Donald Trump Photograph: (Kanak News)
କନକ ବ୍ୟୁରୋ : ଟ୍ରମ୍ପଙ୍କ ଟାରିଫକୁ ଆମେରିକାର ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ଆଜି ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ସଂସଦରେ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ ବର୍ଷର ରିପୋର୍ଟ ଉପରେ ଭାଷଣ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଏବେ ଆମେରିକାର ସୁନାମୀ ଯୁଗ ଚାଲିଛି । ଭାଷଣରେ ଟ୍ରମ୍ପ କହିଥିଲେ ଯେ ସେ ଏକ 'ମୃତ' ରାଷ୍ଟ୍ର ଉତ୍ତରାଧିକାର ରୂପେ ପାଇଥିଲେ, କିନ୍ତୁ ଏବେ ଆମେରିକା ବିଶ୍ୱର ସବୁଠାରୁ ଆକର୍ଷଣୀୟ ଦେଶ ।
ଟ୍ରମ୍ପ କହିଛନ୍ତି, ଆମର ରାଷ୍ଟ୍ର ପୁଣି ଫେରିଆସିଛି । ପୂର୍ବଠାରୁ ବଡ଼, ଭଲ, ଧନୀ ଏବଂ ଶକ୍ତିଶାଳୀ ହୋଇଛି ଆମେରିକା । ଗତ ବର୍ଷ ଆମେ ଏକ ମୃତ ଦେଶ ଥିଲୁ, ଏବେ ଆମେ ବିଶ୍ୱର ଯେକୌଣସି ସ୍ଥାନରେ ସବୁଠାରୁ ଶକ୍ତିଶାଳୀ । ଗତ ୪ ବର୍ଷରେ ପୂର୍ବ ପ୍ରଶାସନ ଯୁକ୍ତରାଷ୍ଟ୍ରରେ ୧ ଟ୍ରିଲିୟନ୍ ଡଲାରରୁ କମ୍ ନୂତନ ନିବେଶ ପାଇଥିଲା ମାତ୍ର ୧୨ ମାସରେ ସେ ବିଶ୍ବରୁ ୧୮ ଟ୍ରିଲିୟନ୍ ଡଲାରରୁ ଅଧିକ ନିବେଶର ପ୍ରତିଶ୍ରୁତି ସୁରକ୍ଷିତ କରିଛି । ଟ୍ରମ୍ପ କହିଥିଲେ ଯେ ତାଙ୍କ ପ୍ରଶାସନ ଏକ ଏପରି ଆମେରିକା ଗଠନ କରୁଛି ଯେଉଁଠାରେ ପ୍ରତ୍ୟେକ ଶିଶୁ ଆଗକୁ ଯିବାର ସୁଯୋଗ ରହିବ ।
ଅଧିକ ପଢନ୍ତୁ : ବୈଠକ ପରେ ବୈଠକ କରି ପଲଟାଇଦେଲେ ଟାରିଫ୍ ଖେଳ! ଏସ୍.ଜୟଶଙ୍କରଙ୍କୁ ନେଇ ବଡ଼ ଚର୍ଚ୍ଚା
ଯେଉଁଠାରେ ସରକାର ଜନତାଙ୍କ ପ୍ରତି ଉତ୍ତରଦାୟୀ ରହିବ ଶକ୍ତିଶାଳୀମାନଙ୍କ ପ୍ରତି ନୁହେଁ । ଏହି ଅବରସରେ ଟ୍ରମ୍ପ ପୁଣି ଭାରତ-ପାକିସ୍ତାନ ଯୁଦ୍ଧ କଥା ଉଠାଇଛନ୍ତି । ଟ୍ରମ୍ପ କହିଛନ୍ତି, ତାଙ୍କ କାର୍ଯ୍ୟକାଳର ପ୍ରଥମ ୧୦ ମାସରେ, ୮ ଯୁଦ୍ଧ ସମାପ୍ତ କରିଛନ୍ତି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ଏକ ପରମାଣୁ ଯୁଦ୍ଧ ହୋଇଯାଇଥାନ୍ତା । ପାକିସ୍ତାନର ସାଢ଼େ ୩ କୋଟି ଲୋକ କହୁଛନ୍ତି, ସେ ହସ୍ତକ୍ଷେପ କରିନଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ମରିଯାଇଥାନ୍ତେ ।
Follow Us