କନକ ବ୍ୟୁରୋ : ବସ୍ଷ୍ଟାଣ୍ଡ ପାଇଁ ଗଛବଳି । ଗୋଟିଏ ଦୁଇଟି ନୁହେଁ, ହଜାର ହଜାର ଗଛ କଟାଯାଉଛି । ୟା ଭିତରେ ଅଛି ବହୁ ବର୍ଷର ପୁରୁଣା ବିରାଟ ବିରାଟ ଗଛ । ଏ ଖବର ମୟୂରଭଞ୍ଜ ଜିଲ୍ଲା ବାରିପଦାର । ଏଠାରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କାଟି ଶୁଆଇ ଦିଆଯାଉଛି ବିରାଟକାୟ ଏକାଧିକ ଗଛ । ଏଭଳି ପଦକ୍ଷେପ ପରିବେଶ ପାଇଁ ବିପଦ, ଏଥିରେ କୌଣସି ସନ୍ଦେହ ନାହିଁ । ମାଆ ପାଇଁ ଗଛଟିଏ, ବୃକ୍ଷ ହିଁ ଜୀବନ...ଗଛର ଆବଶ୍ୟକତା ବୁଝିବାକୁ ଏଭଳି ଅନେକ କଥା କୁହାଯାଉଛି । ବୃକ୍ଷରୋପଣ ଆଳରେ କୋଟି କୋଟି ଖର୍ଚ୍ଚ ବି ହେଉଛି । ହେଲେ ବାରିପଦାରୁ ଆସିଥିବା ଏହି ଖବର ସେସବୁ କାର୍ଯ୍ୟକ୍ରମକୁ ପରିହାସ କରୁନି କି ? ନୂଆ ବସ୍ ଷ୍ଟାଣ୍ଡ ପାଇଁ ଗଛବଳି, ବାରିପଦା ପାଇଁ ବିପଦ ପାଲଟିବନି ତ ? ଖରାଦିନେ ଉତ୍ତପ୍ତ ପାଲଟୁଥିବା ସହରରେ ତାତି ସମ୍ଭାଳି ହେବ ତ ? ଏବେ ଏମିତି ପ୍ରଶ୍ନକୁ ନେଇ ଧନ୍ଦି ହେଉଛନ୍ତି ପରିବେଶବିତ ।
ଘଞ୍ଚ ଜଙ୍ଗଲ ପରିବେଶ ଏବେ ଶ୍ରୀହୀନ ହେବାକୁ ଯାଉଛି । ବହୁ ସଂଖ୍ୟାରେ ଗଛ କାଟି ବାରିପଦା ପାଲବଣୀ ନିକଟରେ ବସଷ୍ଟାଣ୍ଡ ନିର୍ମାଣ ଚାଲିଛି । ଗମନାଗମନ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ ଆବଶ୍ୟକ । ହେଲେ ପରିବେଶକୁ ବଳି ଦେଇ ବସ୍ଷ୍ଟାଣ୍ଡ କେତେ ଯୁକ୍ତିଯୁକ୍ତ ? ବସ୍ ଷ୍ଟାଣ୍ଡ ନିର୍ମାଣକୁ ବିରୋଧ ନୁହେଁ, ହେଲେ ହଜାର ହଜାର ସଂଖ୍ୟାରେ ଗଛ କାଟିବାକୁ ଏବେ ବିରୋଧ କରୁଛନ୍ତି ଲୋକେ । ଏବେ ରାଜନୈତିକ ସଂଗଠନ ଠାରୁ ଆରମ୍ଭ କରି ସାମାଜିକ ସଂଗଠନ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ କରିଛନ୍ତି ଆନ୍ଦୋଳନ । ବାରିପଦାରେ ଏକାଧିକ ଖାଲି ସ୍ଥାନ ଥିବା ସତ୍ତ୍ବେ କାହା ସ୍ବାର୍ଥ ପାଇଁ ହଜାର ହଜାର ଗଛ କାଟି ପାଲବଣୀ ନିକଟରେ ବସ୍ ଷ୍ଟାଣ୍ଡ କାର୍ଯ୍ୟ ଆଗେଇ ଚାଲିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି । ଯଦି ଏହାକୁ ବନ୍ଦ କରାନଯାଏ ତେବେ ଆଗକୁ ପ୍ରତିବାଦ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ଅଧିକ ପଢ଼ନ୍ତୁ---୮୦ ଫୁଟର ସୁଉଚ୍ଚ ପୋଲ ଉପରେ ଚାଲିବ ଟ୍ରେନ, ଗାଁ ଉପରେ ଗଡ଼ିବ ଟ୍ରେନ୍, ତଳେ ରହି ଦେଖିବେ ଲୋକ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/23/tree-cutting-2025-12-23-17-38-12.jpg)