କନକ ବ୍ୟୁରୋ : ରୁଷ୍ ସହ ଭାରତର ମଜଭୁତ ସମ୍ପର୍କ ଆମେରିକା ହଜମ କରିପାରୁନି । ତେଣୁ ପୁଟିନଙ୍କ ଗସ୍ତ ପରେ ଅଯଥା କାରଣ ଦର୍ଶାଇ ଭାରତ ଉପରେ ଅତିରିକ୍ତ ଟାରିଫ ଲାଗୁ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି । ଆମେରିକା ବଜାରରେ ଭାରତ କମ୍ ମୂଲ୍ୟରେ ଚାଉଳ ବିକ୍ରି ଅଭିଯୋଗ ପରେ ଅତିରିକ୍ତ ଟାରିଫ ଲାଗୁ ପାଇଁ ପୁଣି ବିଚାର କରୁଛି ଆମେରିକା ।
ଚାଉଳ ଉପରେ ଶୁଳ୍କ ଲଗାଇବେ ଟ୍ରମ୍ପ!
ପୁଣି ନୂଆ ବାହାନା ଖୋଜି ଭାରତ ଉପରେ ଅଧିକ ରପ୍ତାନି ଶୁଳ୍କ ଲଗାଇବାକୁ ଚିନ୍ତା କରୁଛି ଆମେରିକା । ଆମେରିକା ବଜାରରେ ଭାରତ, ଚୀନ ଓ ଥାଇଲାଣ୍ଡ କମ୍ ଦାମରେ ଚାଉଳ ଓ ସାର ବିକୁଥିବା ଅଭିଯୋଗ ହୋଇଛି । ହ୍ବାଇଟ ହାଉସ ବୈଠକରେ ଚାଷୀମାନେ ଏହି ୩ ଦେଶ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଆମେରିକା ବଜାରରେ ଶସ୍ତା ବିଦେଶୀ ଦ୍ରବ୍ୟ ବିକ୍ରି ପ୍ରସଙ୍ଗ ଉଠିଥିଲା । ଆମେରିକା ଚାଷୀ କହିଥିଲେ, କିଛି ଦେଶ ଆମେରିକା ବଜାରରେ କମ୍ ମୂଲ୍ୟରେ ଚାଉଳ ବିକ୍ରି କରୁଛନ୍ତି । ଫଳରେ ଘରୋଇ ଚାଷୀଙ୍କୁ ବହୁତ କ୍ଷତି ହେଉଛି । ଉତ୍ତର ରଖି ଟ୍ରମ୍ପ କହିଥିଲେ, ଏହା ଏକ ପ୍ରକାର ଠକାମୀ । ବିଦେଶୀ ଦ୍ରବ୍ୟ ରପ୍ତାନି ଉପରେ ସରକାର ପଦକ୍ଷେପ ନେବେ । ଆବଶ୍ୟକ ପଡ଼ିଲେ ଏସବୁ ଦେଶଙ୍କ ଉପରେ ଅତିରିକ୍ତ ରପ୍ତାନି ଶୁଳ୍କ ଲାଗୁ କରାଯିବ। ଏଥିସହ ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ୧୨ ବିଲିଅନ ଡଲାର ସାହାଯ୍ୟ ଘୋଷଣା କରିଛନ୍ତି ଟ୍ରମ୍ପ ।
ଟ୍ରମ୍ପଙ୍କ ୨୮ ସୂତ୍ରୀ ସମାଧାନ ଯୋଜନା, ବନ୍ଦ ହେବ କି, ଋଷ-ୟୁକ୍ରେନ ଯୁଦ୍ଧ
ଭାରତ ଓ ଆମେରିକା ମଧ୍ୟରେ ଡିସେମ୍ବର ୧୦ ଓ ୧୧ରେ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ବୈଠକ ହେବାକୁ ଯାଉଛି । ଏଥିପାଇଁ ଆମେରିକା ବାଣିଜ୍ୟ ପ୍ରତିନିଧି ମଣ୍ଡଳୀ ଭାରତ ଆସୁଛନ୍ତି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଓ ଟାରିଫ୍ ବାବଦରେ ଆଲୋଚନା କରାଯିବ । ମାତ୍ର ଠିକ୍ ଏହା ପୂର୍ବରୁ ଭାରତ ପ୍ରତି ଟ୍ରମ୍ପ ପୁଣି କଡ଼ା ମନୋଭାବ ଦେଖାଇଥିବାରୁ ଦୁଇଦେଶର ବାଣିଜ୍ୟ ସମ୍ପର୍କ ପ୍ରଭାବିତ ହୋଇପାରେ ।
ଟ୍ରମ୍ପଙ୍କ ବଡ଼ ପ୍ରତିଶ୍ରୁତି: ଟାରିଫରୁ ପ୍ରତି ଆମେରିକୀୟଙ୍କୁ ମିଳିବ ୨ ହଜାର ଡଲାର
ଟ୍ରମ୍ପଙ୍କ ବୟାନକୁ ଭିନ୍ନ ଦୃଷ୍ଟିରେ ଦେଖିଲେ, ଏହି ଅସନ୍ତୋଷ ପଛର କାରଣ ପୁଟିନ ବୋଲି କହିଲେ କିଛି ଭୁଲ୍ ହେବନି । ନିକଟରେ ଭାରତ ଆସିଥିଲେ ରୁଷ ରାଷ୍ଟ୍ରପତି ପୁଟିନ। ଭାରତ ସହ ରୁଷର ସୌହାଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ନୂଆ ଓ ମଜଭୁତ ରୂପ ମିଳିଛି। ପୂର୍ବରୁ ରୁଷ ଓ ଭାରତର ବାଣିଜ୍ୟ ସମ୍ପର୍କକୁ ନେଇ ଆମେରିକା ବିଚଳିତ ଥିଲା। ବର୍ତ୍ତମାନ ଅଯଥା କାରଣ ଖୋଜି ଭାରତ ଉପରେ ରାଗ ଶୁଝାଉଥିବା ବିଶେଷଜ୍ଞ ମତ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/trump-2025-12-09-21-17-09.jpg)