କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଶାସନ ଇରାନ ଉପରେ ଆକ୍ରମଣକୁ ଜୋରଦାର୍ କରିବାକୁ ଧମକ ଦେଇଛନ୍ତି । ଆମେରିକୀୟ ଅଧିକାରୀମାନେ ତେହେରାନର ଶାସନକୁ ଦୁର୍ବଳ କରିବା ତଥା ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ସେମାନଙ୍କର ଯୋଜନା ସମ୍ପର୍କରେ ପ୍ରକାଶ କରିଛନ୍ତି। ଟ୍ରମ୍ପ ପ୍ରଶାସନ ଇରାନ ବିରୋଧରେ ଅଭିଯାନରେ ସଫଳତା ଦାବି କରିଛି । ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ସେନା ଇରାନରେ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଛି ଏବଂ ଆଗାମୀ ଦିନରେ ଏହି ସଫଳତା ବୃଦ୍ଧି ପାଇବ । ହ୍ୱାଇଟ୍ ହାଉସ୍ ତେହେରାନରେ ବ୍ୟାପକ ଧ୍ୱଂସ ଘଟାଇବାକୁ ପ୍ରତିଶ୍ରୁତି ଦେଉଛି ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।
ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରୋଲିନ୍ ଲେଭିଟ୍ କହିଛନ୍ତି ଯେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆମେ ଆକାଶ ମାର୍ଗରେ ପ୍ରାଧାନ୍ୟ ବିସ୍ତାର କରିବୁ। ଏହାର ଅର୍ଥ ହେଉଛି ଯେ ଆମର ଯୁଦ୍ଧ ବିଭାଗ ଯେଉଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ନଷ୍ଟ କରିବାକୁ ଆବଶ୍ୟକ ମନେ କରିଛି ତାହା ଉପରେ ଆକ୍ରମଣ କରିବା ପାଇଁ ଆମେରିକୀୟ ସେନା ଇରାନ ଉପରେ କ୍ଷେପଣାସ୍ତ୍ର ବର୍ଷା କରିବ ।
ଇରାନ ସହିତ ଯୁଦ୍ଧରେ ଆମେରିକାର ସେନା କ୍ରମାଗତ ଆଗୁଆ ହେବାରେ ଲାଗିଛି। ତେହେରାନର ଶକ୍ତି ଦ୍ରୁତ ଗତିରେ ଦୁର୍ବଳ ହେଉଛି ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ପାଖରେ ବିଶ୍ୱର ସର୍ବବୃହତ ସେନା ଅଛି। ଆମ ସେନା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ ବହୁ ସଫଳତା ପାଇଛୁ। ଏକ ପ୍ରଶ୍ନର ଉତ୍ତରରେ, ଟ୍ରମ୍ପ ଇରାନ ବିରୋଧରେ ଆମେରିକୀୟ ସେନାର ପ୍ରଦର୍ଶନକୁ ୧୦ ସ୍କେଲରେ ୧୫ ରେଟିଂ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/trump-2026-03-05-10-18-26.jpg)