କନକବ୍ୟୁରୋ : ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ । ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ କଟକ-ବାରବାଟୀର ପୂର୍ବତନ ବିଧାୟକ । ସାମିଲ ହୋଇପାରନ୍ତି ୩ ଦଳର ଯୁବ ଓ ଅସନ୍ତୁଷ୍ଟ ନେତା । ବଦଳିପାରେ ଓଡ଼ିଶା ରାଜନୀତିର ପାଣିପାଗ । ମୋକିମଙ୍କ ରାଜନୈତିକ କ୍ୟାରିୟର ଆଜି ନୂଆ ମୋଡ ନେଇପାରେ । ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋକିମ ।
ଭୁବନେଶ୍ବରରେ ହେବାକୁ ଥିବା ସମାବେଶରେ ୧୦୦୦ରୁ ଅଧିକ ଜିଲ୍ଲାୱାରୀ ଯୁବ ନେତୃତ୍ବଙ୍କୁ ଏକାଠି କରି ରାଜନୈତିକ ଭବିଷ୍ୟତର ନକ୍ସା ଆଙ୍କିବାକୁ ଯୋଜନା କରିଛନ୍ତି ମୋକିମ୍ । ମୋକିମ ନୂଆଦଳ ଘୋଷଣା କଲେ ଏହି ଦଳରେ ସାମିଲ ହେବେ ୩ ପ୍ରମୁଖ ଦଳର ଅସନ୍ତୁଷ୍ଟ ଯୁବନେତା । ଆଞ୍ଚଳିକ ଦଳର ଆବଶ୍ୟକତାକୁ ନେଇ ଭିତିର ସର୍ଭେ ପରେ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ କରିଛନ୍ତି ମୋକିମ ଦଳ ଛାଡିବା ପରେ କଟକ କଂଗ୍ରେସ ସଙ୍ଗଠନର ସିଂହଭାଗ କର୍ମୀ ଏବେ ମୋକିମଙ୍କ ସାଥିରେ ରହିଛନ୍ତି । ଆଜି ୧୨ ତାରିଖର ସମାବେଶ ଉପରେ ରହିଛି ଅନେକଙ୍କ ନଜର । ତେବେ ସେ ଜଣେ ରାଜ୍ୟସ୍ତରୀୟ ନେତା ହୋଇନଥିବା ହେତୁ ନୂଆ ରାଜନୈତିକ ଦଳ କେତେ ସଫଳ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣେ ଏହି ନୂଆ ଦଳର ନାମ ଏଯାବତ୍ ଘୋଷଣା କରାଯାଇନଥିଲେ ବି ‘ଲୋକ କଂଗ୍ରେସ’ ରଖାଯିବ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/12/03-2026-01-12-07-56-37.jpg)