କନକବ୍ୟୁରୋ : ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ। ଦୁର୍ଘଟଣାକୁ ଅଭାବନୀୟ କହିଲେ ବିଭୂତି ଜେନା । ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ । କାହିଁକି ଏପରି ଦୁର୍ଘଟଣା ଘଟିଲା ସେ ନେଇ ଚିନ୍ତିତ। ତେବେ ତଦନ୍ତ ପରେ ଦୁର୍ଘଟଣା ପଛର କାରଣ ଜଣାପଡ଼ିବ ବୋଲି ବିଭୂତି ଜେନା କହିଛନ୍ତି । ଏଥିସହ ରାଉରକେଲାରେ ଜେ.ପି. ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଉରକେଲା ବିମାନ ଦୁର୍ଘଟଣା ପିଡିତଙ୍କୁ ଭେଟିବେ ।
ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ : ମହମ୍ମଦ ମୋକିମ୍
ଶନିବାର ଦିନ ଭୁବନେଶ୍ବରରୁ ରାଉରକେଲା ଯିବା ବେଳେ ରାଉରକେଲା ପହଞ୍ଚିବା ପୂବର୍ରୁ ବିମାନ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ଦୁର୍ଘଟଣାସ୍ଥଳ ଜଲଦାରେ ପହଁଚି ଡିଜିସିଏର ୫ଜଣିଆ ଟିମ୍ ବି ତଦନ୍ତ କରି ଫେରିଥିଲେ । ବିମାନ ପଡିଥିବା ସ୍ଥାନ ଓ ଆଖପାଖର ଫଟୋ ଓ ଭିଡିଓଗ୍ରାଫି କରିଛନ୍ତି । ବିମାନଟି ବାଜିଥିବା ଗଛ ପାଖରେ ମାପଚୁପ କରିଛନ୍ତି । ଅନୁଧ୍ୟାନ ପରେ ଡିଜିସିଏ ଟିମ୍ ବିମାନର ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶକୁ ସାଙ୍ଗରେ ନେଇ ଯାଇଛନ୍ତି । ଯାଂଚ ପରେ ପଦାକୁ ଆସିବ ଦୁର୍ଘଟଣାର କାରଣ ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/12/plan-2026-01-12-08-44-31.jpg)