କନକ ବ୍ୟୁରୋ : ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଶାନ୍ତି ବୋର୍ଡର ଏକ ବୈଠକର ଅଧ୍ୟକ୍ଷତା କରିବେ। ବୈଠକରେ ୨୦ ସଦସ୍ୟ ଦେଶ ଗାଜା ପାଇଁ ୫ ବିଲିୟନ ଡଲାର ସହାୟତା ଘୋଷଣା କରିବେ । ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଲେଭିଟ୍ କହିଛନ୍ତି, ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପରେ ଗାଜାରେ ସୁରକ୍ଷା ବଜାୟ ରଖିବା ଉପରେ ଶାନ୍ତି ବୋର୍ଡ ବୈଠକରେ ଧଗୁରୁତ୍ବାରୋପ କରାଯିବ। ପ୍ରେସ ସଚିବ କହିଛନ୍ତି, ଟ୍ରମ୍ପ୍ ଅପରାହ୍ନ ୩ଟାରେ ଡୋନାଲ୍ଡ ଜେ. ଟ୍ରମ୍ପ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍‌ରେ ଶାନ୍ତି ବୋର୍ଡ ବୈଠକର ଆୟୋଜନ କରିବେ। ଶାନ୍ତି ବୋର୍ଡର ସଦସ୍ୟ ଦେଶମାନେ ଗାଜାରେ ମାନବିକ ସହାୟତା ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ପାଞ୍ଚ ବିଲିୟନ ଡଲାର ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ବୈଠକରେ ଘୋଷଣା କରାଯିବ। ଏହା ବ୍ୟତୀତ, ଗାଜାରେ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଅନ୍ତର୍ଜାତୀୟ ବାହିନୀରେ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯିବ । 

Advertisment

ବୋର୍ଡର ଆର୍ଥିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ବିଷୟରେ ପଚରାଯିବାରୁ, ଲେଭିଟ୍ କହିଛନ୍ତି, ରାଷ୍ଟ୍ରପତିଙ୍କ ନେତୃତ୍ୱରେ ଗଠିତ ଶାନ୍ତି ବୋର୍ଡ ନିଷ୍ପତ୍ତି ନେବ। ସମସ୍ତ ସଦସ୍ୟ ପାଣ୍ଠି ଉପରେ ଭୋଟ ଦେବେ। ତା’ପରେ ବୋର୍ଡର ବୈଷୟିକ କାର୍ଯ୍ୟ କରାଯିବ । ସେ କହିଛନ୍ତି, ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ସଦସ୍ୟ ଦେଶମାନେ ଅନ୍ତର୍ଜାତୀୟ ବାହିନୀ ଓ ସ୍ଥାନୀୟ ପୁଲିସରେ ହଜାର ହଜାର କର୍ମଚାରୀ ନିୟୋଜିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।  ହମାସକୁ ତୁରନ୍ତ  ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ପାଳନ କରିବାକୁ ପଡିବ । 

ଅଧିକ ପଢ଼ନ୍ତୁ---ରୁଷଠାରୁ ତେଲ କିଣିବା ବନ୍ଦ କରିନି ଭାରତ: ଆମେରିକା ଦାବି ନେଇ ପୁଟିନ ସରକାରଙ୍କ ସ୍ପଷ୍ଟ ଜବାବ

ସୂଚନା‌ଯୋଗ୍ୟ, ଟ୍ରମ୍ପ ଜାନୁଆରିରେ ଡାଭୋସରେ ଶାନ୍ତି ବୋର୍ଡ ଗଠନ କରିଥିଲେ। ଏହା ପ୍ରଥମେ ଗାଜାରେ ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗଠିତ ହୋଇଥିଲା। ଏହାର ପରିସରକୁ ବିସ୍ତାର କରାଯାଇଛି। ଚାର୍ଟରର କିଛି ସର୍ତ୍ତାବଳୀ ଅନେକ ୟୁରୋପୀୟ ଦେଶ ପାଇଁ ଚିନ୍ତା ସୃଷ୍ଟି କରିଛି। ଏଥିରେ ଟ୍ରମ୍ପଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଷ୍ଟ୍ରପତି ରହିବାକୁ ଅନୁମତି ପ୍ରଦାନ କରାଯାଇଛି ।