କନକ ବ୍ୟୁରୋ : ରୁଷ କହିଛି ଯେ, ଭାରତ ଆମଠାରୁ ତେଲ କ୍ରୟ ବନ୍ଦ କରିବା ପାଇଁ କୌଣସି ସଙ୍କେତ ଦେଇନାହିଁ । ରୁଷ ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ଆମେରିକା କହିଥିଲା, ଭାରତ ରୁଷ ଅଶୋଧିତ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛି । ରୁଷ କହିଛି ଭାରତର ସ୍ଥିତିରେ କୌଣସି ପରିବର୍ତ୍ତନ ଆମେ ଦେଖୁନାହୁଁ । ରୁଷର ଏହି ବିବୃତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଦାବିର ଜବାବରେ ଆସିଛି। ରୁବିଓ କହିଥିଲେ, ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି।

Advertisment

ରୁଷର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି,ରୁଷର ଶକ୍ତି ଆମଦାନୀ ଉପରେ ନୂଆଦିଲ୍ଲୀ ନିଜର ସ୍ଥିତିରେ ପରିବର୍ତ୍ତନ କରିଛି ବୋଲି ବିଶ୍ୱାସ କରିବାର କୌଣସି କାରଣ ନାହିଁ। ଭାରତ ଦ୍ୱାରା ରୁଷ ହାଇଡ୍ରୋକାର୍ବନ କ୍ରୟ ଉଭୟ ଦେଶକୁ ଲାଭପ୍ରଦାନ କରିବା ସହିତ ଅନ୍ତର୍ଜାତୀୟ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରୁଛି ।

ଅଧିକ ପଢ଼ନ୍ତୁ---ହିନ୍ଦୁ ପୁଲିସକର୍ମୀଙ୍କ ହତ୍ୟାକାରୀକୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ପରେ ବାଂଲାଦେଶ ପଠାଗଲା: ୟୁରୋପ ପଳାଇବାକୁ ଚେଷ୍ଟା କରୁଥିଲା

ଆମେରିକା ବକ୍ତବ୍ୟର କୌଣସି ଅର୍ଥ ନାହିଁ

ମାରିଆ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଦାବିରେ କିଛି ନୂତନତା ନାହିଁ । ସେଭଳି ବକ୍ତବ୍ୟର କୌଣସି ଅର୍ଥ ନାହିଁ। ସେମାନେ ଲଗାତାର ସ୍ବତନ୍ତ୍ର ଦେଶଗୁଡ଼ିକୁ ନିର୍ଦ୍ଦେଶ ଦେବାର ମନୋଭାବ ଗ୍ରହଣ କରୁଛନ୍ତି। ଆମେରିକା-ଭାରତ ଚୁକ୍ତି ପରେ, ଟ୍ରମ୍ପ ପ୍ରଶାସନ ବାରମ୍ବାର କହିଛ ଯେ ନୂଆଦିଲ୍ଲୀ ରୁଷିଆ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି। ଆମେରିକା କହିଛି,ଭାରତ ରୁଷିଆରୁ ତେଲ କିଣିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଭାରତର ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରାଯାଇଛି ।

ଭାରତର ମତ କ’ଣ?

ଭାରତ ସରକାର ସ୍ପଷ୍ଟ କରିନାହାନ୍ତି, ଆମେରିକାକୁ ରୁଷୀୟ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି କି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ମିଥ୍ୟା। ନୂଆଦିଲ୍ଲୀ କେବଳ କହିଛି ଯେ, ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଭଲ ଚୁକ୍ତି ଆଧାରରେ କ୍ରୟ କରାଯିବ ।