ହାତୀ ପାଇଁ ବାଟ ଛାଡ଼ିଲା ଟ୍ରେନ୍, ରେଳଟ୍ରାକ ଅତିକ୍ରମ କରୁଥିଲେ ୧୪ଟିକିଆ ହାତୀପଲ

Advertisment

ହାତୀ ପାଇଁ ବାଟ ଛାଡ଼ିଲା ଟ୍ରେନ୍। ରେଳଟ୍ରାକ ଅତିକ୍ରମ କରୁଥିଲେ ୧୪ଟିକିଆ ହାତୀପଲ। ଏହାକୁ ଦେଖି ଚାଳକ ଟ୍ରେନ ଅଟକାଇଦେବା ପରେ ପର୍ଯ୍ୟାୟକ୍ରମେ ଟ୍ରାକ ପାରି କରିଥିଲେ ହାତୀପଲ ।

ହାତୀ ପାଇଁ ବାଟ ଛାଡ଼ିଲା ଟ୍ରେନ୍। ରେଳଟ୍ରାକ ଅତିକ୍ରମ କରୁଥିଲେ ୧୪ଟିକିଆ ହାତୀପଲ। ଏହାକୁ ଦେଖି ଚାଳକ ଟ୍ରେନ ଅଟକାଇଦେବା ପରେ ପର୍ଯ୍ୟାୟକ୍ରମେ ଟ୍ରାକ ପାରି କରିଥିଲେ ହାତୀପଲ ।

Elephant

Elephant Photograph: (KanakNews)

କନକ ବ୍ୟୁରୋ: ହାତୀ ପାଇଁ ବାଟ ଛାଡ଼ିଲା ଟ୍ରେନ୍। ଯୋଡ଼ା-ଚମ୍ପୁଆ ରେଞ୍ଜ ବେଡ଼ାବନ୍ଧା ନିକଟରେ ରେଳଟ୍ରାକ ଅତିକ୍ରମ କରୁଥିଲେ ୧୪ଟିକିଆ ହାତୀପଲ। ଏହାକୁ ଦେଖି ଚାଳକ ଟ୍ରେନ ଅଟକାଇଦେବା ପରେ ପର୍ଯ୍ୟାୟକ୍ରମେ ଟ୍ରାକ ପାରି କରିଥିଲେ ହାତୀପଲ। ୧୪ଟିକିଆ ହାତୀ ପଲ ରେଳ ଲାଇନ୍ ଉପରେ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଚାଳକ ଦେଖିବା ମାତ୍ରେ ଟ୍ରେନକୁ ତୁରନ୍ତ ଅଟାଇଦେଇଥିଲେ। ହାତୀମାନେ ଧୀରେ ଧୀରେ ଟ୍ରାକ୍ ପାର ହୋଇ ଜଙ୍ଗଲ ଆଡ଼କୁ ଯାଇଥିଲେ,ଯାହାଦ୍ୱାରା କୌଣସି ଦୁର୍ଘଟଣା ହୋଇନଥିଲା।

ଏହି ଘଟଣା ପରେ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ନିରାପଦରେ ଜଙ୍ଗଲ ଭିତରକୁ ଫେରାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବନବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଏହି ଅଞ୍ଚଳରେ ହାତୀ କରିଡର ଥିବାରୁ ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି, କିନ୍ତୁ ଆଜିର ଘଟଣାରେ ଟ୍ରେନ୍ ଚାଳକ ଓ ରେଳ କର୍ମଚାରୀଙ୍କ ସତର୍କତା ଯୋଗୁଁ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଛି। ଚମ୍ପୁଆ ରେଞ୍ଜରେ ବର୍ତ୍ତମାନ ବିଭିନ୍ନ ସମୟରେ ୨୦ରୁ ଅଧିକ ହାତୀଙ୍କ ପଲ ସକ୍ରିୟ ରହିଛନ୍ତି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ହାତୀଙ୍କୁ ନିରାପଦରେ ଫେରାଇବା ପାଇଁ ନିୟମିତ ମନିଟରିଂ ଜାରି ରହିଛି।

 ଆଧିକ ପଢ଼ନ୍ତୁ :ମୁନିଗୁଡାରେ ବାଘ ଆତଙ୍କ, ବାଛୁରୀ ହତ୍ୟା ପରେ ଟ୍ରାପ୍‌ କ୍ୟାମେରା ସ୍ଥାପନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe