କନକବ୍ୟୁରୋ : ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ବହୁ ଦିନ ଧରି ଅଟକି ରହିଛି । ଅନେକ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ଦୁଇ ଦେଶ ଫଳାଫଳରେ ପହଞ୍ଚିବାରେ ବିଫଳ ହୋଇଛନ୍ତି । ବର୍ତ୍ତମାନ, ଏହି ବିଳମ୍ବ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ଏହାର କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟ ତର ବୋଲି ବିବେଚନା କରାଯାଉଥିବା ରିପବ୍ଲିକାନ୍ ସେନେଟର୍ ଟେଡ୍ କ୍ରୁଜ୍‌ଙ୍କ ଦ୍ୱାରା ଲିକ୍ ହୋଇଥିବା ଏକ ଅଡିଓ କ୍ଲିପ୍‌ରେ ପ୍ରକାଶ ପାଇଛି ।  ଏହାକୁ ନେଇ ନେଇ ହ୍ୱାଇଟ୍ ହାଉସ୍‌ରେ ଗୃହଯୁଦ୍ଧ ଆରମ୍ଭ ହୋଇଛି ।

Advertisment

ଅଧିକ ପଢନ୍ତୁ... ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ୧୦ହଜାର କେଜିର ବିସ୍ଫୋରକ ଜବତ : ଜଣେ ଗିରଫ

ଅଡିଓ କ୍ଲିପ୍‌ ଭାଇରାଲ
ଏକ ରିପୋର୍ଟ ଅନୁଯାୟୀ, ଟେଡ୍ କ୍ରୁଜ୍ ଦଳକୁ ଦାନ ଭାବେ ପାଣ୍ଠି ପ୍ରଦାନ କରୁଥିବା କିଛି ଲୋକଙ୍କ ସହ ଏକ ଫୋନ୍ କଲ୍ ସମୟରେ ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିବାର ଅଡିଓ କ୍ଲିପ୍‌ରୁ ଶୁଣିବାକୁ ମିଳୁଛି ।  କଲ୍‌ରେ କ୍ରୁଜ୍ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅଟକି ରହିବା ପାଇଁ ହ୍ୱାଇଟ୍ ହାଉସ୍ ବାଣିଜ୍ୟ ପରାମର୍ଶଦାତା ପିଟର୍ ନାଭାରୋ ଓ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଦାୟୀ କରିଛନ୍ତି । ବିଳମ୍ବ ପାଇଁ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ମଧ୍ୟ ଦାୟୀ କରୁଥିବାର ଶୁଣିବାକୁ ମିଳୁଛି। । ଲିକ୍ ହୋଇଥିବା ଅଡିଓ ଅନୁସାରେ, ଟେକ୍ସାସର ରିପବ୍ଲିକାନ୍ ସେନେଟର କ୍ରୁଜ୍ କହିଛନ୍ତି ମୁଁ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ହ୍ୱାଇଟ୍ ହାଉସ୍ ମଧ୍ୟରେ ସଂଘର୍ଷ କରୁଛି ।  ପ୍ରଶାସନ ଭିତରେ ଚୁକ୍ତିକୁ ବିରୋଧ କରୁଥିବା ଲୋକେ କିଏ ବୋଲି ପ୍ରଶ୍ନର ଉତ୍ତରରେ କ୍ରୁଜ୍ ନାଭାରୋ, ଜେ.ଡି. ଭାନ୍ସ ଓ ଟ୍ରମ୍ପଙ୍କ ନାମ ନେଇଛନ୍ତି । 

ଟାରିଫ୍ ଲାଗୁକୁ ରୋକିବା ପାଇଁ ଚେଷ୍ଟା କରିଥିଲେ
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କ୍ରୁଜ୍ ଓ ଅନ୍ୟ କେତେକ ରିପବ୍ଲିକାନ୍ ସେନେଟର ଗତ ଏପ୍ରିଲରେ ଟ୍ରମ୍ପଙ୍କୁ ବିଶ୍ୱସ୍ତରରେ ଲିବରେସନ୍ ଡେ ଟାରିଫ୍ ଲାଗୁକୁ ରୋକିବା ପାଇଁ ଚେଷ୍ଟା କରିଥିଲେ । କ୍ରୁ ଜ୍ ଟ୍ରମ୍ପଙ୍କୁ ଚେତାବନୀ ଦେଇଥିଲେ ଯେ, ଅଧିକ ଟାରିଫ୍ ମୁଦ୍ରାସ୍ଫୀତି ବୃଦ୍ଧି କରିବ ଓ ସାଧାରଣ ଆମେରିକୀୟ ଗ୍ରାହକମାନଙ୍କୁ କ୍ଷତି ପହଞ୍ଚାଇ । ଯାହା ଦ୍ବାରା ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ଏହା କ୍ଷତି ପହଞ୍ଚାଇପାରେ। ତେବେ ଟ୍ରମ୍ପ ଚେତାବନୀକୁ ଅଣଦେଖା କରିଥିଲେ ।

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅନିଶ୍ଚିତତା ମଧ୍ୟରେ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା କିଛି ମାସ ଧରି ଅନିଶ୍ଚିତତା ମଧ୍ୟରେ ବୁଡ଼ି ରହିଛି। ଗତ ପାଞ୍ଚ ମାସ ଧରି ଆମେରିକା ଭାରତରୁ ଆମଦାନି ହେଉଥିବା କିଛି ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛି। ଶୁଳ୍କ ଲାଗୁ ହେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ଆରମ୍ଭ ହୋଇସାରିଛି । ଗତ ବର୍ଷ ଫେବ୍ରୁଆରିରେ ଆନୁଷ୍ଠାନିକ ଅନୁମୋଦନ ଦିଆଯାଇଥିଲା ଓ ମାର୍ଚ୍ଚ-ଏପ୍ରିଲରେ ଆଲୋଚନା ପୁଣି ଆରମ୍ଭ ହୋଇଥିଲା। କିନ୍ତୁ କୌଣସି ଠୋସ୍ ଚୁକ୍ତିନାମା ହୋଇପାରି ନଥିଲା ।  ଏହା ସତ୍ତ୍ୱେ, ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ସାର୍ବଜନୀନ ଭାବରେ କହୁଛନ୍ତି ଯେ, ତାଙ୍କର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭଲ ସମ୍ପର୍କ ଅଛି ଓ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହୋଇପାରେ । ସେ ଡାଭୋସରେ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ।