କନକ ବ୍ୟୁରୋ: ବିଶ୍ୱବ୍ୟାପୀ ଉତ୍ତେଜନା ମଧ୍ୟରେ, ହ୍ୱାଇଟ୍ ହାଉସ୍ ଏକ କଡ଼ା ବାର୍ତ୍ତା ଜାରି କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଉପରେ ଆକ୍ରମଣ ଉପରେ ପ୍ରଶାସନ ନିଜର ସ୍ଥିତି ସ୍ପଷ୍ଟ କରିଛି । ଅଧିକାରୀମାନେ କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ କ୍ରୋଧର ଫଳାଫଳ ନୁହେଁ, ବରଂ ଏକ ସୁଚିନ୍ତିତ ରଣନୀତିର ଅଂଶ । ଏହି ପଦକ୍ଷେପ ଦର୍ଶାଉଛି, ଆମେରିକା ନିଜର ସୁରକ୍ଷା ପାଇଁ ଯେକୌଣସି ସୀମାକୁ ଯାଇପାରିବ ।
ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଅଯଥା କଥା ଅବା ଭୁ୍ଆଁବୁଲାନ୍ତି ନାହିଁ । ତାଙ୍କ ମତରେ, ଇରାନ ଉପରେ ଆକ୍ରମଣ ହେଉଛି ଜୀବନ୍ତ ପ୍ରମାଣ ଯେ, ତାଙ୍କର ଚେତାବନୀ କେବଳ ଏକ ପ୍ରହସନ ନୁହେଁ। ଯେତେବେଳେ ରାଷ୍ଟ୍ରପତି ଏକ ଲାଲ ରେଖା ଟାଣନ୍ତି, ସେତେବେଳେ ତାଙ୍କ ପାଖରେ ସମ୍ପୂର୍ଣ୍ଣ ଗମ୍ଭୀରତାର ସହିତ ଏହାକୁ କାର୍ଯ୍ୟକାରୀ କରିବାର ସାହସ ମଧ୍ୟ ରହିଥାଏ । ଲେଭିଟ୍ କହିଛନ୍ତି, ଆତଙ୍କବାଦୀ ଗୋଷ୍ଠୀମାନେ ଧରି ନେଇଥିଲେ ଯେ, ପୂର୍ବ ରାଷ୍ଟ୍ରପତିମାନଙ୍କ ପରି ଟ୍ରମ୍ପ କେବଳ କଥା ହିଁ କହିବେ। କିନ୍ତୁ ଏହି ପ୍ରମୁଖ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ସେହି ଭ୍ରମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏହି ଆକ୍ରମଣ ଇରାନକୁ ଦେଖାଇବା ପାଇଁ ଯଥେଷ୍ଟ ଯେ, ଆମେରିକା ଆଉ ଚୁପ୍ ହୋଇ ବସି ରହିବ ନାହିଁ । ଅପରେସନ୍ ଏପିକ୍ ଫ୍ୟୁରି ସାମରିକ ଅଭିଯାନକୁ ପ୍ରଶାସନ ଏକ ବଡ଼ ସଫଳତା ବୋଲି ପ୍ରଶଂସା କରୁଛି ।
ଅଧିକ ପଢନ୍ତୁ: ଇରାନ ଯୁଦ୍ଧରେ ନିଜକୁ ୧୦ ସ୍କେଲ୍ରେ ୧୫ ରେଟିଂ ଦେଲେ ଟ୍ରମ୍ପ: କହିଲେ,ଆମର ସ୍ଥିତି ସୁଦୃଢ଼
ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଏବଂ ନୌସେନା ଶକ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା । ଇରାନକୁ ପରମାଣୁ ଅସ୍ତ୍ର ବିକାଶ କରିବାରୁ ରୋକିବା ପାଇଁ ଆମେରିକା ମଧ୍ୟ ସମସ୍ତ ପ୍ରକାରର ପ୍ରୟାସ କରୁଛି । ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି, ଇରାନ ଭିତରେ ଆମେରିକୀୟ ସ୍ଥଳସେନା ପଠାଇବାର କୌଣସି ଯୋଜନା ନାହିଁ। ତେବେ ପରିସ୍ଥିତିକୁ ଦେଖି ଭବିଷ୍ୟତ ପାଇଁ ସମସ୍ତ ସାମରିକ ବିକଳ୍ପ ଖୋଲା ରଖାଯାଇଛି ଯାହା ଦ୍ଵାରା ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଆମେରିକାର ବର୍ତ୍ତମାନ ପ୍ରାଥମିକ ଧ୍ୟାନ ହେଉଛି ଇରାନ ଆକାଶ ମାର୍ଗରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/donald-trump-2026-03-05-14-47-01.jpg)