କନକବ୍ୟୁରୋ : ପ୍ରାଶାସନିକ ପରୀକ୍ଷା ଦେବାରୁ ବଞ୍ଚିତ ହେବେନି ଟ୍ରାନ୍ସଜେଣ୍ଡର। ଆବେଦନପତ୍ରରେ ରହିବ “ତୃତୀୟ ଲିଙ୍ଗ" ବିକଳ୍ପ। ଚାକିରି ଆବେଦନରେ ବି “ତୃତୀୟ ଲିଙ୍ଗ" ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ । ସୋନି ସିଲ୍ଙ୍କ ଅଭିଯୋଗ ଉପରେ ଆୟୋଗର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାନ୍ସଜେଣ୍ଡର ବର୍ଗରେ ଆବେଦନ କରିଥିଲେ ସୋନି ସିଲ୍। ଆବେଦନ ଫର୍ମରେ ଟ୍ରାନ୍ସଜେଣ୍ଡର ପାଇଁ ନଥିଲା ସ୍ଥାନ । ମାନବାଧିକାର ଦ୍ବାରସ୍ଥ ହେବା ପରେ ମିଳିଲା ଆଶ୍ବସ୍ତି ।
ଅଧିକ ପଢନ୍ତୁ ... ଓଡ଼ିଶା ବନ୍ଦବେଳେ ବଡ଼ ଅଘଟଣ : ୩ ବର୍ଷର ପୁଅର ଗଲା ଜୀବନ
Follow Us