କନକ ବ୍ୟୁରୋ : ରାଜନଗର ରେଞ୍ଜ ଅଫିସରେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କ ବିଶୃଙ୍ଖଳା ଆଚରଣକୁ ନେଇ ଏବେ ଚିହିଁକି ଉଠିଛି ବନବିଭାଗ । ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ପଚରା ଉଚରା ବେଳେ କାହିଁକି ବନ୍ଦନା ପାତ୍ର ବାଧା ଦେଲେ ତାକୁ ନେଇ ଅନେକ ପ୍ରଶ୍ନ । ଏସବୁ ଭିତରେ ମହିଳା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଏଫଓଙ୍କ ନିକଟରେ ଫେରାଦ ହୋଇଛନ୍ତି ବନ କର୍ମଚାରୀ ସଂଘ ।
ରାଜନଗର ରେଞ୍ଜ ଅଫିସରେ ଦବଙ୍ଗଗିରି ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ମହିଳା ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ବଢିଛି ଅଡୁଆ । ବିଶୃଙ୍ଖଳିତ ଆଚରଣ ଏବେ ବନ୍ଦନାଙ୍କ ପାଇଁ ବୁମେରାଂ ହୋଇଛି । ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ବନ କର୍ମଚାରୀ । ଏସବୁ ଭିତରେ ଦୁର୍ବବ୍ୟହାରର ଶିକାର ହୋଇଥିବା ଏସିଏଫ ପୁରା ଘଟଣା ବାବଦରେ ଡିଏଏଓଙ୍କୁ ଅବଗତ କରିଛନ୍ତି । ଅନ୍ୟପଟେ ଏ ପ୍ରସଙ୍ଗରେ ମୁହଁ ଖୋଲିବାକୁ ନାରାଜ ଆଇଆଇସି ବନ୍ଦନା ପାତ୍ର ।
ଅଧିକ ପଢ଼ନ୍ତୁ : ବୈପାରୀଗୁଡ଼ାରେ ବାଟବଣା ଆବାସ ଯୋଜନା ! ଅଧାରେ ଅଟକିଛି ଅଧିକାଂଶ ଘର
ଗତ ୨୧ ତାରିଖରେ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଉଠାଇ ଆଣି ରେଞ୍ଜ କାର୍ଯ୍ୟାଳୟରେ ପଚରାଉଚରା କରୁଥିଲା ବନବିଭାଗର ଟିମ୍ । ପଚରା ଉଚରା ଭିତରେ ଆଇଆଇସି ବନ୍ଦନା ପାତ୍ର ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ବିନା ଅନୁମତିରେ ମୋ ଥାନା ଅଞ୍ଚଳରୁ କାହିଁକି ଲୋକଙ୍କୁ ଉଠାଇଲ ବୋଲି ପ୍ରଶ୍ନ କରି ବର୍ଷିଥିଲେ ବନ୍ଦନା । ଏସିଏଫ୍ଙ୍କ ନାଁରେ କେସ୍ କରିବାକୁ ଧମକ ଦେଇଥିଲେ । ୧୯୭୨ ବନ୍ୟପ୍ରାଣୀ ଆଇନ ଅନୁସାରେ, ବନବିଭାଗ ଚଢ଼ାଉ ସମୟରେ ଅନ୍ୟ କୌଣସି ବିଭାଗକୁ ଜଣାଇବାର ନିୟମ ନାହିଁ ।
ତେବେ ଆଇଆଇସି ବନ୍ଦନା ପାତ୍ର କେଉଁ ଅଧିକାରରେ ଏସିଏଫ୍ଙ୍କୁ ଏମିତି ଧମକ ଦେଲେ ? ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ପଚରାଉଚରା ପାଇଁ ଆଇଆଇସିଙ୍କ ଅନୁମତି ଜରୁରୀ କି ? ଏହି ଘଟଣାକୁ ନେଇ ବନ କର୍ମଚାରୀ ସଂଘ ଡିଏଫଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନହେଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
ପୁଲିସ ବିଭାଗରେ ଶୃଙ୍ଖଳାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଏ । ଏଭଳିସ୍ଥଳେ ବିଶୃଙ୍ଖଳିତ ଆଚରଣ କରିଥିବା ମହିଳା ଆଇଆଇସି ବନ୍ଦନା ପାତ୍ରଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ତା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/23/pattamundai-woman-iic-2026-01-23-21-37-29.jpg)