କନକ ବ୍ୟୁରୋ : ବନ୍ଦ ଵେଳେ ଅଘଟଣ। ଦୁର୍ଘଟଣାରେ ଶିଶୁ ପୁଅ ମୃତ, ବାପା ଓ ମାଆ ଗୁରୁତର ।  ମୟୂରଭଞ୍ଜ ଜିଲ୍ଲା ନିଶ୍ଚିନ୍ତ ପୁରର ମାଳତୀ ପାଟଣାର ଗୋଟିଏ ପରିବାର ମୋଟରସାଇକେଲରେ ଯାଉଥିଲା ବେଳେ ଦୁର୍ଘଟଣା । ମୟୂରଭଞ୍ଜ ରୁ ଭୁବନେଶ୍ୱର ଯାଉଥିଲେ ଵାପା, ମାଆ ଓ ୩ ବର୍ଷ ପୁଅ । ଭଦ୍ରକ ୧୬ ନଂମ୍ବର ଜାତୀୟ ରାଜପଥର ଡାହାଣୀ ଗଡିଆ ଛକ ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ  ପୋଲ ତଳକୁ ଗଡିପଡିଲା  ମୋଟର ସାଇକେଲଟି ।  ପୋଲ ତଳକୁ ଖସି ପଡିବା ଫଳରେ ବାପା ଓ ମାଆ ଗୁରୁତର ୩ ବର୍ଷର ଶିଶୁ ପୁତ୍ର ମୃତ । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଅନ୍ୟପଟେ ଶୌଚପାଇଁ ଯାଉଥିବାବେଳେ ଟ୍ରକ ଧକାରେ ଜଣେ ମୃତ ।

Advertisment

ମୁଁ ପଛକୁ ହଟିବି ନାହିଁ: ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କୁ ଫୋନ୍ କଲେ କାନାଡା ପ୍ରଧାନମନ୍ତ୍ରୀ

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଗୋଳାପୋଖରୀ ପଞ୍ଚାୟତ ପାଥପୁର ଗାଁପ ହୁଲ୍ଲାସ କୁମାର ସ୍ୱାଇଁଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।  ଆଜି ସକାଳୁ ଗାଁ ନିକଟ ବିଲକୁ ହୁଲ୍ଲାସ ସ୍ବାଇଁ ଚାଲି ଯାଉଥିବା ବେଳେ  ଏକ ଟ୍ରକ୍ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଉତ୍ୟକ୍ତ ଗ୍ରାମବାସୀ ଅନେକ ସମୟ ଧରି ରାସ୍ତା ରୋକ ସହ ପ୍ରତିବାଦ କରିଥିଲେ ।  ପରେ ଫତେଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ମୃତଦେହ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ୪୫ ବର୍ଷୀୟ ହୁଲ୍ଲାସ ସ୍ବାଇଁଙ୍କର ୨ଟି କୁନି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବାପାର ମୃତ୍ୟୁ ପରେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର ଲୋକ ।


--