କନକ ବ୍ୟୁରୋ : ଗତ ୨୦୨୫ବର୍ଷ ଜାନୁଆରି ୨୦ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଷ୍ଠିତ ବିଶ୍ୱ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ସେ ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି ଯେ, ତାଙ୍କୁ କୌଣସି ଆନ୍ତର୍ଜାତୀୟ ଆଇନର ଆବଶ୍ୟକତା ନାହିଁ । ତାଙ୍କ କ୍ଷମତାର ଏକମାତ୍ର ସୀମା ହେଉଛି ତାଙ୍କର ନୈତିକତା। ଟ୍ରମ୍ପଙ୍କ ଆନ୍ତର୍ଜାତୀୟ ଆଇନ ଅବମାନନାର ଏହି ଏକ ବର୍ଷ ମଧ୍ୟରେ, ସେ ଜାତିସଂଘ, ଆନ୍ତର୍ଜାତୀୟ ନ୍ୟାୟାଳୟ ଓ ଜି-୨୦ ଭଳି ପ୍ରତିଷ୍ଠାନଗୁଡ଼ିକୁ ଶକ୍ତିହୀନ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି କାର୍ୟ୍ୟଗୁଡ଼ିକ ଆନ୍ତର୍ଜାତୀୟ ରାଜନୀତିରେ କୂଟନୈତିକ ଶିଷ୍ଟାଚାରକୁ ଉଲ୍ଲଂଘନ କରିଛି।
ଅନ୍ତର୍ଜାତୀୟ ଆଇନ ପ୍ରତି ଅବମାନନା
୮ ଜାନୁଆରି ୨୦୨୬ରେ ନ୍ୟୁୟର୍କ ଟାଇମ୍ସ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ ଆମେରିକାର ଅହଂକାର କୌଣସି ବିଶ୍ୱ ଆଇନ ଦ୍ୱାରା ଆବଦ୍ଧ ନୁହେଁ ବୋଲି ବ୍ୟାଖ୍ୟା କରିଥିଲେ। ସେ ମନଇଚ୍ଛା ଭାବରେ ଆମେରିକାର ବୈଦେଶିକ ନୀତି କାର୍ୟ୍ୟକାରୀ କରିବା ଆରମ୍ଭ କରିଛନ୍ତି, ଯାହା ଦ୍ୱାରା ବିଶ୍ୱ ଶାନ୍ତିର ରକ୍ଷକ ବୋଲି କୁହାଯାଉଥିବା ସଂଗଠନଗୁଡ଼ିକୁ ଛିନ୍ନଭିନ୍ନ ହୋଇଯାଇଛନ୍ତି। ସମାଲୋଚକମାନେ ଏହାକୁ ବିଶ୍ୱ ଆଇନ ଓ ଶୃଙ୍ଖଳା ପ୍ରତି ସମ୍ପୂର୍ଣ୍ଣ ଅବମାନନା ଭାବରେ ଦେଖୁଛନ୍ତି।
ଗ୍ରିନ୍ଲ୍ୟାଣ୍ଡର ଶକ୍ତିଶାଳୀ କୁକୁର ସେନା ; ଯାହାଙ୍କୁ ଭୟ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ
ଭେନେଜୁଏଲାରେ ସାମରିକ ଅଭିଯାନ
ଜାନୁଆରି ୩ ତାରିଖରେ ଟ୍ରମ୍ପ ମଧ୍ୟରାତ୍ରିରେ ଏକ ସାମରିକ ଅଭିଯାନ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଆମେରିକୀୟ ସୈନ୍ୟମାନେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ସେମାନଙ୍କ ଶୟନ କକ୍ଷରୁ ଅପହରଣ କରିଥିଲେ। ଟ୍ରମ୍ପ ସେମାନଙ୍କ ବିରୋଧରେ ନାର୍କୋ-ଆତଙ୍କବାଦର ଅଭିଯୋଗ ଆଣି ଘୋଷଣା କରିଥିଲେ ଯେ,ଆମେରିକା ଏବେ ଭେନେଜୁଏଲାକୁ ପରିଚାଳନା କରିବ। ସେ ଜାତିସଂଘ କିମ୍ବା ତାଙ୍କ କଂଗ୍ରେସକୁ ନ ଜଣାଇ ଏହି ଆକ୍ରମଣ କରିଥିଲେ। ଭେନେଜୁଏଲାର ତୈଳ ସମ୍ପଦକୁ ହାତେଇବା ପାଇଁ ଏହା କରାଯାଇଥିଲା।
ପାରସ୍ପରିକ ଶୁଳ୍କ ନୀତି
ଅର୍ଥନୈତିକ କ୍ଷେତ୍ରରେ ଡୋନାଲ୍ଡ ଟ୍ରମ୍ପ ଭାରତ, ଚୀନ୍, ମେକ୍ସିକୋ ଓ କାନାଡା ଭଳି ଦେଶର ଅର୍ଥନୀତିକୁ ଶୁଳ୍କ ମାଧ୍ୟମରେ ସମସ୍ୟାରେ ପକାଇଛନ୍ତି। ଏପ୍ରିଲ ୨୦୨୫ରେ ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ ଅନୁଯାୟୀ, ସେ ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ସେ ପାରସ୍ପରିକ ଶୁଳ୍କ ନୀତି ଗ୍ରହଣ କରିଛନ୍ତି। ଅର୍ଥାତ୍ ଦେଶଗୁଡ଼ିକ ଆମେରିକା ଉପରେ ଯାହା ଶୁଳ୍କ ଆଦାୟ କରନ୍ତି, ଆମେରିକା ମଧ୍ୟ ସେମାନଙ୍କୁ ସମାନ ଶୁଳ୍କ ଆଦାୟ କରିବ।
ଗାଜା ଶାନ୍ତି ଯୋଜନା ଓ ଶାନ୍ତି ବୋର୍ଡ
ଟ୍ରମ୍ପ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଶାନ୍ତି ବୋର୍ଡ ଗଠନ କରିଛନ୍ତି। ସେ ନିଜେ ଏହାର ଅଧ୍ୟକ୍ଷ ହୋଇଛନ୍ତି। ସେ ଗାଜାକୁ ଏକ ଆଧୁନିକ ଚମତ୍କାର ସହରରେ ପରିଣତ କରିବାକୁ ଚାହୁଁଛନ୍ତି । ଯାହା ଦ୍ଵାରା ଆମେରିକୀୟ କମ୍ପାନିଗୁଡ଼ିକ ସେଠାରେ ପ୍ରମୁଖ ନିର୍ମାଣ ଚୁକ୍ତିନାମା ହାସଲ କରିପାରିବେ। ଏହି ବୋର୍ଡରେ ଅନ୍ୟ ଦେଶଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସେ ୧ ବିଲିୟନର ପଞ୍ଚାୟତ ଫି ଦାବି କରିଛନ୍ତି । ଏନେଇ ଭାରତକୁ ମଧ୍ୟ ଏକ ପ୍ରସ୍ତାବ ଦିଆଯାଇଛି।
୬୬ ଅନ୍ତର୍ଜାତୀୟ ସଂଗଠନରୁ ସାମୂହିକ ପ୍ରତ୍ୟାହାର
୭ ଜାନୁଆରି ୨୦୨୬ରେ ରାଷ୍ଟ୍ରପତିଙ୍କ ଏକ ସ୍ମାରକପତ୍ରରେ ସ୍ୱାକ୍ଷର କରି ଟ୍ରମ୍ପ ପ୍ୟାରିସ ଜଳବାୟୁ ଚୁକ୍ତିନାମା ଓ ଭାରତ ନେତୃତ୍ୱାଧୀନ ଅନ୍ତର୍ଜାତୀୟ ସୌର ମେଣ୍ଟ ସମେତ ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଆମେରିକାକୁ ପ୍ରତ୍ୟାହାର କରିନେଇଥିଲେ। ଟ୍ରମ୍ପଙ୍କ ଅନୁସାରେ ଏହି ସଂଗଠନଗୁଡ଼ିକ ଆମେରିକୀୟ କରଦାତାଙ୍କ ଟଙ୍କା ନଷ୍ଟ କରିବା ସହିତ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଛନ୍ତି।
ଜି-୨୦ରୁ ଦକ୍ଷିଣ ଆଫ୍ରିକା ବାଦ୍ ପଡ଼ିଲା
ନଭେମ୍ବର ୨୦୨୫ରେ ଟ୍ରମ୍ପ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀକୁ ବର୍ଜନ କରି ଦେଶର ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ। ସେ ଦକ୍ଷିଣ ଆଫ୍ରିକାରେ ଶ୍ବେତାଙ୍ଗ ଚାଷୀମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଦର୍ଶାଇ ଦକ୍ଷିଣ ଆଫ୍ରିକାକୁ ସମସ୍ତ ଦେୟ ଓ ସବସିଡି ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୬ରେ ମିଆମିରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ନିମନ୍ତ୍ରଣ କରାଯାଇ ନାହିଁ।
ଅଧିକ ପଢ଼ନ୍ତୁ : ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଆମେରିକା ଛାଡ଼ିବେ ନୋବେଲ ବିଜେତା ଦମ୍ପତି ଅଭିଜିତ୍ ବାନାର୍ଜୀ ଓ ଏସ୍ଥର ଡୁଫ୍ଲୋ
ବିସ୍ତାରବାଦୀ ଆଖି ଏବେ ଗ୍ରିନ୍ଲାଣ୍ଡ ଉପରେ
ଟ୍ରମ୍ପଙ୍କ ବିସ୍ତାରବାଦୀ ମିଶନରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ହେଉଛି ଗ୍ରିନ୍ଲାଣ୍ଡ। ସେ କହିଛନ୍ତି, ଆମେରିକାର ସୁରକ୍ଷା ପାଇଁ ଗ୍ରିନ୍ଲାଣ୍ଡ ଉପରେ ନିୟନ୍ତ୍ରଣ ଅତ୍ୟାବଶ୍ୟକ। ନଚେତ୍ ରୁଷ କିମ୍ବା ଚୀନ୍ ଏହି ଦାୟିତ୍ୱ ଗ୍ରହଣ କରିବେ। ଏହା ଯୋଗୁ ଡେନମାର୍କ ନେତାମାନଙ୍କ ସହିତ ଆମେରିକାର ବାକ୍ଯୁଦ୍ଧ ଜାରି ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/21/21bbs_34_21012026_111-2026-01-21-16-32-06.jpg)