ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ

Advertisment

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ। ଦୁର୍ଘଟଣାକୁ ଅଭାବନୀୟ କହିଲେ ବିଭୂତି ଜେନା ।   ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ ।

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ। ଦୁର୍ଘଟଣାକୁ ଅଭାବନୀୟ କହିଲେ ବିଭୂତି ଜେନା ।   ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ ।

PLAN

Photograph: (KANAKNEWS)

କନକବ୍ୟୁରୋ :  ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ। ଦୁର୍ଘଟଣାକୁ ଅଭାବନୀୟ କହିଲେ ବିଭୂତି ଜେନା ।   ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ । କାହିଁକି ଏପରି ଦୁର୍ଘଟଣା ଘଟିଲା ସେ ନେଇ ଚିନ୍ତିତ। ତେବେ ତଦନ୍ତ ପରେ ଦୁର୍ଘଟଣା ପଛର କାରଣ ଜଣାପଡ଼ିବ ବୋଲି ବିଭୂତି ଜେନା କହିଛନ୍ତି ।  ଏଥିସହ ରାଉରକେଲାରେ ଜେ.ପି. ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଉରକେଲା ବିମାନ ଦୁର୍ଘଟଣା ପିଡିତଙ୍କୁ ଭେଟିବେ ।

ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ : ମହମ୍ମଦ ମୋକିମ୍

ଶନିବାର ଦିନ ଭୁବନେଶ୍ବରରୁ ରାଉରକେଲା ଯିବା ବେଳେ ରାଉରକେଲା ପହଞ୍ଚିବା ପୂବର୍ରୁ ବିମାନ ଟି  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ଦୁର୍ଘଟଣାସ୍ଥଳ ଜଲଦାରେ ପହଁଚି ଡିଜିସିଏର ୫ଜଣିଆ ଟିମ୍ ବି ତଦନ୍ତ କରି ଫେରିଥିଲେ । ବିମାନ ପଡିଥିବା ସ୍ଥାନ ଓ ଆଖପାଖର ଫଟୋ ଓ ଭିଡିଓଗ୍ରାଫି କରିଛନ୍ତି ।  ବିମାନଟି ବାଜିଥିବା ଗଛ ପାଖରେ ମାପଚୁପ କରିଛନ୍ତି ।  ଅନୁଧ୍ୟାନ ପରେ ଡିଜିସିଏ ଟିମ୍ ବିମାନର ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶକୁ ସାଙ୍ଗରେ ନେଇ ଯାଇଛନ୍ତି । ଯାଂଚ ପରେ ପଦାକୁ ଆସିବ ଦୁର୍ଘଟଣାର କାରଣ । 


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe