ସାମାନ୍ୟ ବଚସାରୁ ଯୁବକଙ୍କୁ ଆକ୍ରମଣ : ଥାନାରେ ମାମଲା

Advertisment

ବାଲେଶ୍ୱର ବସ୍ତାର କୁଡ଼ିଆ ଗାଁରେ ସାମାନ୍ୟ ବଚସାରୁ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ସୂଚନା ଅନୁସାରେ ଗାଁର ଗଗନ ସେଠୀ କୋଡ଼ିଆ ପୋଲ ଉପରେ ଶୋଇଥିବା ବେଳେ ସ୍ଥାନୀୟ ମାଛିଆ ଗାଁର ଦୁଇ ଯୁବକ ବୁଦ୍ଧିରାମ କିସ୍କୁ ଓ କଢ଼ କିସ୍କୁ ପହଞ୍ଚି ଗଗନଙ୍କ ଯୋତାକୁ ଗୋଡରେ ଠେଲି ଦେଇଥିଲେ ।

ବାଲେଶ୍ୱର ବସ୍ତାର କୁଡ଼ିଆ ଗାଁରେ ସାମାନ୍ୟ ବଚସାରୁ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ସୂଚନା ଅନୁସାରେ ଗାଁର ଗଗନ ସେଠୀ କୋଡ଼ିଆ ପୋଲ ଉପରେ ଶୋଇଥିବା ବେଳେ ସ୍ଥାନୀୟ ମାଛିଆ ଗାଁର ଦୁଇ ଯୁବକ ବୁଦ୍ଧିରାମ କିସ୍କୁ ଓ କଢ଼ କିସ୍କୁ ପହଞ୍ଚି ଗଗନଙ୍କ ଯୋତାକୁ ଗୋଡରେ ଠେଲି ଦେଇଥିଲେ ।

8

Photograph: (KANAKNEWS)

କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ । ବାଲେଶ୍ୱର ବସ୍ତାର କୁଡ଼ିଆ ଗାଁରେ ସାମାନ୍ୟ ବଚସାରୁ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ସୂଚନା ଅନୁସାରେ ଗାଁର ଗଗନ ସେଠୀ କୋଡ଼ିଆ ପୋଲ ଉପରେ ଶୋଇଥିବା ବେଳେ ସ୍ଥାନୀୟ ମାଛିଆ ଗାଁର ଦୁଇ ଯୁବକ ବୁଦ୍ଧିରାମ କିସ୍କୁ ଓ କଢ଼ କିସ୍କୁ ପହଞ୍ଚି ଗଗନଙ୍କ ଯୋତାକୁ ଗୋଡରେ ଠେଲି ଦେଇଥିଲେ । ଗଗନଙ୍କ ଯୋତା ପୋଲ ତଳୁ ଖସି ପଡ଼ିବାରୁ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଗାଳିଗୁଲଜ କରିଥିଲେ ଗଗନ ।

ଅଧିକ ପଢନ୍ତୁ : କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇଁ ପୂଜାର୍ଚ୍ଚନା ; କୁମ୍ଭୀର ପ୍ରତିମୂର୍ତ୍ତି ପୂଜା ସହ ସମୂହ ପ୍ରାର୍ଥନା

ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ବିବାଦ ବଢ଼ିବାରୁ ଗଗନକୁ କଚାଡ଼ି ଦେଇଥିଲେ କଢ ଏବଂ ବୁଦ୍ଧିରାମ । ଯାହା ଫଳରେ ଗଗନଙ୍କ ମେରୁଦଣ୍ଡ ଏବଂ ମୁଣ୍ଡରେ ଗଭିର ଆଘାତ ଲାଗିଛି । ସ୍ଥାନୀୟ ଲୋକ ପହଞ୍ଚି ଗଗନଙ୍କୁ ଉଦ୍ଧାର କରି ବସ୍ତା ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି । କଢ଼ ଏବଂ ବୁଦ୍ଧିରାମ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe