କନକବ୍ୟୁରୋ : ଗଣତନ୍ତ୍ର ଦିବସ ଉତ୍ସବ ପାଳନ ପୂର୍ବରୁ ମିଳିଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ରାଜସ୍ଥାନ ନାଗପୁର ଜିଲ୍ଲା ହରସୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ମିଳିଲା ପ୍ରାୟ ୧୦ହଜାର କେଜିର ବିସ୍ଫୋରକ ସାମଗ୍ରୀ । ଶନିବାର ବିଳମ୍ବିତ ରାତିରେ ପୁଲିସ୍ ଚଢ଼ାଉ କରି ଗାଁର ୧୮୭ ବସ୍ତା ଆମୋନିଅମ୍ ନାଇଟ୍ରେଟ୍ ଜବତ କରିଛି। ଜବତ ବିସ୍ଫୋରକ ସାମଗ୍ରୀର ଓଜନ ୯ ହଜାର ୫୫୦ କେଜି। ଘଟଣାରେ ସମ୍ପୃକ୍ତ ସୁଲେମାନ ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଅଧିକ ପଢନ୍ତୁ... ମଣ୍ଡିରୁ ଉଠୁନି ଧାନ : ସାଂସଦଙ୍କ ଉଦଘାଟନ ଫଳକ ଭାଙ୍ଗି ପ୍ରତିବାଦ ଜଣାଇଲେ କଂଗ୍ରେସ ନେତା...
ଆମୋନିଅମ୍ ନାଇଟ୍ରେଟ୍ ସେହି ବିସ୍ଫୋରକ ଯାହାର ବ୍ୟବହାର ଦିଲ୍ଲୀ ଲାଲ କିଲ୍ଲା ବିସ୍ଫୋରଣରେ ବ୍ୟବହାର କରାଯାଇଥିଲା। କେବଳ ସେତିକି ନୁହେଁ ଆମୋନିଅମ୍ ନାଇଟ୍ରେଟ୍ ସମେତ ଡେଟୋନେଟର, ବମ୍ରେ ବ୍ୟବହୃତ ନୀଳ, ଲାଲ୍ ରଙ୍ଗର ତାର, ଏବଂ ଅନ୍ୟାନ ସାମଗ୍ରୀ ମଧ୍ୟ ଜବତ କରିଛି ନାଗପୁର ପୁଲିସ। ବେଆଇନ୍ ଖଣି ଖନନରେ ସମ୍ପୃକ୍ତ ଥିବା ଲୋକଙ୍କୁ ଏହି ସବୁ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ନାଗପୁର ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି।
ଅଭିଯୁକ୍ତଙ୍କ ବିରୋଧରେ ତିନି ମାମଲା ରହିଛି
ଗିରଫ ଅଭିଯୁକ୍ତ ସୁଲେମାନ ଖାନଙ୍କ ବିରୋଧରେ ପୂର୍ବରୁ ବିସ୍ଫୋରକ ଆଇନ ଅନୁଯାୟୀ ତିନୋଟି ମାମଲା ରହିଛି। ପୁଲିସ ତାଙ୍କୁ ଗିରଫ କରି ଭାରତୀୟ ଦଣ୍ଡ ସଂହିତା ଓ ୧୮୮୪ ବିସ୍ଫୋରକ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ଆମୋନିୟମ୍ ନାଇଟ୍ରେଟ୍ ସହିତ ବୋମା ତିଆରି ଓ ବିସ୍ଫୋରଣ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ୯ କାର୍ଟନ୍ ଡେଟୋନେଟର,୧୨ କାର୍ଟନ୍ ଓ ୧୫ ବଣ୍ଡଲ୍ ନୀଳ ଫ୍ୟୁଜ୍ ତାର ଓ ୧୨ କାର୍ଟନ୍ ତଥା ୯ ବଣ୍ଡଲ୍ ଲାଲ ଫ୍ୟୁଜ୍ ତାର ଆଦି ରହିଛି। ଏତେ ପରିମାଣର ଡେଟୋନେଟର ଓ ତାର ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ତେବେ ସୁଲେମାନ କହିଛନ୍ତି ସେ ସେଗୁଡ଼ିକୁ ଖଣି ମାଲିକ ଓ ବେଆଇନ ଖଣି ଶ୍ରମିକମାନଙ୍କୁ ବିକ୍ରି କରୁଥିଲେ।
ବଡ଼ ଷଡ୍ଯନ୍ତ୍ର ସନ୍ଦେହ
ନାଗୌର ପୁଲିସ ଅଧିକ୍ଷକଙ୍କ ଅନୁଯାୟୀ, ଜବତ ସାମଗ୍ରୀର ପରିମାଣ ଏତେ ଅଧିକ ଯେ ଏହା ପଛରେ କେବଳ ଖଣି ଖନନ ଉଦ୍ଦେଶ୍ୟ ଥିବା ସନ୍ଦେହଜନକ ମନେ ହେଉଛି। ଏହାକୁ ଦୃଷ୍ଟିରେ ରଖି, ରାଜସ୍ଥାନ ପୁଲିସ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଇବି ଓ ଏନଆଇଏକୁ ମଧ୍ୟ ଜବତ ବିଷୟରେ ସୂଚନା ଦେଇଛି। ଏଜେନ୍ସିଗୁଡ଼ିକ ଏବେ ସୁଲେମାନ ଖାନଙ୍କୁ ପଚରାଉଚରା କରିବେ ଯେ ବିସ୍ଫୋରକଗୁଡ଼ିକ କୌଣସି ଆତଙ୍କବାଦୀ ଗୋଷ୍ଠୀ କିମ୍ବା ଦେଶ ବିରୋଧୀ ଉପାଦାନକୁ ଯୋଗାଣ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ। ସୁଲେମାନ ଏତେ ବିପୁଳ ପରିମାଣର ବିସ୍ଫୋରକ କେଉଁଠାରୁ ପାଇଲେ ଓ ଉଦ୍ଦିଷ୍ଟ କ୍ରେତା କିଏ ଥିଲେ ତାହା ମଧ୍ୟ ପୁଲିସ ତଦନ୍ତ କରୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/26bbs_3_26012026_111-2026-01-26-10-42-25.jpg)