DonaldTrump Photograph: (KanakNews)
କନକ ବ୍ୟୁରୋ : ଆତଙ୍କବାଦୀ ଆକ୍ରମଣ ପରେ ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ ଲଢ଼େଇରେ ନାଟୋ ଓ ବ୍ରିଟିଶ ସୈନ୍ୟଙ୍କ ଭୂମିକା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଟ୍ରମ୍ପ ଏକ ସାକ୍ଷାତକାରରେ କହିଥିଲେ, ନାଟୋ ଦେଶଗୁଡ଼ିକର ସୈନିକମାନେ ଆଗଧାଡିରୁ ଦୂରରେ ରହି ଆଫଗାନିସ୍ତାନରେ ଲଢ଼େଇରେ ସାମିଲ ହୋଇଥିଲେ । ତେବେ ୯/୧୧ ଆକ୍ରମଣ ପରେ ଆଫଗାନିସ୍ତାନରେ ୪୫୭ ବ୍ରିଟିଶ ସୈନିକ ସହିଦ ହୋଇଥିଲେ । ତାଙ୍କର ଏହି ମନ୍ତବ୍ୟ ବ୍ରିଟେନ ଓ ଅନ୍ୟାନ୍ୟ ନାଟୋ ମିତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ବ୍ରିଟିଶ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର ଓ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନଙ୍କ ସମେତ ଅନେକ ନେତା ଟ୍ରମ୍ପଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ । ଷ୍ଟାରମର ଟ୍ରମ୍ପଙ୍କ ମନ୍ତବ୍ୟକୁ ଭୟାନକ ବୋଲି କହି ଏହା ବ୍ରିଟିଶ ସୈନିକଙ୍କ ବଳିଦାନକୁ ଅସମ୍ମାନିତ କରିଥିବା ଅଭିଯୋଗ କରିଥିଲେ । ଟ୍ରମ୍ପଙ୍କ ମନ୍ତବ୍ୟ ପରେ, ବ୍ରିଟେନର ଅନେକ ମନ୍ତ୍ରୀ ତାଙ୍କ ବିରୋଧରେ ମତ ପ୍ରକାଶ କରି କହିଥିଲେ ଯେ, ଟ୍ରମ୍ପଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ୍ । ଏହାକୁ ଟ୍ରମ୍ପ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ ।
ବିବାଦ ପରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ
ବିବାଦ ବଢ଼ିବା ପରେ, ଡୋନାଲ୍ଡ ଟ୍ରମ୍ପ ତାଙ୍କ ମତ ବଦଳାଇଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ସେ ବ୍ରିଟିଶ ସୈନିକଙ୍କୁ ପ୍ରଶଂସା କରିଥିଲେ ଓ କହିଥିଲେ ଯେ, ଯୁକ୍ତରାଜ୍ୟର ସୈନିକମାନେ ବିଶ୍ୱର ସର୍ବଶ୍ରେଷ୍ଠ ଯୋଦ୍ଧାମାନଙ୍କ ମଧ୍ୟରୁ ଅନ୍ୟତମ । ବ୍ରିଟିଶ ସେନାର ସାହସ ଅତୁଳନୀୟ ଓ ଆମର ବନ୍ଧନ ଏତେ ଦୃଢ଼ ଯେ, ଏହା କେବେ ଭାଙ୍ଗିବ ନାହିଁ । ଟ୍ରମ୍ପ ବ୍ରିଟିଶ ସେନାକୁ ବିଶ୍ୱର ଦ୍ୱିତୀୟ ସାହସୀ ସେନା ଭାବରେ ଉଲ୍ଲେଖ କରି କହିଥିଲେ, ଆମେ ତୁମକୁ ସର୍ବଦା ଭଲ ପାଉ । ଟ୍ରମ୍ପ ନାଟୋ ଦେଶଗୁଡ଼ିକୁ ସମାଲୋଚନା କରି କହିଥିଲେ, ସେମାନେ ଆଫଗାନିସ୍ତାନକୁ ସୈନ୍ୟ ପଠାଇଥିଲେ ।
ଅଧିକ ପଢ଼ନ୍ତୁ---ଗ୍ରିନ୍ଲାଣ୍ଡ ଉପରେ ଟ୍ରମ୍ପଙ୍କ ନଜର: ହ୍ୱାଇଟ୍ ହାଉସ୍ ସେୟାର କଲା ପେଙ୍ଗୁଇନ୍ର ଏଆଇ ଫଟୋ
ତେବେ ସୈନ୍ୟମାନେ ମୁଖ୍ୟ ମୋର୍ଚ୍ଚାଠାରୁ ବହୁତ ପଛରେ ରହିଥିଲେ। । ତାଙ୍କର ବକ୍ତବ୍ୟ ନାଟୋ ଦେଶଗୁଡ଼ିକ ପ୍ରତି ଏକ କଟାକ୍ଷ ଥିଲା । ଟ୍ରମ୍ପ ପ୍ରଶ୍ନ କରିଥିଲେ, ଯଦି କେବେ ଆବଶ୍ୟକତା ପଡ଼େ ତେବେ ନାଟୋ ଆମ ସହିତ ଠିଆ ହେବ କି ନାହିଁ । ସେ ଏହା ମଧ୍ୟ କହିଥିଲେ, ଆମେରିକା ପ୍ରକୃତରେ କେବେ ନାଟୋ ଦେଶଗୁଡ଼ିକୁ ସାହାଯ୍ୟ ମାଗି ନାହିଁ । ଟ୍ରମ୍ପଙ୍କ ବକ୍ତବ୍ୟ ନେଇ ବ୍ରିଟିଶ ସରକାର ନିଜର ସ୍ଥିତି ସ୍ପଷ୍ଟ କରି କହିଥିଲେ,ଆମର ସଶସ୍ତ୍ର ବାହିନୀଙ୍କୁ ନେଇ ଆମେ ଗର୍ବିତ । ସେମାନଙ୍କର ସେବା ଓ ବଳିଦାନକୁ କେବେ ଆମେ ଭୁଲିବୁ ନାହିଁ । ବ୍ରିଟିଶ ନେତାମାନେ କହିଥିଲେ, ଆଫଗାନିସ୍ତାନରେ ବ୍ରିଟିଶ ସୈନିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ସେମାନେ କର୍ତ୍ତବ୍ୟ ପାଳନ ସମୟରେ ଅପାର ସାହସ ପ୍ରଦର୍ଶନ କରିଥିଲେ ।
Follow Us