ପୁଣି ବିଜୟଙ୍କ ରାଲିରେ ଅଘଟଣ, ଅଂଶୁଘାତରେ ଗଲା ଜଣଙ୍କ ଜୀବନ

Advertisment

ତାମିଲନାଡୁ ରାଜନୀତିରେ ନିଜର ପତିଆରା ଜାହିର କରିବା ପାଇଁ ଅଭିନେତା ବିଜୟଙ୍କ ଦଳ 'ତାମିଲଗା ଭେଟ୍ରି କାଜାଗାମ୍' ପକ୍ଷରୁ ସାଲେମଠାରେ ଏକ ବୃହତ ଜନସଭାର ଆୟୋଜନ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ସମର୍ଥକ ଏହି ରାଲିରେ ସାମିଲ ହୋଇଥିଲେ। ମାତ୍ର ଏହି ଉତ୍ସାହ ମଧ୍ୟରେ ଏକ ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ତାମିଲନାଡୁ ରାଜନୀତିରେ ନିଜର ପତିଆରା ଜାହିର କରିବା ପାଇଁ ଅଭିନେତା ବିଜୟଙ୍କ ଦଳ 'ତାମିଲଗା ଭେଟ୍ରି କାଜାଗାମ୍' ପକ୍ଷରୁ ସାଲେମଠାରେ ଏକ ବୃହତ ଜନସଭାର ଆୟୋଜନ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ସମର୍ଥକ ଏହି ରାଲିରେ ସାମିଲ ହୋଇଥିଲେ। ମାତ୍ର ଏହି ଉତ୍ସାହ ମଧ୍ୟରେ ଏକ ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

7A

କନକ ବ୍ୟୁରୋ : ତାମିଲନାଡୁରେ ଆସିଛି ବଡ଼ ଖବର ପୁଣି ବିଜୟଙ୍କ ରାଲିରେ ଗଲା ଜୀବନ। ସାଲେମଠାରେ ତାମିଲ ସୁପରଷ୍ଟାର ତଥା ଟିଭିକେ ମୁଖ୍ୟ ବିଜୟଙ୍କ ଏକ ବିଶାଳ ରାଲି ଚାଲିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଖରା ଏବଂ ଅଂଶୁଘାତ ଯୋଗୁଁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ : ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ, ପୂର୍ବ ଘୋଷଣାରୁ ଓହରି ମେଣ୍ଟ କରିପାରେ ଟିଭିକେ

ତାମିଲନାଡୁ ରାଜନୀତିରେ ନିଜର ପତିଆରା ଜାହିର କରିବା ପାଇଁ ଅଭିନେତା ବିଜୟଙ୍କ ଦଳ 'ତାମିଲଗା ଭେଟ୍ରି କାଜାଗାମ୍' ପକ୍ଷରୁ ସାଲେମଠାରେ ଏକ ବୃହତ ଜନସଭାର ଆୟୋଜନ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ସମର୍ଥକ ଏହି ରାଲିରେ ସାମିଲ ହୋଇଥିଲେ। ମାତ୍ର ଏହି ଉତ୍ସାହ ମଧ୍ୟରେ ଏକ ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୂଚନା ଅନୁଯାୟୀ, ରାଲିରେ ଭିଡ଼ ଭିତରେ ଜଣେ ବ୍ୟକ୍ତି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ସୂତ୍ରରୁ ଜଣାପଡ଼ିଛି, ମୃତ ବ୍ୟକ୍ତିଜଣକ ପୂର୍ବରୁ ହୃଦରୋଗରେ ପୀଡ଼ିତ ଥିଲେ। ପ୍ରବଳ ଗରମ ଓ ଅଂଶୁଘାତ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା, ଯାହା ଶେଷରେ ମୃତ୍ୟୁର କାରଣ ସାଜିଲା। ରାଲିରେ ଆବଶ୍ୟକତାଠାରୁ ଅଧିକ ଜନସମାଗମ ଯୋଗୁଁ ପରିସ୍ଥିତି ଜଟିଳ ହୋଇଥିଲା। ଘଟଣା ପରେ ରାଲି ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ସାଲେମ ରାଲିରେ କଡ଼ା ପଦକ୍ଷେପ ସହିତ ଏବଂ ଆଉ ଏକ କରୁର ପରି ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ୍‌ ସଜାଗ ଥିଲା ହେଲେ ଅଘଟଣ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଲା । ପ୍ରଶ୍ନ ଉଠୁଛି ଏଠି ଦୋଷୀ କିଏ? ଆୟୋଜକ ନା ପୁଲିସ୍‌? ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଭିଡ଼କୁ ରୋକିବା ପାଇଁ କଡ଼ା ପୋଲିସ ମୁତୟନ, ପ୍ରତ୍ୟେକ ପ୍ରବେଶ ସ୍ଥାନରେ ଯାନବାହାନ ଯାଞ୍ଚ ଏବଂ ଟ୍ରାଫିକ ଡାଇଭର୍ଜନ କରାଯାଇଥିଲା।

 ସୂଚନା ଅନୁଯାୟୀ, ରାଲିରେ ସର୍ବାଧିକ ସୀମା ୫ହଜାର ଲୋକଙ୍କୁ ଅନୁମତି ଥିଲା ହେଲେ ଆୟୋଜକମାନେ ୭,୦୦୦ ରୁ ଅଧିକ ଲୋକଙ୍କୁ ଭେନ୍ୟୁରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ବଡ଼ କଥା ହେଉଛି, ଅସୁସ୍ଥ ଲୋକଙ୍କୁ ମଧ୍ୟ ଭେନ୍ୟୁରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ପୁଲିସ କହିଛି ମୃତ୍ୟୁର କାରଣ ଜଣାପଡିବା ପରେ, ଆୟୋଜକଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe