କନକ ବ୍ୟୁରୋ : ଗ୍ରିନଲାଣ୍ଡ ଅକ୍ତିଆର ପାଇଁ ଆମେରିକାର ଉଦ୍ୟମ ପରେ ହ୍ବାଇଟ୍ ହାଉସରୁ ଯୁରୋପ  ପର୍ଯ୍ୟନ୍ତ  ହଲଚଲ୍।  ଚାରିଆଡୁ ବିରୋଧ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ନିଷ୍ପତ୍ତି ନେଇଛନ୍ତି । ଗ୍ରିନଲାଣ୍ଡକୁ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ବିଫଳ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ  ଧମକ ଦେଇଛନ୍ତି। ୟୁରୋପୀୟ ସଂଘ ଚିନ୍ତା ପ୍ରକାଶ କରିଥିବା ବେଳେ ଡେନମାର୍କ ବି ରଣହୁଙ୍କାର ଦେଇଛି ।ଦ୍ୱୀପଦେଶ ଗ୍ରିନଲାଣ୍ଡକୁ ଅକ୍ତିଆର କରି ଆମେରିକା ସେଠାରେ ସାମରିକ ଘାଟି ପ୍ରତିଷ୍ଠା କରିବାକୁ ଚାହୁଛି । ଏଭଳି ସ୍ଥିତିର ପ୍ରତିକାର ପାଇଁ ଗ୍ରିନଲାଣ୍ଡ ଓ ଡେନମାର୍କ ରାଷ୍ଟ୍ରଦୂତମାନେ ୱାସିଂଟନରେ ଆମେରିକା ସାଂସଦ ଓ ଟ୍ରମ୍ପ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଘନଘନ ଆଲୋଚନା ଚଳାଇଛନ୍ତି । ଗ୍ରିନଲାଣ୍ଡ ଅକ୍ତିଆର ପାଇଁ ଆମେରିକାର  ଉଦ୍ୟମକୁ ଚାରିଆଡୁ ବିରୋଧ ପରେ ଏକ ବଡ଼ ଓ ନୂଆ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗ୍ରିନଲାଣ୍ଡର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ ହଜାରରୁ ୧ ଲକ୍ଷ ଟଙ୍କା ଡଲାର ଦେବେ ବୋଲି ଟ୍ରମ୍ପ କହିଛନ୍ତି । ବଦଳରେ ଆମେରିକା ସହ ମିଶିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ ।

Advertisment

ଅଧିକ ପଢ଼ନ୍ତୁ :   ଗ୍ରିନଲାଣ୍ଡ ଉପରେ ଆମେରିକାର ଆଖି ; ଅକ୍ତିଆର ପାଇଁ ଟ୍ରମ୍ପଙ୍କ ବଡ଼ ଯୋଜନା

ଗ୍ରିନଲାଣ୍ଡର ଜନସଂଖ୍ୟା ପ୍ରାୟ ୫୭, ୦୦୦ ଏବଂ ଏଠାରେ ପ୍ରଚୁର ପ୍ରାକୃତିକ ସମ୍ପଦ ଅଛି। ୟୁରୋପୀୟ ଦେଶ ଡେନମାର୍କର ସହର ଗ୍ରିନଲାଣ୍ଡକୁ ଦଖଲ କରିବାରେ ସଫଳ ନହେଲେ ଆମେରିକା  ସାମରିକ  କାର୍ଯ୍ୟାନୁଷ୍ଠାନ  ପାଇଁ ଧମକ ଦେଇଛି । ଏହାପରେ ଆମେରିକାକୁ କଡ଼ା ଚେତାବନୀ ଦେଇଛି ଡେନମାର୍କ । ଆମେରିକା ଗ୍ରିନଲ୍ୟାଣ୍ଡ ଆକ୍ରମଣ କଲେ ’ପ୍ରଥମେ ଗୁଳି ଚଳାଇବେ ଓ ପରେ ପ୍ରଶ୍ନ ପଚାରିବେ’ ବୋଲି ଡେନମାର୍କ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ଆମେରିକା ପ୍ରତିରକ୍ଷା ସଚିବ ମାର୍କୋ ରୁବିଓ ଆସନ୍ତା ସପ୍ତାହରେ ଡେନମାର୍କ ଅଧିକାରୀଙ୍କ ସହ ଆଲୋଚନା କରିବା ସମ୍ଭାବନା ଅଛି। ୟୁରୋପୀୟ ଦେଶ ଡେନମାର୍କର ସହର ଗ୍ରିନଲାଣ୍ଡକୁ କବଜା କରିବା ପାଇଁ ଆମେରିକାର ଧମକ ପରେ  ୟୁରୋପୀୟ ସଂଘ ମଧ୍ୟରେ ବିବାଦ  ଦେଖାଦେଇଛି । ୟୁରୋପୀୟ ଦେଶ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ସମ୍ପୃକ୍ତ ଅଞ୍ଚଳର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ଚିନ୍ତାଧାରାକୁ ଗମ୍ଭୀରତାର ସହ ନେବା ଲାଗି ଯୁରୋପୀୟ ଦେଶଙ୍କୁ   କହିଛନ୍ତି ।