କନକ ବ୍ୟୁରୋ : ବାଲି ଚୋରା ଚାଲାଣ ବେଳେ ତହସିଲ ବିଭାଗର ଚଢ଼ାଉ । ପଶ୍ଚିମବଙ୍ଗକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ବେଳେ ଜଳେଶ୍ୱର ତହସିଲ ବିଭାଗ ଚଢ଼ାଉ କରିଛି । ଜବତ ହୋଇଛି ଗୋଟିଏ ବାଲି ବୋଝେଇ ହାଇୱା ଓ ଗୋଟିଏ ଟ୍ରାକ୍ଟର। ଜଳେଶ୍ୱର ଥାନା କଣ୍ଟାପାଳ ଠାରେ ବେଆଇନ ଲୋଡିଂ ଚାଲିଥିଲା ବେଳେ ତହସିଲଦାର ଚଢାଉ କରିଛନ୍ତି ।
ଆଜି ସକାଳୁ ସକାଳୁ ଜଳେଶ୍ଵର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର କଣ୍ଟାପାଳ ନିକଟରେ ବାଲି ଉତ୍ତୋଳନ ଚାଲିଥିଲା । ତେବେ ଏହି ସମୟରେ ଜଳେଶ୍ଵର ତହସିଲଦାର ଅଚାନକ୍ ଚଢ଼ାଉ କରିଥିଲେ। ସରକାରୀ କଟକଣା ସତ୍ତ୍ବେ ବାଲି ମାଫିଆ ମାନେ ରାତିରେ ଚୋରାରେ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି । ପୂର୍ବରୁ ଅନେକ ଥର ଏଠାରେ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଜିଲ୍ଲା ପ୍ରଶାସନ ଚଢ଼ାଉ କରି ଏହି ବେଆଇନ ଉତ୍ତୋଳନ ଉପରେ ରୋକ୍ ଲଗାଇଛନ୍ତି। ତଥାପି ମାଫିଆ ମାନେ ଏହାକୁ ବେଖାତିର କରି ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ବାଲି ଲୁଟ କରି ଚାଲିଛନ୍ତି ।
ଆହୁରି ପଢନ୍ତୁ :ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/29/istockphoto-1018166602-612x612-2026-01-29-09-11-11.jpg)