କନକ ବ୍ୟୁରୋ : ଗ୍ରିନଲାଣ୍ଡକୁ କିଣିବା ପାଇଁ ଆମେରିକାର ପ୍ରସ୍ତାବ । ଦ୍ୱୀପ ଦେଶ ଗ୍ରିନଲାଣ୍ଡକୁ ଅକ୍ତିଆର କରିବା ପାଇଁ ଆମେରିକାର ଉଦ୍ୟମ ପରେ ଚାରିଆଡୁ ବିରୋଧ ଯୋଗୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗ୍ରିନଲ୍ୟାଣ୍ଡର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ ହଜାରରୁ ୧ ଲକ୍ଷ ଟଙ୍କା ଡଲାର ଦେବାକୁ ଟ୍ରମ୍ପ କହିଛନ୍ତି । ବଦଳରେ ଆମେରିକା ସହ ମିଶିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ ପ୍ରଶାସନ ଗ୍ରିନଲ୍ୟାଣ୍ଡ ଲୋକଙ୍କୁ ସିଧାସଳଖ ନଗଦ ଅର୍ଥ ଦେବାକୁ ବିଚାର କରୁଛି । ଯାହା ଦ୍ୱାରା ସେମାନେ ଡେନମାର୍କରୁ ଅଲଗା ହୋଇ ଆମେରିକାର ନିକଟତର ହେବାକୁ ରାଜି ହେବେ । କିନ୍ତୁ ଡେନମାର୍କ ଆମେରିକାକୁ କଡ଼ା ଚେତାବନୀ ଦେଇଛି । ଆମେରିକା ଗ୍ରିନଲ୍ୟାଣ୍ଡ ଆକ୍ରମଣ କଲେ ପ୍ରଥମେ ଗୁଳି ଚଳାଇବେ ଓ ପରେ ପ୍ରଶ୍ନ ପଚାରିବେ ବୋଲି କହିଛି ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ । ୟୁରୋପୀୟ ଦେଶ ଡେନମାର୍କର ସହର ଗ୍ରିନଲାଣ୍ଡ ଉପରେ ଆମେରିକାର ଧମକକୁ ନେଇ ୟୁରୋପୀୟ ସଂଘ ମଧ୍ୟରେ ବି ବିବାଦ ଦେଖାଦେଇଛି । ଆସନ୍ତୁ ନଜର ପକାଇବା, କାହିଁକି ଗ୍ରିନଲାଣ୍ଡ ଅକ୍ତିଆର କରିବାକୁ ଚାହୁଁଛି ଆମେରିକା ଏବଂ କ’ଣ ରହିଛି ପୁରା ବିବାଦ ।
ଅଧିକ ପଢ଼ନ୍ତୁ---ହିଂସା ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କଲା ଇରାନ
ଗ୍ରିନଲାଣ୍ଡ କିଣିବାକୁ ଆମେରିକାର ପ୍ରସ୍ତାବ
- ଦ୍ୱୀପ ଦେଶ ଗ୍ରିନଲାଣ୍ଡ ଅକ୍ତିଆର କରିବାକୁ ଆମେରିକା ପ୍ରସ୍ତାବ ଦେଇଛି ।
- ଦେଶର ପ୍ରତି ବ୍ୟକ୍ତିଙ୍କୁ ୧୦ ହଜାରରୁ ୧ ଲକ୍ଷ ଡଲାର (୯କୋଟି ଟଙ୍କା) ଦେବ ଆମେରିକା ।
- ଲୋକମାନେ ଡେନମାର୍କରୁ ଅଲଗା ହୋଇ ଆମେରିକାର ନିକଟତର ହେବାକୁ ରାଜି ହେବେ ।
- ଗ୍ରିନଲାଣ୍ଡ ଆମେରିକା ପ୍ରସ୍ତାବରେ ରାଜି ହେଲେ ଆମେରିକା ପ୍ରାୟ ୫ ଟ୍ରିଲିୟନ ଟଙ୍କା ଦେବ ।
- ଗ୍ରିନଲାଣ୍ଡକୁ ଆମେରିକାର ଧମକ ପରେ ଆମେରିକାକୁ ଡେନମାର୍କର କଡ଼ା ଚେତାବନୀ ।
- ଆମେରିକା ଆକ୍ରମଣ କଲେ ପ୍ରଥମେ ଗୁଳି ଚଳାଇବେ, ପରେ ପ୍ରଶ୍ନ ପଚାରିବେ: ଡେନମାର୍କ ।
- ଗ୍ରିନଲାଣ୍ଡ ବର୍ତ୍ତମାନ ଡେନମାର୍କର ଅର୍ଦ୍ଧ-ସ୍ୱାୟତ୍ତଶାସିତ ଅଞ୍ଚଳ ।
- ଗ୍ରିନଲାଣ୍ଡର ଜନସଂଖ୍ୟା ପ୍ରାୟ ୫୭, ୦୦୦ ଏବଂ ଏଠାରେ ପ୍ରଚୁର ପ୍ରାକୃତିକ ସମ୍ପଦ ଅଛି ।
- ଗ୍ରିନଲାଣ୍ଡ କିଣିବାକୁ ମୋଟ୍ ୬ ବିଲିଅନ ଡଲାର ଖର୍ଚ୍ଚ କରିବାକୁ ଆକଳନ କରିଛି ଆମେରିକା ।
- ଆମେରିକାର ଧମକ ନେଇ ୟୁରୋପୀୟ ସଂଘ ମଧ୍ୟରେ ବି ବିବାଦ ବଢ଼ିଛି ।
- ଗ୍ରିନଲାଣ୍ଡ ରାଜି ନହେଲେ କୂଟନୈତିକ ଚୁକ୍ତି ଏବଂ ସୈନ୍ୟବଳ ପ୍ରୟୋଗ କରିପାରେ ଆମେରିକା ।
- ଆମେରିକାର ଅଭିଳାଷକୁ ନେଇ ଇଉରୋପୀୟ ନେତାମାନେ ଚିନ୍ତା ପ୍ରକାଶ କରିଛନ୍ତି ।
- ଫ୍ରାନ୍ସ, ଜର୍ମାନି, ଇଟାଲି, ପୋଲାଣ୍ଡ, ସ୍ପେନ, ବ୍ରିଟେନ ଏବଂ ଡେନମାର୍କ ମିଳିତ ବିବୃତି ଜାରି କରିଛନ୍ତି ।
- ୟୁରୋପୀୟ ସଂଘ କହିଛି, ଗ୍ରିନଲ୍ୟାଣ୍ଡର ଭବିଷ୍ୟତ ଉପରେ ଗ୍ରିନଲ୍ୟାଣ୍ଡ ଏବଂ ଡେନମାର୍କର ଅଧିକାର ।
- ଜାତୀୟ ସୁରକ୍ଷା ଦୃଷ୍ଟିରୁ ଆମକୁ ଗ୍ରିନଲାଣ୍ଡ ଦରକାର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/09/donald-trump-2026-01-09-15-18-52.jpg)