ସରକାରୀ ଆବାସକୁ ମାଲକାନଗିରି ବଣ୍ଡାଙ୍କ ନା, କୋଠା ଘର କରିବାକୁ ଉଚିତ୍ ମଣୁନାହାନ୍ତି ଜନଜାତି ହିତାଧିକାରୀ

Advertisment

ସରକାରୀ ଆବାସ କରିବାକୁ ବଣ୍ତାଙ୍କ ନା'। କୋଠା ଘର କରିବାକୁ ଉଚିତ୍‌ ମଣୁନାହାନ୍ତି ଆଦିମ ଜନଜାତି ହିତାଧିକାରୀ । ଦିନରେ ରହୁନାହାନ୍ତି ଘରେ । ରାତିରେ ପହଞ୍ଚି ଘର କରିବାକୁ ସଚେତନ କରୁଛନ୍ତି ପ୍ରାଶାସନିକ ବାବୁ ।

ସରକାରୀ ଆବାସ କରିବାକୁ ବଣ୍ତାଙ୍କ ନା'। କୋଠା ଘର କରିବାକୁ ଉଚିତ୍‌ ମଣୁନାହାନ୍ତି ଆଦିମ ଜନଜାତି ହିତାଧିକାରୀ । ଦିନରେ ରହୁନାହାନ୍ତି ଘରେ । ରାତିରେ ପହଞ୍ଚି ଘର କରିବାକୁ ସଚେତନ କରୁଛନ୍ତି ପ୍ରାଶାସନିକ ବାବୁ ।

malkangiri

କନକ ବ୍ୟୁରୋ : ଆଦିମ ଜନଜାତି ସ୍ଥଳୀରେ ଆବାସ ଚିନ୍ତା । ସରକାରଙ୍କ ଆବାସ ଯୋଜନାରେ ବଢୁନି କାମ । ଘର କରିବାକୁ ମଣୁନାହାନ୍ତି ବଣ୍ତା ଜନଜାତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ତାଘାଟିରେ ଆବାସ ଗୃହ କରିବାକୁ ହିତାଧିକାରୀଙ୍କ ନା । ଦିନରେ ରହୁନାହାନ୍ତି ଘରେ । ରାତିରେ ପହଞ୍ଚି ସଚେତନତା କରୁଛି ବ୍ଲକର ପ୍ରଶାସନିକ ଦଳ । 

ସରକାରୀ ଆବାସ କରିବାକୁ ବଣ୍ତାଙ୍କ ନା'। କୋଠା ଘର କରିବାକୁ ଉଚିତ୍‌ ମଣୁନାହାନ୍ତି ଆଦିମ ଜନଜାତି ହିତାଧିକାରୀ । ଦିନରେ ରହୁନାହାନ୍ତି ଘରେ । ରାତିରେ ପହଞ୍ଚି ଘର କରିବାକୁ ସଚେତନ କରୁଛନ୍ତି ପ୍ରାଶାସନିକ ବାବୁ । 

ବର୍ଷ ଶେଷରେ ସରିବ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢ଼ିବ ନା ଆଉ କାହାକୁ ମିଳିବ ଦାୟିତ୍ୱ ?

 ଆଫଣ ଭାବୁଥିବେ ରାତିରେ କାହିଁକି ବାବୁମାନେ ପହଁଚୁଛନ୍ତି ବଣ୍ଡା ଲୋକଙ୍କ ଘରେ । କାରଣ ଦିନରେ ଏମାନେ ଚାଷ କାମ ଲାଗି ଯାଆନ୍ତି । ତେଣୁ ରାତିକୁ ବାଛିଛନ୍ତି ଅଧିକାରୀ । ବଣ୍ଡା ଗାଁରେ ପହଞ୍ଚିଥିଲେ ବିଡିଓ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ, ପିଇଓ, ଏଡିଓ ଏବଂ ଯନ୍ତ୍ରୀ ପ୍ରମୁଖ। ଘାଟି ମଣିଷଙ୍କୁ ଏକାଠି କରି ବୁଝାଇଛନ୍ତି । କାହାକୁ କହୁଛନ୍ତି ଘର କାମ ଆରମ୍ଭ କରନ୍ତୁ, ତ ଆଉ କାହାକୁ ଘର ନିର୍ମାଣ ସାରିବାକୁ ପରାମର୍ଶ ଦେଇଛନ୍ତି । ସପ୍ତାହେ ହେଲା ମୁଦୁଲିପଡ଼ା ଏବଂ ଅଣ୍ତ୍ରାହଲ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ସଚେତନ କରୁଛନ୍ତି ପ୍ରାଶାସନିକ ଦଳ ।

 ଅନେକ ତ ଆବାସ ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ କରି ଦେଉଛନ୍ତି । ତେଣୁ ଘର କରିପାରୁନାହାନ୍ତି । ଏବେ ଆସନ୍ତୁ ନଜର ପକାଇବା ଘାଟିରେ ସରକାରୀ ସ୍ତରରେ ଯୋଗାଦିଆଯାଇଥିବା ଆବାସ ଘର ତଥ୍ୟ ଉପରେ ।

ବିନା ଟେଷ୍ଟରେ ଟଙ୍କା ଦେଲେ ମିଳିଯାଉଛି ଡ୍ରାଇଭିଂ ଲାଇସେନ୍ସ, ଫେକ୍ ଆଫିଡେବିଟର ନିଆଯାଉଛି ସାହାରା

ମାଥିଲି ବ୍ଲକର ମୁଦୁଲିପଡା ପଞ୍ଚାୟତରେ ୫୯୮ ଘର ଅନୁମୋଦନ ହୋଇଛି  । ସେଥିରୁ ମାତ୍ର ୩୬ ଘର ସମ୍ପୂର୍ଣ୍ଣ ହୋଇଛି, ୨୫୧ ଘର ଆରମ୍ଭ କରିନାହାନ୍ତି ହିତାଧିକାରୀ । ସେହିପରି ଅଣ୍ତ୍ରାହଲ ପଞ୍ଚାୟତରେ ଅନୁମୋଦିତ ୫୭୦ ଆବାସ ଗୃହ ମଧ୍ୟରୁ ମାତ୍ର ୬୭ ଘର ନିର୍ମାଣ ସରିଛି । ୨୫୬ ଘର ଆରମ୍ଭ କରିନାହାନ୍ତି ବଣ୍ତା ହିତାଧିକାରୀ । ଘାଟି ଅଞ୍ଚଳରେ ଘର ନିର୍ମାଣ ସାମଗ୍ରୀ ନେବାକୁ ଅଧିକ ଗାଡ଼ି ଭଡ଼ା ଏବଂ ଅଧିକ ଦର ମଧ୍ୟ ପକ୍କାଘର ନ କରିବାର ଅନ୍ୟ ଏକ କାରଣ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । 

ପ୍ରଶାସନ ଏବେ  ବଡ଼ ଚିନ୍ତାରେ । କେମିତି ବୁଝାଇବେ, କେମିତି ଲକ୍ଷ୍ୟ ପୂରଣ କରିବେ । ବଣ୍ତାଘାଟିରେ କେମିତି ତିଆରି ହେବ ପକ୍କା ଘର। ପାହାଡ଼ ଉପରେ ରହୁଥିବା ଆଦିମ ଜନଜାତିର ଏହି ନିରିହ ଅଧିବାସୀ ଟଙ୍କା ପାଇ ବି ଘର କରୁନଥିବାରୁ ଆଗେଇ ପାରୁନି ଆବାସ ଯୋଜନା। ଆବାସର ନୈରାଶ୍ୟ ଜନକ ପ୍ରଦର୍ଶନ ଦେଖି ଆଗକୁ ଆସିଛନ୍ତି ପ୍ରାଶାସନିକ ଅଧିକାରୀ। କୌଣସି ଉପାୟ ନପାଇ ଗାଁ ଗଣ୍ତାରେ ବୁଲି ବୁଲି ରାତିରେ ସଚେତନ କରାଉଛନ୍ତି। ଏବେ ବଡ ପ୍ରଶ୍ନ ବାବୁମାନେ ବୁଝାଇପାରିବେ ତ ଏଠାକାର ଅଧିବାସୀଙ୍କୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe