍ କଟକଣା,  ଟାର୍ଗେଟରେ ୮ ୟୁରୋପୀୟ ଦେଶ

Advertisment

ଗ୍ରୀନଲାଣ୍ଡକୁ କବ୍‌ଜା କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଯୋଜନାକୁ ବିରୋଧ କରିବାକୁ ପାଲଟା ପଦକ୍ଷେପ । ଜୁନ୍ ପହିଲାରୁ ୨୫ ପ୍ରତିଶତକୁ ବଢ଼ାଇବାକୁ ଧମକ ।

ଗ୍ରୀନଲାଣ୍ଡକୁ କବ୍‌ଜା କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଯୋଜନାକୁ ବିରୋଧ କରିବାକୁ ପାଲଟା ପଦକ୍ଷେପ । ଜୁନ୍ ପହିଲାରୁ ୨୫ ପ୍ରତିଶତକୁ ବଢ଼ାଇବାକୁ ଧମକ ।

Donald Trump

Donald Trump Photograph: (KanaKnews)

 କନକ ବ୍ୟୁରୋ: ଟ୍ରମ୍ପଙ୍କ ଟାରିଫ କଟକଣା। ହେଲେ ଏଥର ଟାର୍ଗେଟ୍ ପାଲଟିଛନ୍ତି ୟୁରୋପୀୟ ଦେଶ । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଟାରିଫ ଲଗାଇଛନ୍ତ । ଏବେ ଗ୍ରୀନଲାଣ୍ଡ ଦଖଲ ପାଇଁ ଟ୍ରମ୍ପ ଯୋଜନା କରୁଛନ୍ତି । ଏନେଇ ଖୋଲାଖୋଲି ଘୋଷଣା ମଧ୍ୟ କରିସାରିଲେଣି ।

ଆଉ ଯେଉଁ ୟୁରୋପୀୟ ଦେଶମାନେ ଟ୍ରମ୍ପଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ସେସବୁ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ୮ଟି ଦେଶ ହେଲେ ଡେନମାର୍କ, ନରୱେ, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ନେଦରଲ୍ୟାଣ୍ଡ ଓ ଫିନଲାଣ୍ଡ । ଏପରିକି ଆମେରିକା କଥାରେ ହଁ ନଭରିଲେ, ଏହି ଶୁଳ୍କକୁ ଜୁନ୍ ପହିଲାରୁ ୨୫ ପ୍ରତିଶତକୁ ବଢ଼ାଇ ଦିଆଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି । 

ଏପଟେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ । ଦୁଇ ଦେଶ କୌଣସି ନିଷ୍କର୍ଷରେ ପହଞ୍ଚି ନାହାନ୍ତି । ଗତବର୍ଷ ଅଗଷ୍ଟରୁ ଭାରତର ରପ୍ତାନିକାରୀମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଚଢ଼ା ଶୁଳ୍କ ଗଣୁଛନ୍ତି । ଏଭଳି ସ୍ଥିତିରେ ଏବେ ଆଉ ଏକ ସମସ୍ୟା ସାମ୍‌ନାକୁ ଆସିଲାଣି । ଆମେରିକାରୁ ଡାଲି ଆମଦାନି ଉପରେ ଭାରତ ୩୦ ପ୍ରତିଶତ ଶୁଳ୍କ ଗତବର୍ଷ ଅକ୍ଟୋବର ୩୦ରେ ଘୋଷଣା କରିଥିଲା । ଗତବର୍ଷ ନଭେମ୍ବର ୧ରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ନଜର ଆଢ଼ୁଆଳରେ ରହିଯାଇଥିବା ଏହି ପ୍ରସଙ୍ଗ ଏବେ ସାମ୍‌ନାକୁ ଆସିଛି। ଆମେରିକାର ଦୁଇ ସିନେଟ୍‌ ସଦସ୍ୟ ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଚିଠି ଲେଖି ନୂଆଦିଲ୍ଲୀ ଉପରେ ଚାପ ପକାଇବା ପାଇଁ କହିଛନ୍ତି । ଏଭଳି ଶୁଳ୍କ ପାତରଅନ୍ତରମୂଳକ ବୋଲି ସେମାନେ କହିଛନ୍ତି ।

ଅଧିକ ପଢନ୍ତୁ: ଆମେରିକା ସହ ବାଣିଜ୍ୟ ରାଜିନାମାରେ କଣ୍ଟା ହୋଇପାରେ ଡାଲି, ୩୦ ପ୍ରତିଶତ ଆମଦାନି ଶୁଳ୍କ ଲଗାଇଛି ଭାରତ

ନର୍ଥ ଡାକୋଟାର ସିନେଟର୍‌ କେଭିନ କ୍ରେମର ଏବଂ ଏବଂ ମୋଣ୍ଟାନାର ସିନେଟର୍‌ ଷ୍ଟିଭ ଡେନିସ୍‌ ଗତ ୧୬ ତାରିଖରେ ଲେଖିଥିବା ଚିଠିରେ ଏହା ଉଲ୍ଲେଖ କରିବା ସହିତ ଭବିଷ୍ୟତରେ ଭାରତ ସହିତ ଯେକୌଣସି ପ୍ରକାର ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାରେ ଶସ୍ୟ ବ୍ୟବସାୟକୁ ନେଇ ଭଲ ବ୍ୟବସ୍ଥା ରଖିବାକୁ ଦାବି କରିଛନ୍ତି । ଏହି ଦୁଇ ରାଜ୍ୟ ଆମେରିକାରେ ଅଧିକ ଡାଲି ଉତ୍ପାଦନ କରୁଥିବା ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହୋଇଥାନ୍ତି। ଅନ୍ୟପକ୍ଷରେ ଭାରତ ବିଶ୍ବର ଏକ ପ୍ରମୁଖ ଡାଲି ବ୍ୟବହାରକାରୀ ଦେଶ ହୋଇଥିବାରୁ ଭାରତ ବିପୁଳ ମାତ୍ରାରେ ଡାଲି ଆମଦାନି କରିଥାଏ । ଦୁଇ ସିନେଟ୍‌ ସଦସ୍ୟ ଦର୍ଶାଇଛନ୍ତି ଯେ ଆମେରିକାର କୃଷକମାନେ ଭାରତର ଉଚ୍ଚ କୃଷି ଶୁଳ୍କକୁ ନେଇ ଚିନ୍ତିତ ଅଛନ୍ତି। ଉଚ୍ଚ ଶୁଳ୍କ ପାଇଁ ଭାରତରେ ଆମେରିକାର ଡାଲି ଦର ଅଧିକ ରହୁଛି। ତେଣୁ ଭାରତରେ ଆମେରିକାର ଡାଲି ବ୍ୟବସାୟୀମାନେ ପ୍ରତିଯୋଗିତା କ୍ଷମତା ହରାଉଛନ୍ତି। ସେମାନେ କହିଛନ୍ତି ଯେ ବିଶ୍ବର ପ୍ରାୟ ୨୭ ପ୍ରତିଶତ ଡାଲି ଭାରତରେ ବ୍ୟବହାର ହେଉଛି। ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ (ୟୁଏସ୍‌ଟିଆର୍‌) ସୂତ୍ରରୁ ଜଣାଯାଇଛି ଯେ କୃଷି ସାମଗ୍ରୀ ଉପରେ ଭାରତର ଆମଦାନି ଶୁଳ୍କ ହାରାହାରି ୩୯ ପ୍ରତିଶତ ରହିଛି। କିନ୍ତୁ ଆମେରିକାରେ ଏହି ଶୁଳ୍କ ହାରାହାରି ୫ ପ୍ରତିଶତ ସ୍ତରରେ ରହିଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe