କନକ ବ୍ୟୁରୋ : ବିନା ଗ୍ରାମସଭାରେ ଜୋରଜବରଦସ୍ତ ଜମି ନେଇ ଖଣି କରିବାକୁ ଯାଉଛି ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ଏହି କଂପାନିକୁ ନେଇ ଅସନ୍ତୋଷ ବଢ଼ିଲାଣି। ସ୍ଥାନୀୟ ବାସିନ୍ଦା ଅର୍ଥାତ୍ ଆଦିବାସୀ ଚେତାବନୀ ଦେଇଛନ୍ତି, ଇଞ୍ଚେ ବି ଜମି ଛାଡ଼ିବୁନି ।
ପୁଣି ବଡ଼ ଘୋଷଣା କଲେ ସରକାର, ଜାଣନ୍ତୁ ଏବେ କିଏ କିଏ ପାଇବେ ସୁଭଦ୍ରା ଟଙ୍କା...
ଡାଲମିଆ ସିମେଣ୍ଟ କାରଖାନା ବିରୋଧରେ ଗ୍ରାମବାସୀଙ୍କ ମେଳି । ବିନା ଗ୍ରାମସଭାରେ ଜମି ଅଧିଗ୍ରହଣକୁ ନେଇ ତେଜୁଛି ଜନଅସନ୍ତୋଷ। ଦାନା ବାନ୍ଧୁଛି ଆଦିବାସୀଙ୍କ ଆନ୍ଦୋଳନ। ରାଜଗାଙ୍ଗପୁର ସ୍ଥିତ ଡିସିବିଏଲ ସିମେଣ୍ଟ କାରଖାନା, ଲାଞ୍ଜିବେର୍ଣ୍ଣା ସ୍ଥିତ ଚୂନପଥର ଖଣି ସଂପ୍ରସାରଣ ପାଇଁ ସବୁ ନିୟମ କାନୁନକୁ ଉଲଙ୍ଘନ କରୁଛି। ଆଖି ଦେଖାଇ ଆଦିବାସୀଙ୍କ ହକକୁ ଜଳାଞ୍ଜଳି ଦେଇ ଖଣି ଖୋଳିବାକୁ ଯାଉଛି । ଜମି ମାଲିକ ଜାଣି ନାହାନ୍ତି, ଡାଲମିଆ କମ୍ପାନି ତାଙ୍କ ଜମି ନେଇ ଯାଇଛି। ଜାଲିଆତି କରି ଜେ-ଫର୍ମରେ ନକଲି ଦସ୍ତଖତ କରି ଜମି ହଡପ କରିନେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ୭୦% ପ୍ରଭାବିତଙ୍କୁ କ୍ଷତିପୂରଣ ମିଳିନଥିବା ବେଳେ ଖଣି ଖୋଳିବାକୁ ପ୍ରଶାସନ ଅନୁମତି ଦେଲା କେମିତି ବୋଲି ଆଦିବାସୀ ନେତା ପ୍ରଶ୍ନ କରିଛନ୍ତି ।
ଦିନେ ସ୍ୱାସ୍ଥ୍ୟକର୍ମୀ ଭାବେ କରୁଥିଲେ ମାଓବାଦୀଙ୍କ ଚିକିତ୍ସା; ଏବେ ରକ୍ତ ଭଣ୍ଡାରର ରକ୍ଷକ
ଜମି ଅଧିଗ୍ରହଣ ଜାଲିଆତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି। ଏପଟେ ଗତ ୨୮ ତାରିଖରେ ଲାଞ୍ଜିବେର୍ଣ୍ଣା ମୌଜାର ପ୍ରାୟ୨୮ ଏକର ଜମିରେ ଖଣି ଖୋଲିବାକୁ ପ୍ରୟାସ କରୁଛି କମ୍ପାନି। ଯାହାକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ଜିଲ୍ଲା ପ୍ରଶାସନ କହୁଛି ହାଇକୋର୍ଟ କି ସୁପ୍ରିମକୋର୍ଟରୁ କୌଣସି ନିର୍ଦେଶ ନାହିଁ। ସବୁ ନିୟମ ଭିତରେ ଜମି ଅଧିଗ୍ରହଣ ଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/31/dalmia-2025-10-31-20-38-47.jpg)