କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟ ବର୍ତ୍ତମାନ ଯୁଦ୍ଧ ନିଆଁରେ କମ୍ପୁଛି । ଏହି ସଙ୍କଟଜନକ ପରିସ୍ଥିତି ମଧ୍ୟରେ ଜଣେ ଆମେରିକୀୟ ସାମ୍ବାଦିକ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ହତ୍ୟା ସମ୍ପର୍କରେ ପ୍ରଶ୍ନ କରିଥିଲେ, ଟ୍ରମ୍ପ ସେଠାରେ ଅତି ସ୍ପଷ୍ଟ ଓ ରୋକଠୋକ୍ ଜବାବ ରଖିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, "ସେ ମୋତେ ମାରିବା ପୂର୍ବରୁ ହିଁ ମୁଁ ତାକୁ ଶେଷ କରିଦେଲି ।" ଟ୍ରମ୍ପଙ୍କର ଏହି ବୟାନ ଆମେରିକୀୟ ଗୁପ୍ତଚର ସଂସ୍ଥାଗୁଡ଼ିକର ସେହି ଦାବିକୁ ଦୃଢ଼ୀଭୂତ କରିଛି, ଯେଉଁଥିରେ କୁହାଯାଇଥିଲା ଯେ ଇରାନ ସରକାର ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲେ ।
ଏହା ବି ପଢ଼ନ୍ତୁ: ସେୟାର ବଜାରରେ ଯୁଦ୍ଧର ପ୍ରଭାବ, ଚୁଟକିରେ ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା
ଆମେରିକାର ଜଣାଶୁଣା ସାମ୍ବାଦିକ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ସେ ଇରାନ ପ୍ରସଙ୍ଗରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସେ ବହୁ ସମୟ ଧରି ଆଲୋଚନା କରିଥିଲେ । ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇଙ୍କ ପରେ ଇରାନର ଶାସନ ଭାର କିଏ ସମ୍ଭାଳିବ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏକ ରୋଚକ ତଥା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇ କହିଛନ୍ତି ଯେ, ଆମେରିକାର ଆକ୍ରମଣ ଅତ୍ୟନ୍ତ ସଠିକ୍ ଏବଂ ସଫଳ ଥିଲା । ଏହି ଅଭିଯାନରେ ଅନେକ ବଡ଼ ଅଧିକାରୀ ଏବଂ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ଯେଉଁମାନଙ୍କ ବିଷୟରେ ଆଶା କରାଯାଉଥିଲା ସେମାନେ ସମସ୍ତେ ବର୍ତ୍ତମାନ ନିହତ ହୋଇସାରିଛନ୍ତି ।
ସାମ୍ବାଦିକ ଜଣକ ଟ୍ରମ୍ପଙ୍କୁ ଇରାନ ସରକାରଙ୍କ ଦ୍ୱାରା ତାଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ପ୍ରୟାସ ସମ୍ପର୍କରେ ପଚାରିଥିଲେ । ୨୦୨୪ ମସିହାରେ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର ରଚାଯାଇଥିଲା, ସେ ସମ୍ବନ୍ଧରେ ଟ୍ରମ୍ପ କହିଛନ୍ତି ଯେ, "ସେ ମୋତେ ମାରିବା ପୂର୍ବରୁ ହିଁ ମୁଁ ତାକୁ ମାରିଦେଲି।" ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ମୋତେ ମାରିବା ପାଇଁ ଦୁଇ ଦୁଇ ଥର ଚେଷ୍ଟା କରିଥିଲେ, କିନ୍ତୁ ମୁଁ ସେମାନଙ୍କୁ ସୁଯୋଗ ନଦେଇ ପୂର୍ବରୁ ହିଁ ଶେଷ କରିଦେଲି ।
ଇରାନ ସହିତ ଏହି ଯୁଦ୍ଧ କେତେ ସମୟ ପର୍ଯ୍ୟନ୍ତ ଚାଲିବ, ସେ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ, ସେ ପ୍ରଥମେ ଏହା ଚାରିରୁ ପାଞ୍ଚ ସପ୍ତାହ ମଧ୍ୟରେ ଶେଷ ହୋଇଯିବ ବୋଲି ଆଶା କରିଥିଲେ । କିନ୍ତୁ ବର୍ତ୍ତମାନ ସେ ସୂଚନା ଦେଇଛନ୍ତି ଯେ ଯଦି ଆବଶ୍ୟକ ପଡ଼େ, ତେବେ ଏହା ଏକ ଦୀର୍ଘକାଳୀନ ଲଢ଼େଇ ମଧ୍ୟ ହୋଇପାରେ । ଏହା ସହିତ ତିନିଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁକୁ ନେଇ ସେ କହିଛନ୍ତି ଯେ, "ଏହା ହେଉଛି ଯୁଦ୍ଧ ଏବଂ ଯୁଦ୍ଧରେ ଲୋକଙ୍କ ମୃତ୍ୟୁ ଘଟିଥାଏ ।"
ଭେନେଜୁଏଲା ଓ ଇରାନ ସାମରିକ ଅଭିଯାନରେ ମାତ୍ର ତିନି ଆମେରିକୀୟଙ୍କ ମୃତ୍ୟୁକୁ ଟ୍ରମ୍ପ ଏକ ବଡ଼ ସଫଳତା ବୋଲି କହିଛନ୍ତି । ଆମେରିକା ଓ ଇସ୍ରାଏଲର ମିଳିତ 'ଅପରେସନ୍ ଏପିକ୍ ଫ୍ୟୁରୀ'ରେ ଇରାନର ଅନେକ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହେବା ସହ ସର୍ବୋଚ୍ଚ ନେତା ଖାମେନେଇ ଓ ଅନ୍ୟ ଶୀର୍ଷ ନେତାଙ୍କ ମୃତ୍ୟୁ ଘଟିଛି । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଇରାନ ଏବେ ଇସ୍ରାଏଲ ଏବଂ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଧ୍ୟମରେ ପାଲଟା ଆକ୍ରମଣ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/04/trump-on-khamenei-2026-03-04-16-30-41.jpg)